ଦେଶ ବିଦେଶ

ଦିଲ୍ଲୀରେ ପ୍ରବଳ ଝଡ଼ବର୍ଷାରେ ୪ ମୃତ; ୧୦୦ ବିମାନ ବିଳମ୍ବିତ

ନୂଆଦିଲ୍ଲୀ: ଶୁକ୍ରବାର ସକାଳେ ପ୍ରବଳ ବର୍ଷା ପବନ ଏବଂ ଶିଳାବୃଷ୍ଟି ଯୋଗୁ ଦିଲ୍ଲୀ ଏବଂ ଏନ୍‌ସିଆର୍‌ରେ ୪୦ ରୁ ଅଧିକ ବିମାନର ମାର୍ଗ ପରିବର୍ତ୍ତନ କରାଯାଇଛି। କେବଳ ସେତିକି ନୁ‌ହେଁ, ପ୍ରାୟ ୧୦୦ଟି ବିମାନ ବିଳମ୍ବ ମଧ୍ୟ ହୋଇଛି।

ବର୍ଷା ସହିତ ପ୍ରବଳ ପବନ ବହିବା ଫଳରେ ଦ୍ୱାରକାର ଚାଷ ଜମିରେ ନିର୍ମିତ ଏକ ନଳକୂପ କୋଠରୀ ଉପରେ ଏକ ନିମ୍ବ ଗଛ ପଡ଼ିଯାଇଥିଲା। ଗଛଟି ନଳକୂପ କୋଠରୀ ଉପରେ ପଡ଼ିଯିବା ଫଳରେ କୋଠରୀଟି ସଂପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି।

ତେବେ ସେହି ଗ୍ନାବଶେଷ ତଳେ ଜଣେ ୨୬ ବର୍ଷୀୟା ମହିଳା ଏବଂ ତାଙ୍କର ତିନି ପିଲା ଫସି ରହିଥିବା ବେଳେ ପୁଲିସ୍‌ ଏବଂ ଅଗ୍ନିଶମ ବାହିନୀ କର୍ମଚାରୀଙ୍କ ସହାୟତାରେ, ସମସ୍ତ ଚାରି ଜଣଙ୍କୁ ବାହାର କରାଯାଇ ଜାଫରପୁର କଲାନର ଆର୍‌ଟିଆର୍‌ ହସ୍ପିଟାଲ୍‌କୁ ପଠାଯାଇଛି। ଯେଉଁଠାରେ ସେମାନଙ୍କୁ ମୃତ ଘୋଷଣା କରାଯାଇଥିଲା। ଏହି ଘଟଣାରେ ମୃତ ମହିଳାଙ୍କ ସ୍ୱାମୀ ଅଜୟ ସାମାନ୍ୟ ଆହତ ହୋଇଛନ୍ତି।

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ସହରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବା ପରେ ଅନେକ ଅଞ୍ଚଳ ପରିଦର୍ଶନ କରିଥିଲେ।

ଶୁକ୍ରବାର ସକାଳେ ଭାରତ ପାଣିପାଗ ବିଭାଗ (ଆଇଏମ୍‌ଡି) ଦିଲ୍ଲୀ ପାଇଁ ଏକ ରେଡ୍ ଆଲର୍ଟ ଜାରି କରିଛି, ଆଗାମୀ କିଛି ଘଣ୍ଟା ମଧ୍ୟରେ ପ୍ରବଳ ଝଡ଼ବର୍ଷା ଏବଂ ଘଣ୍ଟାପ୍ରତି ୭୦ ରୁ ୮୦ କିଲୋମିଟର ବେଗରେ ଝଡ଼ ପବନ ବହିବାର ଚେତାବନୀ ଦେଇଛି। ଏକ ତୀବ୍ର ମେଘ ସହର ଉପରେ ଅତିକ୍ରମ କରି ଝଡ଼ ପରିସ୍ଥିତି ସୃଷ୍ଟି କରିଥିଲା, ପାଲମ ଷ୍ଟେସନରେ ୭୪ କିଲୋମିଟର ବେଗରେ ପବନ ବହିବାର ସୂଚନା ଦିଆଯାଇଛି। ଦିଲ୍ଲୀ ପାଇଁ ଜାରି କରାଯାଇଥିବା ରେଡ୍ ଆଲର୍ଟ ଏବେ ଅରେଞ୍ଜ୍ ଆଲର୍ଟରେ ପରିଣତ ହୋଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button