କ୍ରାଇମ

ମହିଳା ରେଳଯାତ୍ରୀଙ୍କ ଅଭିଯୋଗର ୧୨ ମିନିଟ ପରେ ଗିରଫ ହେଲେ ତିନିଜଣ ଯୁବକ – Utkal Mail


ନୂଆଦିଲ୍ଲୀ: ଭାରତୀୟ ରେଳବାଇରେ କ୍ରମାଗତ ଭାବେ ଉନ୍ନତୀକରଣ କରାଯାଉଛି। ଏମିତି କି ଯାତ୍ରା ସମୟରେ ଯାତ୍ରୀଙ୍କ ଯେପରି କୌଣସି ଅସୁବିଧା ନହୁଏ ସେଥିପ୍ରତି ବି ଦୃଷ୍ଟି ଦିଆଯାଉଛି।

ନିକଟରେ ଜଣେ ମହିଳା ଯାତ୍ରୀଙ୍କ ଅଭିଯୋଗର ୧୨ ମିନିଟ ମଧ୍ୟରେ ୩ଜଣ ମଦ୍ୟପଙ୍କୁ ଟ୍ରେନରୁ ଗିରଫ କରାଯାଇଥିବା ମାମଲା ସାମ୍ନାକୁ ଆସିଛି।

ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ କହିବାନୁସାରେ, ‘ରେଳବାଇର ସୁରକ୍ଷା କର୍ମଚାରୀ (ଆରପିଏଫ) ଜ‌ଣେ ମହିଳା ଯାତ୍ରୀଙ୍କ ଠାରୁ ଅଭିଯୋଗ ପାଇଥିଲେ। ଏହି ଅଭିଯୋଗ ପାଇବାର ମାତ୍ର ୧୨ମିନିଟ ପରେ ଆକସନ ନିଆଯାଇଥିଲା।’

ମହିଳା ଯାତ୍ରୀ ରେଳରେ ଯାତ୍ରା କରିବା ସମୟରେ ତିନିଜଣ ଯୁବକ ମଦ ପାନ କରି ପାଟିତୁଣ୍ଡ କରୁଥିଲେ। ଏହାପରେ ଗାୟତ୍ରୀ ବିଶୋଇ ନାମକ ମହିଳା ଯାତ୍ରୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ (ଟୁଇଟର)ରେ ନଭେମ୍ବର ୨୦ ତାରିଖ ବିଳମ୍ବିତ ରାତି ୨ଟା ୧୪ ମିନିଟରେ ଏକ ଭିଡିଓ ଅପଲୋଡ କରିଥିଲେ।

ଏଥିରେ ସେ କହିଥିଲେ କି, ‘ମୁଁ ଦ୍ବିତୀୟଶ୍ରେଣୀ ଏସି କୋଚରେ ଜୟପୁରରୁ ଶ୍ରୀଗଙ୍ଗାନଗର ଯାତ୍ରା କରୁଛି।  ଯେଉଁଥିରେ ତିନିଜଣ ବ୍ୟକ୍ତି ମଦପାନ କରୁଛନ୍ତି। ଆଉ ସାମ୍ନାରେ ‌ଯେଉଁ ଯାତ୍ରୀଙ୍କୁ ଦେଖୁଛନ୍ତି ଅପଶବ୍ଦ କହି ଗାଳିଗୁଲଜ କରୁଛନ୍ତି।’

ଏହି ଘଟଣାକୁ ନେଇ ଆରପିଏଫ କହିଥିଲା କି, ‘ଘଟଣାଦିନ ଟ୍ରେନରେ କୌଣସି ଯବାନ ନଥିଲେ। କାରଣ ନିର୍ବାଚନ ହେତୁ ଯବାନମାନଙ୍କୁ ନିୟମିତ ଡିୟୁଟିରୁ ନେଇ ନିର୍ବାଚନୀ ଡିୟୁଟିରେ ନିୟୋଜିତ କରାଯାଇଥିଲା।’




Related Articles

Leave a Reply

Your email address will not be published. Required fields are marked *

Back to top button