ବିଚାର

ତୁଳସୀ ଗଛ ମୂଳରେ ଏହି ଗଛ ଉଠିଲେ ଲୁଚାଇ ରଖି ଦିଅନ୍ତୁ, ଦେବୀ ଲକ୍ଷ୍ମୀ ବାଧ୍ୟ ହୋଇଯିବେ ଆପଣଙ୍କ ଘରକୁ ପ୍ରବେଶ କରିବା ପାଇଁ

ଭାରତରେ ପ୍ରତ୍ୟେକ ହିନ୍ଦୁ ଲୋକଙ୍କ ଘରେ ତୁଳସୀ ଚଉରା ପୂଜା ପାଇଥାଏ। ହିନ୍ଦୁ ଧର୍ମ ଗ୍ରନ୍ଥରେ ତୁଳସୀ ଗଛକୁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ କୁହାଯାଇଛି। ତୁଳସୀ ଗଛକୁ ପ୍ରତ୍ୟେକଦିନ ଦର୍ଶନ କରିବା ପାପ ନାଶକ ଓ ପୂଜାର୍ଚ୍ଚନା କରିବା ମୋକ୍ଷଦାୟକ ମାନା ଯାଇଥାଏ। ତୁଳସୀ ପତ୍ର ପ୍ରତ୍ୟେକ ପୂଜା କାର୍ଯ୍ୟ, ବ୍ରତ ଉପବାସ, ଯଜ୍ଞ ଆଦିରେ ବ୍ୟବହାର କରାଯାଇଥାଏ। ତୁଳସୀ ପତ୍ର ବିନା ଭଗବାନ ବିଷ୍ଣୁଙ୍କର ପୂଜା ଅପୂର୍ଣ୍ଣ ହୋଇ ଯାଇଥାଏ।

ସକାଳୁ ଉଠି ତୁଳସୀ ଗଛରେ ଜଳ ଅର୍ପଣ କରିବା ଏବଂ ସକାଳ ସଞ୍ଜରେ ଘିଅର ଦୀପ ପ୍ରଜ୍ବଳନ କରିବା ଅତ୍ୟନ୍ତ ଶୁଭ ମାନା ଯାଇଥାଏ। ଯେଉଁ ଘରେ ତୁଳସୀ ଚଉରା ରହିଥାଏ, ସେଠାରେ କେବେବି ବାସ୍ତୁ ଦୋଷ ଉତ୍ପନ୍ନ ହୋଇ ନଥାଏ। ତୁଳସୀ ଗଛକୁ କେବେବି ଭୂମିରେ ପୋତିବା ଉଚିତ ନୁହେଁ, ଏହାକୁ ଗୋଟେ ଗାମଲାରେ ଲଗାଇବା ଉଚିତ। କୌଣସି ଏକାଦଶୀ ବା ପର୍ବପର୍ବାଣୀରେ ତୁଳସୀ ଗଛରୁ ପତ୍ର ତୋଳିବା ଉଚିତ ନୁହେଁ। ତୁଳସୀ ଗଛ ଆଖପାଖରେ କେବେବି ଅପରିଷ୍କାର ବା ଆବର୍ଜନା ପକାଇବା ଉଚିତ ନୁହେଁ।

ସନ୍ତାନ ନଥିବା ଦମ୍ପତିଙ୍କୁ ତୁଳସୀ ନାମାଷ୍ଟକ ପାଠ ନିଶ୍ଚିତ ଭାବରେ କରିବା ଉଚିତ। ସ୍ନାନ କରିବା ସମୟରେ ପାଣିରେ କିଛି ତୁଳସୀ ପତ୍ର ପକାଇ ଦେଲେ, ତୀର୍ଥ ସ୍ନାନ ଭଳି ଅନୁଭବ ହୋଇଥାଏ। ଆଜି ଆମେ ଆପଣଙ୍କୁ ତୁଳସୀ ଗଛ ସମ୍ବନ୍ଧିତ କିଛି ଖାସ ଉପାୟ ବିଷୟରେ କହିବାକୁ ଯାଉଛୁ , ଯାହାକୁ ପ୍ରୟୋଗ କରି ଆପଣ ଲାଭବାନ ହେବା ସହିତ ନିଜ ସମସ୍ୟା ଦୂର କରି ପାରିବେ।

ଆମ ଉପରେ ନକାରାତ୍ମକ ପ୍ରଭାବ ପଡ଼ିଲେ, ଆମେ ତାକୁ ଖରାପ ଦୃଷ୍ଟି ଲାଗେ ବୋଲି କହି ଥାଉ। ଜୀବନ ନୈରାଶ୍ୟପୂର୍ଣ୍ଣ ଲାଗୁଥିଲେ ବା ରୋଗାକ୍ରାନ୍ତ ରହିଥିଲେ ସାତଟି ତୁଳସୀ ପତ୍ର ଓ ଗୋଲମରିଚ ନିଅନ୍ତୁ। ତାପରେ ଏହାକୁ ପୀଡ଼ିତଙ୍କ ମୁଣ୍ଡରୁ ଗୋଡ଼ ପର୍ଯ୍ୟନ୍ତ ବୁଲାଇ ଆଣି ପୀଡ଼ିତଙ୍କୁ ଖାଇବାକୁ ଦେଇ ଦିଅନ୍ତୁ।

ଘରେ ସୁଖଶାନ୍ତି ବଜାୟ ରଖିବା ପାଇଁ ଏବଂ ପରିବାର ଲୋକଙ୍କ ମଧ୍ୟରେ ଉତ୍ତମ ସାମଞ୍ଜସ୍ୟ ବୃଦ୍ଧି କରିବା ପାଇଁ ରାତିରେ ଶୋଇବା ପୂର୍ବରୁ ଗୋଟେ ତମ୍ବା ପାତ୍ରରେ ଅଳ୍ପ ପାଣି ଦେଇ ପାଞ୍ଚଟି ତୁଳସୀ ପତ୍ର ପକ୍ଷୀ ଦିଅନ୍ତୁ। ତାପରଦିନ ସକଲେ ସ୍ନାନ କରିବା ପୂର୍ବରୁ ଘରର ଦୁଆରମୁହଁ ପାଖରୁ ଆରମ୍ଭ କରି କୋଣ ଅନୁକୋଣରେ ସିଞ୍ଚନ କରନ୍ତୁ। ଏହାଦ୍ବାରା ହିଶ୍ରକୁ ଆସୁଥିବା ସଙ୍କଟ ଦୂର ହୋଇଯିବ। ଘରେ ଛୋଟ ଛୋଟ କଥାରେ ହେଉଥିବା କ୍ଳେଶ ଦୂର ହୋଇଯିବ।

ଗୁରୁବାର ଦିନ ଆପଣ ସ୍ନାନ ସାରି ହଳଦିଆ ବସ୍ତ୍ର ପରିଧାନ କରନ୍ତୁ ଏବଂ ମଥାରେ ତିଳକ ଲଗାନ୍ତୁ। ଘରେ ଗୋଟରୁ ଅଧିକ ତୁଳସୀ ଗଛ ରହିବା ଅତ୍ୟନ୍ତ ଶୁଭ ହୋଇଥାଏ। ତେବେ ତୁଳସୀ ଗଛର ଚେର ଆଣି ଧୋଇ ଦିଅନ୍ତୁ। ତାପରେ ଏହାକୁ ଠାକୁର ଘରେ ରଖି ପୂଜାର୍ଚ୍ଚନା କରନ୍ତୁ। ତାପରେ ଏହାକୁ ହଳଦିଆ କପଡ଼ାରେ ବାନ୍ଧି ଧନଭଣ୍ଡାର ଘରେ ରଖି ଦିଅନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କ ଘର ଧନଧାନ୍ୟରେ ପରିପୂର୍ଣ୍ଣ ହୋଇଯିବ ଏବଂ ଦେବୀ ଲକ୍ଷ୍ମୀଙ୍କ କୃପା ଆପଣଙ୍କୁ ପ୍ରାପ୍ତ ହେବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button