ରାଜନୀତି

କଂଗ୍ରେସ ଛାଡିଲେ ଏକେ ଆଣ୍ଟୋନିଙ୍କ ପୁଅ, ବିବାଦୀୟ ବିବିସି ଡକ୍ୟୁମେଣ୍ଟାରୀକୁ ସମାଲୋଚନା କରି ଟ୍ବିଟ୍ କରିଥିଲେ

ନୂଆଦିଲ୍ଲୀ:ବରିଷ୍ଠ କଂଗ୍ରେସ ନେତା ଏ.କେ ଆଣ୍ଟୋନିଙ୍କ ପୁଅ ଅନିଲ କେ ଆଣ୍ଟୋନି ଦଳରୁ ଇସ୍ତଫା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବିବାଦୀୟ ବିବିସି ଡକ୍ୟୁମେଣ୍ଟାରୀକୁ ସମାଲୋଚନା କରି ଟ୍ବିଟ୍ କରିବାର ଦିନକ ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି । ତାଙ୍କର ଏହି ଟ୍ୱିଟ୍ ହଟାଇବାକୁ ତାଙ୍କ ଉପରେ ଚାପ ପଡ଼ୁଥିବା ଦର୍ଶାଇ ସେ ଦଳ ଛାଡିଛନ୍ତି।

ଅନିଲ ଆଣ୍ଟୋନି ଟ୍ୱିଟରରେ ଇସ୍ତଫା ପତ୍ର ସେୟାର କରି ଦଳ ଛାଡିଥିବା ଘୋଷଣା କରିଛନ୍ତି। ସେ ଲେଖିଛନ୍ତି, “ମୁଁ କଂଗ୍ରେସରେ ମୋର ଭୂମିକାରୁ ଇସ୍ତଫା ଦେଇଛି। ଯେଉଁ ଲୋକମାନେ ବାକ୍ ସ୍ୱାଧୀନତା ପାଇଁ ଲଢ଼ୁଥିବା କହୁଛନ୍ତି ସେମାନେ ଏକ ଟ୍ବିଟ୍ ପ୍ରତ୍ୟାହାର କରିବାକୁ କଲ୍ କରୁଥିଲେ, ମୁଁ ମନା କରିଥିଲି।”

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ନିର୍ମିତ ବିବିସିର ଡକ୍ୟୁମେଣ୍ଟାରୀକୁ ନେଇ ବିବାଦ ମଧ୍ୟରେ ଅନିଲ ଆଣ୍ଟୋନି ଟ୍ବିଟ୍ କରି ଏହି ଡକ୍ୟୁମେଣ୍ଟାରୀକୁ ସମାଲୋଚନା କରିଥିଲେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button