ଅଷ୍ଟିଓ ଓ ରୁମାଟଏଟ୍ ଆର୍ଥ୍ରାଇଟିସ୍ ହେଇଛି ବୋଲି ଜାଣିବେ କେମିତି ? ନିରାକରଣ ଏବଂ ଚିକିତ୍ସା
ତେବେ ଦର୍ଶକ ବନ୍ଧୁ ଗଣ୍ଠିବାତ ବା ଆନଥ୍ରାକଟିକ୍ସ ହେଉଛି ଏକ ସାମାନ୍ୟ ସମସ୍ୟା ଆନଥ୍ରାକଟିକ୍ସ ଭଳି ରୋଗ ର ବିଭିନ୍ନ ପ୍ରକାର ଭେଦ ରହିଛି ତେବେ କେମିତି ଜାଣିବେ ଆପଣଙ୍କୁ କେଉଁ ପ୍ରକାର ର ଗଣ୍ଠିବାତ ରୋଗ ହେଇଛି | ଆସନ୍ତୁ ସେ ବିଷୟରେ ବିଶେଷଜ୍ଞ ମାନେ କଣ କହିଛନ୍ତି ସେ ବିଷୟରେ ଆଲୋଚନା କରିବା | ଏହି ରୋଗ ଟି ହେଉଛି ଏକ କ୍ଷୟ ଜନିତ ରୋଗ ଏହା ଆପଣଙ୍କ ବୟସ ଅନୁଯାୟୀ କିଛି କିଛି ଲୋକଙ୍କ ଠାରେ ଦେଖା ଯାଏ | ଏହା ମହିଳା ମାନଙ୍କ ଠାରେ 40 ରୁ 50 ବୟସ ହେଲେ ଅଧିକ ଦେଖା ଯାଏ | ଏହା ପୁରୁଷ ଙ୍କ ଠାରେ ଟିକେ ପରେ ଦେଖାଯାଏ ଯେମିତିକି 60 ବୟସ ରୁ ଅଧିକ ହେଲେ ଦେଖା ଯାଏ | ରୁମାଟଏଟ ଆଥ୍ରାଟିଇସ ଏହା ସାଧାରଣତଃ 20 ରୁ 50 ବର୍ଷ ବୟସ ରେ ଦେଖା ଯାଏ | ଏହା ପୁରୁଷଙ୍କ ଠାରୁ ମହିଳା ଙ୍କ ପାଖରେ 4 ଗୁଣା ଅଧିକ ଦେଖାଯାଏ |ତାହେଲେ ଆସନ୍ତୁ ଏହି ରୋଗ ବିଷୟରେ ଅଧିକ ଜାଣିବା |
ତେବେ ଏହି ରୋଗ ହେଲେ କେଉଁ କେଉଁ ଗଣ୍ଠି ପ୍ରଭାବିତ ହେଇଥାଏ ଆସନ୍ତୁ ଜାଣିବା :-
ଅଷ୍ଟିଅ ଆଥ୍ରାଟିକ୍ସ ହେଲେ ଏହା ସାଧାରଣ ଆଣ୍ଠୁ ରେ ଅଧିକ ଦେଖା ଯାଏ | ତାପରେ ଆପଣଙ୍କର କାନ୍ଧ ରେ, ହାତର ରିଷ୍ଟ,ଆଙ୍ଗୁଠି,ଏହା ସାଧାରଣତଃ ଦୁଇ ହାତ ର ରିଷ୍ଟ ଓ ଆଙ୍ଗୁଠି ରେ ଅଧିକ ଦେଖା ଯାଏ | ଏହାକୁ ରୁମାଟଏଟ ଆଥ୍ରାଟିଇସ କୁହାଯାଏ | ଏହା ଆପଣଙ୍କର ଆଣ୍ଠୁ ଠୁ ଆରମ୍ଭ କରି ପାଦ ପର୍ଯ୍ୟନ୍ତ ସମସ୍ତ ଜୋଏଣ୍ଟ ରେ ଦେଖା ଯାଇ ଥାଏ | ଏମିତି କି କହୁଣୀ ରେ ମଧ୍ୟ ଦେଖା ଯାଏ ଯାହା ଦ୍ୱାରା ଆପଣ ହାତ ଭାଙ୍ଗି ନ ପାରିବା ଭଳି ସମସ୍ୟା ଅନୁଭବ କରିଥାନ୍ତି |
ଏହାର ଚିକିତ୍ସା :-
ଏହି ରୋଗ ଟି ଯେହେତୁ ବୟସ ଜନିତ ହେଇଥାଏ ତେଣୁ ଏହି ରୋଗ ପାଇଁ କୌଣସି ନିର୍ଦ୍ଧିଷ୍ଟ ଚିକିତ୍ସା ନାହିଁ | ତେଣୁ ଏହି ରୋଗ ଆପଣଙ୍କ ଲକ୍ଷଣ ଅନୁସାରେ ଆପଣଙ୍କର ବ୍ୟଥା ଦୂର କରିବା ପାଇଁ କିଛି ଔଷଧ ଦିଆଯାଏ | ତେବେ ରୁମାଟଏଟ ଆଥ୍ରାଟିଇସ କିଛି ଚିକିତ୍ସା ଅଛି ଯାହା ଆପଣଙ୍କର ଗଣ୍ଠିକୁ ନଷ୍ଟ ହେବାରୁ ରକ୍ଷା କରିଥାଏ | ତେବେ ଏହାର ଚିକିତ୍ସା ବେଳେ ଆପଣଙ୍କୁ ଯେଉଁ ମେଡିସିନ ଦିଆଯାଉଛି ତାହାକୁ ଚାଲୁ ରଖନ୍ତୁ | ଯଦି ଏହା ବନ୍ଦ କରୁଛନ୍ତି ତାହାଲେ ଏହା ଧୀରେ ଧୀରେ ବଢିବାରେ ଲାଗିଥାଏ | ତେଣୁ ଏହାକୁ ଠିକ ସମୟରେ ସେବନ କରିବା ସହିତ ମାସକୁ ନିଜର ରକ୍ତ ମଧ୍ୟ ପରୀକ୍ଷା କରନ୍ତୁ | ଯଦି ଆପଣ ଏହାର ଚିକିତ୍ସା କରି ମେଡ଼ିସିନ ଖାଇବା ବନ୍ଦ କରିଦଉଛନ୍ତି ତାହାଲେ ଆପଣଙ୍କ ଗଣ୍ଠି ଥରେ ବଙ୍କା ହେଇଗଲେ ଆଉ ସିଧା କରିବା ଅସମ୍ଭବ ହେଇପଡିବ ବୋଲି କୁହାଯାଇଛି |
ତେବେ ଏହା ଥିଲା ଗଣ୍ଠିବାତ ବିଷୟରେ ସୂଚନା ଓ ତାହାର ଚିକିତ୍ସା ବିଷୟରେ କିଛି ସୂଚନା | ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ ।