ବିବାହ ପାଇଁ ବରଯାତ୍ରୀଙ୍କୁ ଧରି ଡଙ୍ଗାରେ ବର ହୋଇ ଆସିବେ ରାଘବ – Utkal Mail
ଜୟପୁର: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆମ୍ ଆଦମୀ ପାର୍ଟି ନେତା ରାଘବ ଚଢ଼ା ଚଳିତ ବର୍ଷ ମେ’ ମାସରେ ନିର୍ବନ୍ଧ କରିଥିଲେ। ନିର୍ବନ୍ଧ ପରଠାରୁ ଦୁହେଁ ବେଶ୍ ଚର୍ଚ୍ଚାରେ ରହିଛନ୍ତି। ଏହି ପ୍ରେମପକ୍ଷୀ ଖୁବ୍ ଶୀଘ୍ର ବର-କନ୍ୟା ବନିବାକୁ ଯାଉଛନ୍ତି। ଖବର ମୁତାବକ ଚଳିତ ମାସ ୨୪ ତାରିଖରେ ବିବାହ ବନ୍ଧନରେ ବାନ୍ଧିହେବେ ରାଘବ ଓ ପରୀ।
ଉଦୟପୁରରେ ଦୁହେଁ ରାଜକୀୟ ଶୈଳୀରେ ବିବାହ କରିବେ। ପରୀଣିତି ଓ ରାଘବ, ଦୁହିଁଙ୍କ ପରିବାର ଲୋକ ଏବେ ଦିଲ୍ଲୀରେ ଅଛନ୍ତି। ସେମାନଙ୍କର ପ୍ରି-ୱେଡିଂ ସେରିମନି ଏବେ ଆରମ୍ଭ ହେବାକୁ ଯାଉଛି। ଜାଣିବାକୁ ମିଳିଛି ଯେ କିର୍ତ୍ତନରୁ ହିଁ ଦୁହିଁଙ୍କ ବିବାହ ଉତ୍ସବ ଅାରମ୍ଭ ହେବ। ତେବେ ଏମଧ୍ୟରେ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିିଛି। ଚର୍ଚ୍ଚା ହେଉଛି ଯେ, ଘୋଡା କି ବିଳାସପୂର୍ଣ୍ଣ ଗାଡ଼ି ପରିବର୍ତ୍ତେ ବରଯାତ୍ରୀଙ୍କୁ ଧରି ଡଙ୍ଗାରେ ବର ହୋଇ ଆସିବେ ରାଘବ। ହୋଟେଲ ଲେକ୍ ପ୍ୟାଲେସରୁ ହୋଟେଲ ଲୀଲା ପ୍ୟାଲେସ୍ ପର୍ଯ୍ୟନ୍ତ ରାଘବ ଡଙ୍ଗାରେ ଆସିବେ ବୋଲି କୁହାଯାଉଛି। ଏହା ସହ ରବିବାର ଅପରାହ୍ନ ୩ଟାରେ ଦୁହିଁଙ୍କ ବିବାହ ହେବ ବୋଲି ଜଣାପଡ଼ିଛି।
ନିର୍ବନ୍ଧ ପରଠାରୁ ଦୁହିଁଙ୍କ ବିବାହ କେବେ ହେବ ସେନେଇ ଚର୍ଚ୍ଚା ଚାଲିଥିଲା। ହେଲେ ଏବେ ଦୁହିଁଙ୍କ ପ୍ରଶଂସକଙ୍କ ଅପେକ୍ଷାର ଅନ୍ତ ଘଟିଛି। ପରୀଙ୍କ ଭଉଣୀ ତଥା ଲୋକପ୍ରିୟ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନସ ମଧ୍ୟ ରାଜସ୍ଥାନର ଉଦୟପୁରରେ ବିବାହ କରିଥିଲେ ।