ଓଡିଶା

ପୋଲିସ ପଞ୍ଝାରେ ଚୋର, ଘରେ କେହି ନଥିବାର ସୁଯୋଗ ଦେଖି କଳାକନା ବଲାଉଥିଲା ଲୁଟେରା – Utkal Mail



ଭୁବନେଶ୍ୱର: ପୋଲିସ ପଞ୍ଝାରେ ଲୁଟେରା। ଘରେ କେହି ନଥିବାର ସୁଯୋଗ ଦେଖି କଳାକନା ବଲାଉଥିଲା ଚୋର। ଥାନାରେ ଅଭିଯୋଗ କରିବା ପରେ ଲୁଟେରାକୁ ବାନ୍ଧିଲା ପୋଲିସ। ଏହାସହିତ ଲୁଟେରା ନିକଟରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ଟଙ୍କା ଜବତ ହୋଇଛି। ଏପରି ଚୋରି ଘଟଣା ଘଟିଛି ବରଗଡ଼ ଜିଲ୍ଲାରେ। ଲୁଟେରା ପୂର୍ଣ୍ଣ ଚନ୍ଦ୍ର ବେହେରା ବୋଲି ଜଣାପଡିଛି।

ସୂଚନା ଅନୁସାରେ ଅଭିଯୋଗକାରୀ ଓ ତାଙ୍କର ପରିବାର ସଦସ୍ୟ ମଧ୍ୟାହ୍ନ ପ୍ରାୟ ୧୨ ଟାରୁ ଅପରାହ୍ନ ୨ଟା ମଧ୍ୟରେ ଘରେ ନଥିବା ସମୟରେ ଅଭିଯୁକ୍ତ ସୁଯୋଗ ଦେଖି ତାଙ୍କ ଘରର ତାଲା ଭଙ୍ଗି ଘରେ ପଶି କିଛି ସୁନା ଗହଣା ଓ ଟଙ୍କା ଚୋରି ନେଇଥିଲା। ଅଭିଯୋଗକାରୀ ଏନେଇ ବଡ଼ଗଡ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ପରେ ବିଶେଷ ସୂତ୍ରରୁ ଖବର ପାଇ ଅଭିଯୁକ୍ତଙ୍କୁ ମଇଁଷିଖାଲ ବସ୍ତିରେ ଚୋରି ଗହଣା ବିକ୍ରୟ କରୁଥିବା ସମୟରେ କାବୁ କରି ନେଇଥିଲା। ପଚରା ଉଚରା ବେଳେ ଅଭିଯୁକ୍ତ ଚୋରି କରିଥିବା ନେଇ ନିଜର ଅପରାଧ ସ୍ଵୀକାର କରିଥିଲା।

ଅଭିଯୁକ୍ତର ପୂର୍ବ ଅପରାଧିକ ସମ୍ପୃକ୍ତି ଯାଞ୍ଚ ସେ ଜଣେ ଅଭ୍ଯାସଗତ ଅପରଧି ଏବଂ ସେ ପୂର୍ବରୁ ଲିଙ୍ଗରାଜ, ମଞ୍ଚେଶ୍ଵର, ଶହୀଦନଗର, ବଡ଼ଗଡ ଏବଂ କ୍ଯାପିଟାଲ ଥାନା ରେ ୭ଟି ଚୋରି ମାମଲାରେ କୋର୍ଟ ଚାଲାଣ ହୋଇଥିଲା। ଅଭିଯୁକ୍ତ ଜଣକ ଅଭ୍ଯାସଗତ ଭାବରେ ଅପରାଧରେ ସମ୍ପୃକ୍ତ ରହୁଥିବାରୁ ତା ବିରୁଦ୍ଧରେ CrPC-୧୧୦ ଧାରା ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବାର ପଦକ୍ଷେପ ନିଆଯାଉଛି। ବଡ଼ଗଡ ଥାନା ପୋଲିସ ଅଭିଯୋଗକାରୀ ସୁରଞ୍ଜନ କୁମାର ଦାସଙ୍କ ଅଭିଯୋଗ ଭିତ୍ତିରେ ତଦନ୍ତ କରିବା ସହ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି।




Related Articles

Leave a Reply

Your email address will not be published. Required fields are marked *

Back to top button