କ୍ରାଇମ

ବନ୍ଦ ଘରୁ ମହିଳାଙ୍କ ରକ୍ତାକ୍ତ ଶବ ଉଦ୍ଧାର: ସ୍ୱାମୀ ଫେରାର, ହତ୍ୟା ସନ୍ଦେହ – Utkal Mail


ରାଉରକେଲା: ବନ୍ଦ ଘର ଭିତରୁ ମହିଳାଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର ହୋଇଛି। ଏମିତି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ସମରଦରି ଗ୍ରାମରେ। ବାହାର ପଟୁ କବାଟ ବନ୍ଦଥିବା ଏବଂ ଦୀର୍ଘ ସମୟ ନ ଖୋଲିବାରୁ ସ୍ଥାନୀୟ ଲୋକଙ୍କ ସନ୍ଦେହ ହୋଇଥିଲା। ଲୋକେ ଝରକାପଟେ ମହିଳାଙ୍କ ମୃତଦେହ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ଦେଖି ପୁଲିସକୁ ସୂଚନା ଦେଇଥିଲେ।

ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ସ୍ୱାମୀ ଫେରାର ହୋଇଥିବାରୁ ତାଙ୍କ ଉପରେ ସନ୍ଦେହ ବଢ଼ିଛି। ମହିଳାଙ୍କ ସ୍ୱାମୀ ଏକ କୁକୁଡ଼ା ଦୋକାନରେ କାମ କରୁଥିବା ଜଣାପଡ଼ିଛି। କିଏ ଓ କାହିଁକି ହତ୍ୟା କଲା ତାହା ଏବେ ତଦନ୍ତରେ ପରେ ସ୍ପଷ୍ଟ ହେବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।




Related Articles

Leave a Reply

Your email address will not be published. Required fields are marked *

Back to top button