ଜୀବନଶୈଳୀ

ଶିବମ ଦୁଇ ହାତ ଓ ଗୋଟିଏ ଗୋଡ ହରାଇବା ପରେ ବି ୯୨% ମାର୍କ୍ସ ପାଇ କଲେ କାମାଲ, କହିଲେ ଡକ୍ଟର ହେଇ କରିବେ…

ଶିବମ ସୋଲଙ୍କି ଗୁଜୁରାଟ ବୋର୍ଡ ୧୨ଶ ଶ୍ରେଣୀ ପରୀକ୍ଷାରେ ସଫଳତା ପାଇ ସଫଳତାର ଏକ ଏପରି କାହାଣୀ ଲେଖିଛନ୍ତି ଯାହା ଦେଶ ଦୁନିଆର ହଜାର ଲକ୍ଷ ଛାତ୍ରଙ୍କ ପାଇଁ ଗଭୀର ପ୍ରେରଣା ହୋଇଯାଇଛି । ତାଙ୍କର ସଫଳତା ଏହି ପଂକ୍ତିଗୁଡ଼ିକୁ ହୃଦୟଙ୍ଗମ କରାଏ । ଠିକ କୁହାଯାଇଛି କି, ମନର ବିଶ୍ଵାସ ରଙ୍ଗରେ ସାହସ ଭରି ଥାଏ, ଚଢି କରି ପଡିବା ଓ ପଡି କି ଚଢିବା ଏହାହିଁ ଜୀବନ, ହେଲେ ତାଙ୍କର ପରିଶ୍ରମ କେବେ ବେକାର ହୋଇନଥାଏ, ଚେଷ୍ଟା କରିବା ଲୋକଙ୍କର କେବେ ହାର ହୋଇନଥାଏ …’ସୋହନ ଲାଲ ଦ୍ଵିବେଦୀ’

କବିତାର ଏହି ପଦ ଗୁଜୁରାଟ ରାଜ୍ୟର ବଡୋଦରା ରେ ରହୁଥିବା ଶିବମ ସୋଲଙ୍କି ଉପରେ ସମ୍ପୂର୍ଣ୍ଣ ଶୋଭା ପାଉଛି । ଯିଏ ମାତ୍ର ୧୨ବର୍ଷ ବୟସରେ ନିଜର ଦୁଇଟି ହାତ ଏବଂ ଗୋଟିଏ ଗୋଡ ହରାଇ ଦେବା ପରେ ବି ପାଠ ପଢିବା ପ୍ରତି ତାଙ୍କର ଇଛା କମ ହୋଇ ନାହିଁ ଏବଂ ଇଛା ବଳରେ ସେ ଗୁଜୁରାଟ ବୋର୍ଡର ୧୨ଶ ପରୀକ୍ଷାରେ ବିଜ୍ଞାନ ବର୍ଗରେ ୯୨% ମାର୍କ ହାସଲ କରି ଏକ ନୂଆ ଆଦର୍ଶ ସୃଷ୍ଟି କରିଛନ୍ତି ।

ଶିବମ ସୋଲଙ୍କିଙ୍କର ଡକ୍ଟର ହେଇ ସେବା କରିବାର ସ୍ଵପ୍ନ ଅଛି

ଶିବମ ପରୀକ୍ଷାରେ କହୁଣି ସାହାରାରେ ଲେଖି ପରୀକ୍ଷା ଦେଇଥିଲେ । ଏହା ପୂର୍ବରୁ ବି ସେ ୧୦ମ ଶ୍ରେଣୀ ପରୀକ୍ଷାରେ ବି ୮୧% ମାର୍କ ହାସଲ କରିଥିଲେ । ଗୁଜୁରାଟର ଏହି ଛାତ୍ର ଏକ ସମାଚାର ଏଜେନ୍ସି ସହିତ କଥା ହେବା ସମୟରେ କହିଛନ୍ତି କି ମୁଁ ଡକ୍ଟର ହେବାକୁ ଚାହୁଁଛି ଏବଂ ଡକ୍ଟର ହୋଇ ଲୋକଙ୍କର ସେବା କରିବାକୁ ଚାହୁଁଛି ଏବଂ ଯଦି ଡକ୍ଟର ନହେଲି ତାହେଲେ ଏହା ସମ୍ବନ୍ଧିତ ଅନ୍ୟ ସେବାରେ ଯାଇ ସମାଜର ସେବା କରିବାକୁ ଚାହୁଁଛି ।

ଶିବମଙ୍କ ସହିତ ଏମିତି ହୋଇଥିଲା ଦୁର୍ଘଟଣା

ଶିବମଙ୍କ ସହିତ ମାତ୍ର ୧୨ବର୍ଷ ବୟସରେ ଏକ ଦୁର୍ଘଟଣା ହୋଇଥିଲା ଯେତବେଳେ ସେ ଛାତ ଉପରେ ଗୁଡି ଉଡାଉଥିଲେ । ଗୁଡି ଉଡାଇବା ସମୟରେ ସେ ହଠାତ ବିଜୁଳି ତାର ଉପରେ ପଡିଯାଇ ଥିଲେ । ଏହି ଘଟଣାରେ ତାଙ୍କର ଦୁଇ ହାତ ଏବଂ ଗୋଟିଏ ଗୋଡ ସମ୍ପୂର୍ଣ ଭାବେ ଜଳିଯାଇ ଥିଲା । ଏହି ଦୁର୍ଘଟଣାରେ ତାଙ୍କୁ ନିଜର ଦୁଇ ହାତ ଏବଂ ଗୋଟିଏ ଗୋଡ ହରାଇବାକୁ ପଡିଥିଲା । କିନ୍ତୁ ଏତେ ବଡ ଦୁର୍ଘଟଣା ପରେ ମଧ୍ୟ ସେ ହାର ମାନି ନଥିଲେ ।

ଗୁଜୁରାଟ ବୋର୍ଡ ୧୨ଶ ରେଜଲ୍ଟ

ଏହି ବର୍ଷ ଗୁଜୁରାଟ ବୋର୍ଡର ବିଜ୍ଞାନ ବର୍ଗରେ ଛାତ୍ର ମାନେ ଛାତ୍ରୀ ମାନଙ୍କ ଠାରୁ ଭଲ ପ୍ରଦର୍ଶନ କରିଛନ୍ତି । ଏହି ଥର ୧୨ଶ ଶ୍ରେଣୀର ବିଜ୍ଞାନ ବର୍ଗରେ ଉତିର୍ଣ୍ଣ ମୋଟ ୭୧.୩୪% ବିଦ୍ୟାର୍ଥୀଙ୍କ ମଧ୍ୟରୁ ୭୧.୬୯% ଛାତ୍ର ତଥା ୭୦.୮୫% ଛାତ୍ରୀ ଉତିର୍ଣ୍ଣ ହୋଇଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button