ମନୋରଞ୍ଜନ

ଅନୁଷ୍କା ଓ ଦୀପିକାଙ୍କ ସହ ପ୍ରଥମ ଦେଖାର ଅନୁଭବ ସେୟାର କରୁ କରୁ ସମାନ କାହାଣୀ କହିଲେ ‌ରଣବୀର – Utkal Mail


ମୁମ୍ବାଇ: ଧରା ପଡ଼ିଲା ବଲିଉଡ ଅଭିନେତା ରଣବୀର ସିଂହଙ୍କ ମିଛ। ସମାନ କାହାଣୀ କହି ଫସିଲେ ଅଭିନେତା। ଦୁଇ ପ୍ରେମିକାଙ୍କ ସହ ପ୍ରଥମ ଦେଖା କିଭଳି ଥିଲା, ତାହା ରଣବୀର ଜଣାଇଥିବା ବେଳେ ଉଭୟ କାହାଣୀ ପ୍ରାୟ ସମାନ ଥିବାରୁ ରଣବୀର ସ୍କ୍ରିପ୍ଟ ପଢ଼ି ଏଭଳି କହିଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ସୂଚନା ମୁତାବକ, ଗୁରୁବାର ‘କଫି ଉଇଥ୍ କରଣର ସିଜିନ ୮’ ଆରମ୍ଭ ହୋଇଛି। ଏହାର ପ୍ରଥମ ଅଧ୍ୟାୟ ରିଲିଜ୍ ହୋଇଥିବା ବେଳେ ପ୍ରତି ଗୁରୁବାର ଗୋଟିଏ ଗୋଟିଏ ଅଧ୍ୟାୟ ରିଲିଜ୍ ହେବ। ତେବେ ପ୍ରଥମ ଅଧ୍ୟାୟରେ ବଲିଉଡର ‘ରାମଲୀଲା’ ଅର୍ଥାତ୍ ରଣବୀର ସିଂହ ଓ ଦୀପିକା ପାଦୁକୋନ ଅତିଥି ଭାବେ ନଜର ଆସିଥିଲେ। ଏହି ସମୟରେ ଉପସ୍ଥାପକ କରଣ ଜୋହରଙ୍କ ପ୍ରଶ୍ନର ଉତ୍ତର ଦେଇ ରଣବୀର ଏଭଳି କିଛି କହିଗଲେ ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ଦୀପିକାଙ୍କୁ ସଞ୍ଜୟ ଲୀଲା ଭଂସାଲୀଙ୍କ ବର୍ସୋବାସ୍ଥିତ ଘରେ ଫିଲ୍ମ ‘ରାମଲୀଲା’ ପାଇଁ ପ୍ରଥମେ ଭେଟିଥିଲେ ରଣବୀର। ଦୀପିକାଙ୍କୁ ଦେଖି ସେ କ’ଣ ଅନୁଭବ କରିଥିଲେ ବୋଲି କରଣ, ରଣବୀରଙ୍କୁ ପଚାରିବା ପରେ ଅଭିନେତା କହିଥିଲେ, ମୁଁ ସଞ୍ଜୟଙ୍କ ଘରେ ବସିଥିଲି। ଏହି ସମୟରେ ତାଙ୍କ ଘରେ ଥିବା ଓଜନିଆ କବାଟ ଖୋଲିଲା। ତାଙ୍କ ଘର ସମୂଦ୍ର କୂଳରେ ଥିବାରୁ ଦୀପିକା କବାଟ ଖୋଲିବାରୁ ଦଲକାଏ ପବନ ଆସି ମୋ ଦେହରେ ବାଜିଥିଲା। ସେ ଧଳା ରଙ୍ଗର ଚିକନକରୀ କୁର୍ତ୍ତା ପିନ୍ଧିଥିଲେ।

ତେବେ କାହାଣୀ ଶୁଣିବାକୁ ରୋମାଣ୍ଟିକ ଲାଗୁଥିଲେ ବି ରଣବୀରଙ୍କୁ ଏଥିପାଇଁ ଟ୍ରୋଲ କରାଯାଉଛି। କାରଣ କିଛି ବର୍ଷ ତଳେ ସେ ଅନୁଷ୍କାଙ୍କ ସହ କଫି ଉଇଥ୍ କରଣକୁ ଆସିଥିବା ବେଳେ ଏହି ସମାନ କାହାଣୀ କହିଥିଲେ। ଅନୁଷ୍କାଙ୍କ ସହ ୟଶ ରାଜ ଷ୍ଟୁଡିଓରେ ପ୍ରଥମ ଦେଖା କିଭଳି ଥିଲା ବୋଲି କରଣ ପଚାରିଥିବା ବେଳେ ରଣବୀର ଏହି ସମାନ କାହାଣୀ କହିଥିଲେ। ‌ଦୁଇଟି ଭିଡିଓକୁ ମିଶାଇ ଏବେ ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ କରାଯାଉଛି।




Related Articles

Leave a Reply

Your email address will not be published. Required fields are marked *

Back to top button