ଦେଶ ବିଦେଶ

ବୁଲ୍‌ଡୋଜର ନ୍ୟାୟକୁ ନା, ସଭ୍ୟ ସମାଜରେ ଏହା ସ୍ବୀକାର ଯୋଗ୍ୟ ନୁହେଁ; ସିଜେଆଇଙ୍କ ଶେଷ ରାୟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ଅବସର । ନଭେମ୍ବର ୧୦ ତାରିଖରେ ଶେଷ ହେଲା ସିଜେଆଇ ଜଷ୍ଟିସ୍ ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ କାର୍ଯ୍ୟକାଳ । ତେବେ ଶେଷ କାର୍ଯ୍ୟ ଦିବସ ୪୫ଟି ଗୁରୁତ୍ବପୂର୍ଣ୍ଣ ମାମଲାରେ ଫଇସଲା ଶୁଣାଇଛନ୍ତି ଜଷ୍ଟିସ୍ ଚନ୍ଦ୍ରଚୂଡ଼ । ଏଥିରେ ସେ ବୁଲ୍ଡୋଜର ଜଷ୍ଟିସକୁ କଡ଼ା ନିନ୍ଦା କରିଛନ୍ତି ।

ଆଇନର ଶାସନରେ ବୁଲଡୋଜର ନ୍ୟାୟକୁ ସ୍ବୀକାର କରିହେବ ନାହିଁ । ଯଦି ଏହାକୁ ଅନୁମତି ଦିଆଗଲା ତେବେ ଅନୁଚ୍ଛେଦ ୩୦୦(କ)ର ସମ୍ପତ୍ତଗତ ଅଧିକାର ସାମ୍ବିଧାନିକ ମାନ୍ୟତାରୁ ବାଦ୍ପଡିବ । ଏହି ଧାରାର କୌଣସି ମୂଲ୍ୟ ରହିବ ନାହିଁ ।

ସିଜେଆଇ ନିଜ ରାୟରେ କହିଛନ୍ତି, ବୁଲଡୋଜର ମାଧ୍ୟମରେ ନ୍ୟାୟ ନ୍ୟାୟଶସ୍ତ୍ରର କୌଣସି ସଭ୍ୟ ପ୍ରଣାଳୀ ପାଇଁ ଠିକ୍ ନୁହେଁ । ଏହା ବିପଜନକ, ଯଦି ରାଜ୍ୟମାନଙ୍କର କୌଣସି ଓ୍ବିଙ୍ଗ କିମ୍ବା ଅଧିକାରୀଙ୍କ ଦ୍ବାରା ବୁଲଡୋଜର ନ୍ୟାୟକୁ ଅନୁମତି ଦିଆଯାଏ, ତେବେ ନାଗରିକଙ୍କ ସମ୍ପତ୍ତି ବାହ୍ୟ କାରଣରୁ ଭାଙ୍ଗି ଦିଆଯିବ ବୋଲି ସିଜେଆଇ ଜଷ୍ଟିସ୍ ଚନ୍ଦ୍ରଚୂଡ଼ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ସାଧାରଣ ନାଗରିକଙ୍କୁ ସ୍ବରକୁ ସେମାନଙ୍କ ସମ୍ପତ୍ତି ଏବଂ ଘରକୁ ନଷ୍ଟ କରି କିମ୍ବା ଧମକଚମକ ଦେଇ ଚାପି ଦିଆଯାଇପାରିବ ନାହିଁ । ଜଣେ ବ୍ୟକ୍ତିର ସର୍ବାଧିକ ସୁରକ୍ଷା ରୂପରେ ଯଦି କିଛି ରହିଛି ତେବେ ତାହା ତା’ର ଘର । ନ୍ୟାୟ ବ୍ୟବସ୍ଥା ସେସବୁର ସୁରକ୍ଷା ପାଇଁ ସର୍ବନିମ୍ନ ସୀମା ନିର୍ଦ୍ଧାରଣର ପ୍ରସ୍ତାବ ଦିଆଯାଇଛି । ସାଧାରଣ ଲୋକଙ୍କ ସମ୍ପତ୍ତି ଜବତ କରିବା ପୂର୍ବରୁ ସେମାନଙ୍କର ସର୍ବନିମ୍ନ ଆବଶ୍ୟକତା ପୂରଣ କରିବାକୁ ପଡ଼ିବ ବୋଲି ଡିଓ୍ବାଇ ଚନ୍ଦ୍ରଚୂଡ଼ କହିଛନ୍ତି ।

ମାମଲାର ଶୁଣାଣି ବେଳେ ଜଷ୍ଟିସ୍ ଡିଓ୍ବାଇ ଚନ୍ଦ୍ରଚୂଡ଼ କହିଛନ୍ତି, ବୁଲଡୋଜର ନ୍ୟାୟ ସମ୍ପୂର୍ଣ୍ଣ ରୂପେ ଅସ୍ବୀକାର୍ଯ୍ୟ । ଜବରଦଖଲ ହଟାଇବା ପାଇଁ କାର୍ଯ୍ୟାନୁଷ୍ଠାନ ନେବା ପୂର୍ବରୁ ରାଜ୍ୟ ସରକାରମାନେ ଉଚିତ୍ ପ୍ରକ୍ରିୟାକୁ ଆନୁସରଣ କରିବା ଆବଶ୍ୟକ ବୋଲି ସିଜେଆଇ ନିଜ ରାୟ କହିଛନ୍ତି ।..

Related Articles

Leave a Reply

Your email address will not be published. Required fields are marked *

Back to top button