ଓଡିଶା
ପ୍ଲାଷ୍ଟିକ ଗୋଦାମରେ ଲାଗିଲା ନିଆଁ, ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

କଟକ : ପ୍ଲାଷ୍ଟିକ ଗୋଦାମରେ ନିଆଁ । ହୁତୁ ହୁତୁ ହୋଇ ଜଳିଗଲା ଜଗତପୁର ଖଇରାରେ ଥିବା ଦୁଇଟି ପ୍ଲାଷ୍ଟିକ ଗୋଦାମ । ଭୋର ୩ଟା ୨୦ ମିନିଟରେ ଲାଗିଥିଲା ନିଆଁ । ନିଆଁର ପ୍ରକୋପ ଏତେ ଥିଲା ଯେ ଚାହୁଁ ଚାହୁଁ ଆଖି ପିଛୁଳାକେ ଜଳିପୋଡ଼ି ସବୁ ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି । ନିଆଁକୁ ଆୟତ୍ତ କରିବାକୁ ନାକେଦମ ହୋଇପଡିଥିଲା ଅଗ୍ନିଶମ ବାହିନୀ । ଚାଉଳିଆଗଞ୍ଜ ଓ ଟାଙ୍ଗୀ ଚୌଦ୍ୱାର ଅଗ୍ନିଶମ ବାହିନୀ ପ୍ରାୟ ୪ ଘଣ୍ଟା ପରେ ନିଆଁକୁ ଆୟତ କରିଥିଲା । ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।