ଦେଶ ବିଦେଶ

ପ୍ଲାଷ୍ଟିକ ଦୋକାନରେ ଲାଗିଲା ନିଆଁ, ୩ ମୃତ

ନୂଆଦିଲ୍ଲୀ,୧୦/୧୧: ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜିନଗରେ ଅଘଟଣ। ପ୍ଲାଷ୍ଟିକ ଦୋକାନରେ ଲାଗିଲା ନିଆଁ। ଫଲରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ଘଟଣାଟି ଗତକାଲି ବିଲମ୍ବିତ ରାତିରେ ହୋଇଥିବା ବେଳେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ଜଣାପଡିଛି। ତେବେ ମୃତକମାନେ ହେଲେ ନିତିନ ନାଗ୍ରେ, ଗଜାନନ ୱାଗ, ସଲିମ ଶେଖ ବୋଲି ଜଣାପଡିଛି।

ସେହିପରି ଗତ ଏପ୍ରିଲ ମାସରେ ଛତ୍ରପତି ସମ୍ଭାଜିନଗରରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଥିଲା। ଯେଉଁଥିପାଇଁ ୭ ଜଣଙ୍କର ମୃତ୍ୟୁ ହୋଇଥିଲା। ସେଠାକାର ଅଞ୍ଚଳରେ ଥିବା ଏକ ଦୋକାନରେ ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିକାଣ୍ଡର କାରଣ ଏକ ଇଲେକ୍ଟ୍ରିକ୍ ସ୍କୁଟର ବୋଲି କୁହାଯାଉଛି। ଯାହା ଚାର୍ଜିଂ ପାଇଁ ଲଗାଯାଇଥିବା ବେଲେ କାରଣରୁ ଅଗ୍ନିକାଣ୍ଡ ଘଟି ଏହା ପାଖରେ ଥିବା ଟେଲର ଦୋକାନରେ ବ୍ୟାପିଗଲା। ଫଲରେ ନିଆଁ ଉପର ମହଲାରେ ଲାଗିତିବା ବେଳେ ଘରେ ଶୋଇଥିବା ଲୋକମାନେ ଶ୍ବାସରୁଦ୍ଧ ହୋଇ ମୃତ୍ୟୁବରମ କରିଥିଲେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button