ସ୍ୱାସ୍ଥ୍ୟ

ପ୍ରେଗ୍ନେନ୍ସି ସମୟରେ ପ୍ୟାକଡ୍ ଫ୍ରୁଟ୍‌ ଜୁସ୍‌ ଏବଂ କୋଲ୍ଡ ଡ୍ରିଙ୍କସ୍ ପିଇବା ଅତ୍ୟନ୍ତ ବିପଜ୍ଜନକ, ଛୁଆ ଉପରେ ପଡିପାରେ ଖରାପ ପ୍ରଭାବ

ମେ ସମସ୍ତେ ଜାଣୁ ଯେ ସୁଗାର ଡ୍ରିଙ୍କ୍‌ ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ବିପଜ୍ଜନକ ହୋଇଥାଏ । ସୁଗାର ଡ୍ରିଙ୍କ୍‌ ପିଇବା ଦ୍ୱାରା ଦାନ୍ତ ସମସ୍ୟା, ଓଜନ ବଢିବା, ଡାଇବେଟିସ୍‌ ଏବଂ ହାଇ ବ୍ଲଡ ପ୍ରେସର ଭଳି ସମସ୍ୟା ହୋଇଥାଏ । ବର୍ତ୍ତମାନ ଏକ ନୂଆ ଅନୁସନ୍ଧାନରୁ ଜଣାପଡିଛି ଯେ ପ୍ରେଗ୍ନେନ୍ସି ସମୟରେ ସୁଗାର ଡ୍ରିଙ୍କ୍‌ ପିଉଥିବା ମହିଳାଙ୍କ ଠାରୁ ଜନ୍ମ ହୋଇଥିବା ପିଲାମାନଙ୍କଠାରେ ଅନେକ ପ୍ରକାରର ସମସ୍ୟା ଦେଖାଯାଏ ।

ସୂଚନା ଅନୁଯାୟୀ, ଯେଉଁ ମହିଳାମାନେ ପ୍ରେଗ୍ନେନ୍ସି ସମୟରେ ଅତ୍ୟଧିକ ପରିମାଣର ସୁଗାର ଡ୍ରିଙ୍କ୍‌ ପିଅନ୍ତି । ସେମାନଙ୍କ ଉପରେ ଏବଂ ସେମାନଙ୍କର ଜନ୍ମିତ ପିଲାମାନଙ୍କ ଉପରେ ପ୍ରତିକୂଳ ପ୍ରଭାବ ପଡିଥାଏ । ତେବେ ଏନେଇ ଏକ ସର୍ଭେ ଏପ୍ରିଲ ଏବଂ ଜୁନ୍ ୨୦୨୨ ରୁ ୨୩ ରେ କରାଯାଇଥିଲା । ଏହି ସର୍ଭେରେ ୪ ହଜାରରୁ ଅଧିକ ଗର୍ଭବତୀ ମହିଳା ଅନ୍ତର୍ଭୁକ୍ତ ହୋଇଥିଲେ । ସେହି ସମୟରେ ଏହି ସମସ୍ତ ପ୍ରେଗ୍ନେନ୍ସି ମହିଳାଙ୍କୁ ଫଳ ରସ, ଫିଜି ପାଣି, ସୋଡା, ରସ ଏବଂ କ୍ଷୀର ଭଳି କାର୍ବୋନେଟେଡ୍ ଡ୍ରିଙ୍କ ଦିଆଯାଇଥିଲା ।

ଏହି ସର୍ଭେ ପରେ ଶେଷରେ ଦେଖାଗଲା ଯେ ଯେଉଁ ମହିଳାମାନେ ଅଧିକ ପରିମାଣରେ ସୁଗାର ଡ୍ରିଙ୍କ୍‌ ପିଇଥିଲେ, ସେମାନଙ୍କୁ ପ୍ରେଗ୍ନେନ୍ସି ସମୟରେ ଡାଇବେଟିସ୍‌ ସମସ୍ୟା ଭୋଗିବାକୁ ପଡୁଥିଲା । ପ୍ରେଗ୍ନେନ୍ସିରେ ହେଉଥିବା ଡାଇବେଟିସ୍‌ ସମସ୍ୟାକୁ ଜେସ୍ଟେସନାଲ ଡାଇବେଟିସ କୁହାଯାଏ । ଜେସ୍ଟେସନାଲ ଡାଇବେଟିସରେ, ଶିଶୁର ଓଜନ ସ୍ୱାଭାବିକଠାରୁ ଅଧିକ ହୋଇପାରେ ଯେଉଁଥିପାଇଁ ପ୍ରସବ ସମୟରେ ମହିଳାଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ଏହା ବ୍ୟତୀତ, ଜେସ୍ଟେସନାଲ ଡାଇବେଟିସ ମଧ୍ୟ ଶିଶୁର ଅକାଳ ଜନ୍ମ ଏବଂ ଜଣ୍ଡିସର କାରଣ ହୋଇପାରେ ।

ସର୍ଭେ ସମୟରେ, ସପ୍ତାହରେ ତିନିଥର ସୁଗାର ଡ୍ରିଙ୍କ୍‌ ପିଉଥିବା ମହିଳାମାନଙ୍କ ମଧ୍ୟରେ ଜେସ୍ଟେସନାଲ ଡାଇବେଟିସର ଆଶଙ୍କା ୩୮ ପ୍ରତିଶତ ଅଧିକ ବୋଲି ଜଣାପଡିଛି । ଏତଦ୍ ବ୍ୟତୀତ, ଏହି ମହିଳାମାନଙ୍କ ମଧ୍ୟରେ ହାଇ ପ୍ରେସରର ଆଶଙ୍କା ମଧ୍ୟ ୬୪ ପ୍ରତିଶତ ଅଧିକ ବୋଲି ଜଣାପଡିଛି । ତେବେ ଏହା ମଧ୍ୟ ଜଣାପଡିଛି ଯେ ପ୍ରେଗ୍ନେନ୍ସିରେ ସୁଗାର ଡ୍ରିଙ୍କ୍‌ର ଅତ୍ୟଧିକ ବ୍ୟବହାର ହେତୁ ଗର୍ଭସ୍ଥ ଶିଶୁର ପର୍ଯ୍ୟାପ୍ତ ପରିମାଣର ରକ୍ତ ମିଳୁ ନାହିଁ, ଯେଉଁ କାରଣରୁ ଶିଶୁର ବୃଦ୍ଧି ଉପରେ ନକାରାତ୍ମକ ପ୍ରଭାବ ପଡିଥାଏ । ଆହୁରି ମଧ୍ୟ, ଏହା ଶିଶୁର ଅକାଳ ଜନ୍ମ ବିପଦକୁ ବଢାଇଥାଏ ।

ସପ୍ତାହରେ ଚାରିଥର ଏହି ସୁଗାର ଡ୍ରିଙ୍କ୍‌ ପିଇବା ଦ୍ୱାରା ମାକ୍ରୋସୋମିଆର ଆଶଙ୍କା ମଧ୍ୟ ଯଥେଷ୍ଟ ବଢିଥାଏ, ଯେଉଁଥିରେ ଏକ ନବଜାତ ଶିଶୁ ହାରାହାରି ଠାରୁ ବହୁତ ବଡ ହୋଇଥାଏ । ଏନେଇ ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ଗର୍ଭାବସ୍ଥାରେ ଅତ୍ୟଧିକ ପରିମାଣର ସୁଗାର ଡ୍ରିଙ୍କ୍‌ ପିଇବା ଦ୍ୱାରା ଜେସ୍ଟେସନାଲ ଡାଇବେଟିସ ଏବଂ ବ୍ଲଡ ପ୍ରେସର ଆଶଙ୍କା ଯଥେଷ୍ଟ ବୃଦ୍ଧି ପାଇଥାଏ । ଏହା ବ୍ୟତୀତ, ମାକ୍ରୋସୋମିଆ ସମସ୍ୟାର ମଧ୍ୟ ସାମ୍ନା କରିବାକୁ ପଡିବ । ଅନୁସନ୍ଧାନକାରୀମାନେ ଏହା ମଧ୍ୟ କହିଛନ୍ତି ଯେ ପ୍ରେଗ୍ନେନ୍ସିରେ କୌଣସି ପ୍ରକାରର ସମସ୍ୟାରୁ ରକ୍ଷା ପାଇବା ପାଇଁ ମହିଳାମାନେ ସେମାନଙ୍କର ଖାଦ୍ୟର ବିଶେଷ ଯତ୍ନ ନେବା ଏବଂ ଅଧିକ ପରିମାଣରେ ସୁସ୍ଥ ଜିନିଷ ଖାଇବା ଜରୁରୀ ହୋଇଥାଏ । ଯାହା ଫଳରେ ମହିଳା ଏବଂ ସେମାନଙ୍କ ପିଲା ସୁସ୍ଥ ରହିବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button