କ୍ରୀଡା

ବିଶ୍ବକପ୍ : ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ଦକ୍ଷିଣ ଆଫ୍ରିକା, ବୋଲିଂ କରିବ ବାଂଲାଦେଶ – Utkal Mail


ମୁମ୍ବାଇ : ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମଠାରେ ଆଜି ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶ ମଧ୍ୟରେ ଖେଳାଯାଉଛି ଆଇସିସି ବିଶ୍ବକପର ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚ । ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ।

ବିଶ୍ବକପରେ ବର୍ତ୍ତମାନ ସୁଦ୍ଧା ଦକ୍ଷିଣ ଆଫ୍ରିକାର ପ୍ରଦର୍ଶନ ସନ୍ତୋଷଜନକ ରହିଛି । ଦଳ ୪ଟି ମ୍ୟାଚ ଖେଳି ୩ଟିରେ ବିଜୟ ହାସଲ କରିଛି ଓ ଭାରତ ଓ ନ୍ୟୁଜିଲାଣ୍ଡ ପଛକୁ ପଏଣ୍ଟ ଟେବୁଲର ୩ୟ ସ୍ଥାନରେ ରହିଛି । ଅନ୍ୟପକ୍ଷରେ ବାଂଲାଦେଶ ପାଇଁ ଚଳିତ ବିଶ୍ବକପ୍ ନୈରାଶ୍ୟଜନକ ରହିଛି । ଦଳ ୪ଟି ମ୍ୟାଚ ଖେଳି ଏପର୍ଯ୍ୟନ୍ତ ମାତ୍ର ଗୋଟିକରେ ବିଜୟ ହାସଲ କରିଛି । ଏହା ସତ୍ତ୍ବେ ଦକ୍ଷିଣ ଆଫ୍ରିକା ପାଇଁ ଏହି ମ୍ୟାଚ ସେତେଟା ସହଜ ହେବ ନାହିଁ ବୋଲି କୁହାଯାଉଛି । କାରଣ ଦଳ ପୂର୍ବରୁ ନେଦରଲାଣ୍ଡଠାରୁ ଲଜ୍ଜାଜନକ ପରାଜୟ ବରଣ କରିସାରିଛି । ଏଣୁ ଏହି ମ୍ୟାଚକୁ ଦଳ ହାଲକା ଭାବେ ନେବ ନାହିଁ । ଆଜିର ମ୍ୟାଚ ଜିତି ସେମିଫାଇନାଲ ଦୌଡ଼ରେ ନିଜର ସ୍ଥିତିକୁ ସୁଦୃଢ କରିବ ଆଫ୍ରିକା ଦଳ ।

ଆଜିର ମ୍ୟାଚ ପାଇଁ ବାଂଲାଦେଶର ନିୟମିତ ଅଧିନାୟକ ସାକିବୁଲ ହାସାନ ଫେରିଛନ୍ତି । ସେ ତୌହିଦ୍ ହ୍ରିଦୟଙ୍କ ସ୍ଥାନରେ ଦଳରେ ପ୍ରବେଶ କରିଛନ୍ତି । ସେହିପରି ଦକ୍ଷିଣ ଆଫ୍ରିକା ଦଳରେ ବି ଗୋଟିଏ ପରିବର୍ତ୍ତନ ହୋଇଛି । ଏନଗିଡିଙ୍କ ସ୍ଥାନରେ ଲିଜାର୍ଡ ଆସିଛନ୍ତି ।




Related Articles

Leave a Reply

Your email address will not be published. Required fields are marked *

Back to top button