ଓଡିଶା

ଘନ କୁହୁଡ଼ି ଯୋଗୁ ଦୁର୍ଘଟଣା: ଟ୍ରକ୍‌କୁ ପଛରୁ ପିଟିଲା ଟ୍ରାକ୍ସ

ନୟାଗଡ: ନୟାଗଡ଼ ଇଟାମାଟି ନିକଟରେ ରବିବାର ଭୋରରୁ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌କୁ ପଛରୁ ଟ୍ରାକ୍ସ ଧକ୍କା ଦେଇଛି। ଦୁର୍ଘଟଣାରେ ୧୦ରୁ ଅଧିକ ଆହତ ହୋଇଛନ୍ତି। ୨ ଗୁରୁତରଙ୍କୁ ଅଧିକ ଚିକିତ୍ସା ଲାଗି ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି। ଟ୍ରାକ୍ସରେ ୧୪ ଜଣ ଥିଲେ । ଆହତମାନେ ଭବାନୀପାଟଣା ଅଞ୍ଚଳର ବୋଲି ଜଣାପଡ଼ିଛି ।

ଖୋର୍ଦ୍ଧାରୁ ଡ୍ଯାନ୍ସ ପ୍ରୋଗ୍ରାମ୍ ସାରି ଫେରୁଥିବାବେଳେ ଘନ କୁହୁଡ଼ି ଯୋଗୁ ରାସ୍ତା ଦେଖା ନଯିବାରୁ ଦୁର୍ଘଟଣା ଘଟିଥିବା କୁହାଯାଉଛି।
ସୂଚନାଯୋଗ୍ୟ, ଭବାନୀପାଟଣା ଅଞ୍ଚଳର ୧୪ ଜଣିଆ ଡ୍ଯାନ୍ସ ଗ୍ରୁପ୍ ଶନିବାର ସନ୍ଧ୍ଯାରେ ଖୋର୍ଦ୍ଧା ଅଞ୍ଚଳରେ ଡ୍ଯାନ୍ସ ପ୍ରୋଗ୍ରାମ୍ ସାରି ଘରକୁ ଫେରୁଥିଲେ । ରବିବାର ଭୋର୍ ପ୍ରାୟ ୪ଟା ସମୟରେ ଇଟାମାଟି ନିକଟରେ ରାସ୍ତା କଡରେ ଛିଡା ହୋଇଥିବା ଏକ ଟ୍ରକ୍‌କୁ ପଛପଟୁ ଟ୍ରାକ୍ସ ଧକ୍କା ଦେଇଥିଲା ।

ଅଧିକ ପଢ଼ନ୍ତୁ: ଆଗକୁ ବିଜେଡିର ନବକଳେବର: ଭାଙ୍ଗିଲା ସମସ୍ତ ସଂଗଠନ

ସମସ୍ତ ଆହତ ଏବଂ ଗୁରୁତରଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ନୟାଗଡ ମେଡିକାଲକୁ ଅଣାଯାଇଥିଲା । ତେବେ ଦୁଇ ଗୁରୁତର କମଳ ଲୋଚନ ସରାଫ୍ ଏବଂ ତୋଫାନ ମାଝୀଙ୍କୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ବରକୁ ସ୍ଥାନାନ୍ତର କରାଯାଇଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button