ମନୋରଞ୍ଜନ

ଲୋକପ୍ରିୟ ଅଭିନେତ୍ରୀ ତମନ୍ନାଙ୍କ ବଢିଲା ଅଡୁଆ; ଏହି ଘଟଣା ପାଇଁ ସାଇବର ସେଲରୁ ଆସିଲା ସମନ

ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ତମନ୍ନା ଭାଟିଆ ନିଜର ଲୁକ ଏବଂ ଫ୍ୟାସନ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ବାହୁବଳି ଫିଲ୍ମରେ ତାଙ୍କର ଦମଦାର ଅଭିନୟ ଅନେକ ଦର୍ଶକଙ୍କ ହୃଦୟ ଛୁଇଁବା ସହ ସେ ଲାଇମ୍ ଲାଇଟରେ ରହିଥିଲେ । କିନ୍ତୁ ବର୍ତ୍ତମାନ ଏହି ଅଭିନେତ୍ରୀଙ୍କୁ ଆଉ ଏକ ଖବର ସାମ୍ନାକୁ ଆସିଛି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ତେବେ ଆକ୍ସନ ହିରୋଇନ୍ ତମନ୍ନା ବର୍ତ୍ତମାନ ଅଡୁଆରେ ଫସିଥିବା ନଜର ଆସୁଛନ୍ତି । ମହାରଷ୍ଟ୍ରର ସାଇବଲ ସେଲ ତାଙ୍କୁ ସମନ ପଠାଇଥିବା ଜଣାପଡିଛି । ଯାହାକୁ ନେଇ ଚିନ୍ତାରେ ତମନ୍ନା । ତେବେ ଏହା ପୂର୍ବରୁ ବଲିଉଡର ଖଳନାୟକ ସଞ୍ଜୟ ଦତ୍ତ ଏହି ସାଇବସ ସେଲ ଜାଲରେ ଛନ୍ଦି ହୋଇଥିବା ବେଳେ, ବର୍ତ୍ତମାନ ଲୋକପ୍ରିୟ ଅଭିନେତ୍ରୀ ତମନ୍ନା ମଧ୍ୟ ଏଥିରେ ଫଶିଛନ୍ତି । ତେବେ ମିଳିଥିବା ସୂଚନା ଅନୁଯାୟୀ, ତମନ୍ନା ଆପିଏଲ ମ୍ୟାଚ ପାଇଁ ଷ୍ଟ୍ରିମିଙ୍ଗ କରିଥିଲେ । ଏହି ବାବଦରେ ପଚରା ଉଚରା ପାଇଁ ମହାରଷ୍ଟ୍ର ସାଇବର ସେଲ ତମନ୍ନାଙ୍କୁ ସମନ ପଠାଇଛି । ଏଥିସହିତ ଚଳିତ ମାସ ୨୯ ତାରିଖରେ ତମନ୍ନାଙ୍କୁ ମହାରଷ୍ଟ୍ରର ସାଇବର ସେଲରେ ହାଜର ହେବାକୁ କୁହାଯାଇଛି ।

ତେବେ ରିପୋର୍ଟ ଅନୁସାରେ ଫେୟାରଫ୍ଲେ ଆପରେ ଆଇପିଏଲ ମ୍ୟାଚର ଷ୍ଟ୍ରିମିଙ୍ଗ କରୁଥିବାରୁ ଭାୟାକ୍ମ ୧୮କୁ କୋଟି କୋଟି ଟଙ୍କା କ୍ଷତି ସହିବାକୁ ପଡିଛି । ଫଳରେ ସେ ଏନେଇ ସାଇବର ସେଲରେ ଅଭିଯୋଗ କରିଛି । ଯାହାକୁ ଆଧାର କରି ଏହି ଆଇପିଏଲ୍‌ଷ୍ଟ୍ରିମିଙ୍ଗ ମାମଲାରେ ତମନ୍ନାଙ୍କୁ ଜେରା କରିବ ସାଇବର ସେଲ୍ । ତେବେ ଏହା ପୂର୍ବରୁ ଏପ୍ରିଲ ୨୩ରେ ସଞ୍ଜୟ ଦତ୍ତଙ୍କୁ ମଧ୍ୟ ଏନଇ ସମନ ପଠାଇଥିଲା ମହାରଷ୍ଟ୍ର ସାଇବର ସେଲ । ତେବେ ଭାୟାକମ ୧୮ର ଅଭିଯୋଗ ଅନୁଯାୟୀ ଏହି ସନେ କଲାକାର ମାନେ କମ୍ପାନୀ ନିକଟରେ ଆଇପିଏଲ ମ୍ୟାଚ ପ୍ରସାରଣ ପାଇଁ ଚୁକ୍ତି କରିଥିବା ବେଳେ ଆଇପିଏଲ ପାଇଁ ଆଇପିଆର ମଧ୍ୟ ରହିଛି । କିନ୍ତୁ ଏହାପରେ ମଧ୍ୟ ବେଟିଂ ଆପ୍ ଫେୟାରପ୍ଲେ ପ୍ଲାଟଫର୍ମରେ ବେଆଇନ୍ ଭାବେ ଏହି କଳାକାରମାନେ ମ୍ୟାଚ ଷ୍ଟିମିଙ୍ଗ କରୁଛନ୍ତି । ଯାହାଫଳରେ ଭାୟାକମ୍ ୧୮ ପାଖାପାଖି ୧୦୦ କୋଟି ଟଙ୍କାର କ୍ଷତି ସହିଛି । ତେବେ ଏହି ମାମଲାରେ ତମନ୍ନା ଭାଟିଆ ଏବଂ ସଞ୍ଜୟ ଦତ୍ତଙ୍କ ସମେତ ବାଗଶାହ ଏବଂ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କ ନାଁ ମଧ୍ୟ ସାମିଲ ଥିବା ଜଣାପଡିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button