ଓଡିଶା
ଆମ୍ବ ଟାକୁଆ ଜାଉ ଖାଇବା ଘଟଣା: ୭ଦିନ ପରେ ସୁସ୍ଥ ହୋଇ ଫେରିଲେ ୩ ମହିଳା
ଫୁଲବାଣୀ : ମାଣ୍ଡିପଙ୍କା ଆମ୍ବ ଟାକୁଆ ଜାଉ ଖାଇବା ଘଟଣା । ୭ଦିନ ପରେ ସୁସ୍ଥ ହୋଇ ମେଡ଼ିକାଲରୁ ଫେରିଲେ ୩ ମହିଳା। କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ମାଣ୍ଡିପଙ୍କାରେ ଆମ୍ବଟାକୁଆ ଜାଉ ଖାଇବା ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁହୋଇଥିବାବେଳେ ଆଉ ୬ ଜଣ ବ୍ରହ୍ମପୁର ପରେ ସେଠାରୁ ୨ଜଣ କଟକରେ ଚିକିତ୍ସାଧୀନ ଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡିଛି ।
ସେମାନେ ହେଲେ ସୁଷମା ପାଟମାଝୀ ,ଜୀବନ୍ତି ମାଝୀ ଏବଂ ପ୍ରଭାତୀ ପାଟମାଝୀ । ସେମାନେ ବ୍ରହ୍ମପୁରରେ ଚିକିତ୍ସିତ ହୋଇ ସୁସ୍ଥ ହୋଇଫେରିଛନ୍ତି। ଏବେ ମଧ୍ୟ ଜଣେ ବ୍ରହ୍ମପୁର ବଡ଼ମେଡିକାଲରେ ଚିକିତ୍ସାଧୀନ ଥିବାବେଳେ କଟକ ଏସ୍ସିବିରେ ୨ ଜଣ ଚିକିତ୍ସାଧୀନ ଅବସ୍ଥାରେ ରହିଥିବା ପରିବାର ପକ୍ଷରୁ ଜଣାପଡ଼ିଛି।