କ୍ରାଇମ

ଅନ୍‌ଲାଇନ୍‌ରେ ଟଙ୍କା ପଠାଇବା ମହଙ୍ଗା ପଡ଼ିଲା: ଠକାମିର ଶିକାର ହେଲେ ମହିଳା ବ୍ୟାଙ୍କର୍‌ – Utkal Mail


ନୂଆଦିଲ୍ଲୀ: ଆଜିକାଲି ଅନ୍‌ଲାଇନ୍‌ ଦୁର୍ନୀତି ଏକ ସାଧାରଣ କଥା। ପ୍ରତିଦିନ କେଉଁଠି ନା କେଉଁଠି, କେହି ନା କେହି ଠକାମିର ଶିକାର ହେଉଥିବାର ଖବର ହସ୍ତଗତ ହୋଇଥାଏ। ନିକଟରେ ଜଣେ ବ୍ୟାଙ୍କ୍‌ କର୍ମଚାରୀ ଅନ୍‌ଲାଇନ୍‌ ଠକାମିର ଶିକାର ହୋଇଥିବାର ଏକ ମାମଲା ସାମ୍ନାକୁ ଆସିଛି। ଠକ ଜଣକ ବଡ଼ ଚତୁରତାର ସହ ବ୍ୟାଙ୍କ୍‌ କର୍ମଚାରୀଙ୍କ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି।

ଖବରରୁ ପ୍ରକାଶ ଯେ ମହିଳା ବ୍ୟାଙ୍କ୍‌ କର୍ମଚାରୀ ଜଣକ ନିଜ ଜେଜେମାଆଙ୍କ ଜନ୍ମଦିନ ମହାରାଷ୍ଟ୍ରର ଲୋନାବଲାରେ ପାଳନ କରିବାକୁ ସ୍ଥିର କରିଥିଲେ। ମହିଳା ଜଣକ ସୋସିଆଲ୍‌ ମିଡିଆରେ ଏକ ବିଜ୍ଞାପନ ଦେଖିଥିଲେ। ବିଜ୍ଞାପନ ଦେଖିବା ପରେ ସେ ସେଥିରେ ଦିଆଯାଇଥିବା ଫୋନ୍‌ ନମ୍ବରରେ ଯୋଗାଯୋଗ କଲେ। ଏକ ଘରକୁ ଭଡ଼ା ନେବା ପାଇଁ ମହିଳା ଜଣକ ଇଚ୍ଛା ପ୍ରକାଶ କରିବା ପରେ ୯୦ ହଜାର ଟଙ୍କାରେ କଥା ଛିଣ୍ଡିଲା। ଏହି ବୁକିଂ ଅଗଷ୍ଟ ୨୬ରୁ ୨୮ ମଧ୍ୟରେ ଥିଲା।

ଠକ ଜଣକ ମହିଳାଙ୍କୁ ଯୋଗାଯୋଗ ପାଇଁ ନିଜ ହ୍ବାଟ୍‌ସ୍‌ଆପ୍‌ ନମ୍ବର ବି ଦେଇଥିଲା। ଏହାପରେ ସେ ଘରର ଭଡ଼ା ଓ ଅନ୍ୟାନ୍ୟ ଖର୍ଚ୍ଚ ମିଶାଇ ୯୦ ହଜାର ଟଙ୍କା ମହିଳାଙ୍କଠାରୁ ଦାବି କଲେ। ତାପରେ ବୁକିଂର ଅଧା ଟଙ୍କା ପିଏନ୍‌ବି ବ୍ୟାଙ୍କ୍‌ ଆକାଉଣ୍ଟ୍‌ରେ ଜମା କରିବାକୁ ଠକ ମହିଳାଙ୍କୁ କହିଥିଲା। ହେଲେ ମହିଳା ଜଣକ ପେମେଣ୍ଟ୍‌ କଲେ ନାହିଁ। ତା’ପରେ ଠକ ଜଣକ ହ୍ବାଟ୍‌ସ୍‌ଆପ୍‌ରେ କଲ୍‌ କରି ବୁକିଂ ପାଇଁ ଟଙ୍କା ଅଗ୍ରିମ ଜମା କରିବାକୁ ପଡ଼ିବ ବୋଲି କହିଥିଲା।

ମହିଳା ଜଣକ ଅଗଷ୍ଟ ୧୪ ତାରିଖରେ ପ୍ରଥମେ ୧୦୦୦ ଓ ପରେ ୪୪ ହଜାର ଟଙ୍କା ପଠାଇଲେ। ହେଲେ ‌ଏକ ମେଲ୍‌ ଆସିଲା ଯେ ବୁକିଂ କ୍ୟାନସଲ ହୋଇଯାଇଛି ଓ ତାଙ୍କ ଟଙ୍କା ତାଙ୍କୁ ଫେରସ୍ତ ମିଳିବ। ହେଲେ ମହିଳା ଯେତେବେଳେ ବାସ୍ତବରେ ଯାଇ ସେହି ଘର ମାଲିକଙ୍କୁ ଭେଟିଲେ ତ ସେ ଠକାମିର ଶିକାର ହୋଇଥିବା ଜଣପଡ଼ିଛି।




Related Articles

Leave a Reply

Your email address will not be published. Required fields are marked *

Back to top button