କ୍ରୀଡା

ନ୍ୟୁଜିଲାଣ୍ଡକୁ ହରାଇଲା ଇଂଲଣ୍ଡ, ଷ୍ଟୋକ୍ସଙ୍କ ବିସ୍ଫୋରକ ୧୮୨ – Utkal Mail


ଲଣ୍ଡନ: ତୃତୀୟ ଦିନିକିଆକୁ ଇଂଲଣ୍ଡ ୧୮୧ ରନ୍‌ରେ ଜିତି ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ଶୃଙ୍ଖଳାରେ ୨-୧ରେ ଆଗୁଆ ରaହିଛି। ଏହି ମ୍ୟାଚ୍‌ରେ ଷ୍ଟୋକ୍ସଙ୍କ ଶତକୀୟ ପାଳି ସହିତ ଦାୱିଦ ମଲାନ୍‌ଙ୍କ ୯୬ ରନ୍‌ ସହାୟତାରେ ଇଂଲଣ୍ଡ ୪୮.୧ ଓଭରରେ ୩୬୮ ରନ୍‌ କରି ସମସ୍ତ ୱିକେଟ୍‌ ହରାଇଥିଲା। ଷ୍ଟୋକ୍ସ ଓ ମଲାନ୍‌ଙ୍କ ମଧ୍ୟରେ ତୃତୀୟ ୱିକେଟ୍‌ରେ ୧୯୯ ରନ୍‌ର ଭାଗୀଦାରି ହୋଇଥିଲା। ଟ୍ରେଣ୍ଟ ବୋଲ୍ଟ ସଫଳ ବୋଲର ଭାବେ ୫୧ ରନ୍‌ ବିନିମୟରେ ୫ ୱିକେଟ୍‌ ଦଖଲ କରିଥିଲେ। ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ନ୍ୟୁଜିଲାଣ୍ଡ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ମଧ୍ୟକ୍ରମରେ ଗ୍ଲେନ୍‌ ଫିଲିପ୍ସ (୭୨) ସଂଘର୍ଷ ପୂର୍ଣ୍ଣ ପାଳି ଖେଳିଥିଲେ ବି ଦଳକୁ ଜିତାଇବାରେ ଅସମର୍ଥ ହୋଇଥିଲେ। ୩୯ ଓଭର ସୁଦ୍ଧା ଦଳ ୧୮୭ ରନ୍‌ କରି ଅଲଆଉଟ୍‌ ହୋଇଥିଲା।

ଆନ୍ତର୍ଜାତିକ ଦିନିକିଆର ଗୋଟିଏ ମ୍ୟାଚ୍‌ରେ ଇଂଲଣ୍ଡ ପାଇଁ ସର୍ବୋଚ୍ଚ ଦିନିକିଆ ପାଳି ଖେଳିବାରେ ବେନ୍‌ ‌ଷ୍ଟୋକ୍ସ କୀର୍ତ୍ତିମାନ ରଚିଛନ୍ତି। ବୁଧବାର ଲଣ୍ଡନର କେନିଙ୍ଗଟନ୍‌ ଓଭାଲ୍‌ରେ ‌ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ତୃତୀୟ ଦିନିକିଆରେ ଷ୍ଟୋକ୍ସ ଏହି ଉପଲବ୍ଧି ହାସଲ କରିଛନ୍ତି। ମ୍ୟାଚ୍‌ରେ ସେ ୧୨୪ ବଲ୍‌ରୁ ବିସ୍ଫୋରକ ୧୮୨ ରନ୍‌ ସଂଗ୍ରହ କରିଥିଲେ। ଏହା ମଧ୍ୟରେ ୧୫ ଚୌକା ଓ ୯ ଛକା ସାମିଲ ଥିଲା। ଏହି ପାଳି ବଳରେ ନ୍ୟୁଜିଲାଣ୍ଡ ସମ୍ମୁଖରେ ଇଂଲଣ୍ଡ ୩୬୯ ରନ୍‌ର ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଷ୍ଟୋକ୍ସଙ୍କ ଏହି ଶତକୀୟ ପାଳି ୨୦୧୮ରେ ଜାସନ ରଏ କରିଥିବା ୧୮୦ ରନ୍‌କୁ ଟପିଯାଇଥିଲା। ଏଥିସହିତ ଏହି ବିଶ୍ବକପ୍‌ ବିଜେତା ବାମହାତୀ ବ୍ୟାଟର୍‌ ଦିନିକିଆରେ ଚତୁର୍ଥ ଶତକ ସହ ୩୦୦୦ ରନ୍‌ ମାଇଲ୍‌ଖୁଣ୍ଟ ଅତିକ୍ରମ କରିଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button