ଜୀବନଶୈଳୀ

ଘରର ବଗିଚାରେ ଏହି ଅଶୁଭ ଗଛ ଲଗାଇଲେ, ସୌଭାଗ୍ୟ ହୋଇ ଯାଇଥାଏ ଦୁର୍ଭାଗ୍ୟ। ଜାଣନ୍ତୁ କଣ ସେହି ଗଛ

ଘରର ଆଖପାଖରେ ଗଛ ରହିଲେ ପରିବେଶ ସବୁଜମୟ ରହିବା ସହିତ ସକାରାତ୍ମକ ବାତାବରଣ ସୃଷ୍ଟି ହୋଇଥାଏ। ଏହାର ସିଧାସଳଖ ପ୍ରଭାବ ଆମ ଜୀବନ ଉପରେ ପଡ଼ିଥାଏ। ମନୁଷ୍ୟ ନିଜ ଜୀବନକୁ ସରଳ ଓ ସୁନ୍ଦର ରୂପରେ ଅତିବାହିତ କରିବା ପାଇଁ ବାସ୍ତୁ ଶାସ୍ତ୍ରରେ ଅନେକ ଉପାୟ ଗୁଡ଼ିକ ବିଷୟରେ ବର୍ଣ୍ଣନା କରାଯାଇଛି। ଯେପରି କେଉଁ ଦିଗରେ ଠାକୁର ଘର ରହିବା ଉଚିତ, କେଉଁ ଦିଗରେ ରୋଷେଇ କରିବା ଉଚିତ, କେଉଁ ଦିଗ ଆଡ଼କୁ ମୁଣ୍ଡ କରି ଶୋଇବା ଉଚିତ ଇତ୍ୟାଦି ଅନେକ କଥା ଶାସ୍ତ୍ରରେ ବର୍ଣ୍ଣିତ ରହିଛି। ସେହିପରି ଗଛଲତା ସମ୍ବନ୍ଧରେ ମଧ୍ୟ ବର୍ଣ୍ଣିତ ରହିଛି।କିଛି ଏଭଳି ଶୁଭ ଗଛ ରହିଛି ଯାହାକୁ ଘରେ ଲଗାଇବା ଦ୍ୱାରା ଆପଣଙ୍କ ଜୀବନ ସୁଖମୟ ହେବା ସହିତ ଭାଗ୍ୟ ବଦଳି ଯାଇଥାଏ। ସେହିପରି କିଛି ଏଭଳି ଅଶୁଭ ଗଛ ରହିଛି, ଯାହାକୁ ଘରେ ଲଗାଇବା ଦ୍ୱାରା ଆପଣଙ୍କୁ ଜୀବନରେ ଅନେକ ଦୁଃଖକଷ୍ଟ ଭୋଗ କରିବାକୁ ପଡ଼ିଥାଏ। ଏହାସହିତ ଘରେ ନକାରାତ୍ମକ ଶକ୍ତିର ବାସ ହୋଇଥାଏ।ତେବେ ଆସନ୍ତୁ ସେହି ଅଶୁଭ ଗଛ ଗୁଡ଼ିକ ବିଷୟରେ ବିସ୍ତାର ରୂପରେ ଜାଣିବା।

କଣ୍ଟା ଜାତୀୟ ଗଛ :-

ଘରେ ବା ଘରର ଆଖପାଖରେ କେବେବି କଣ୍ଟା ଜାତୀୟ ଗଛ ଲଗାଇବା ଉଚିତ ନୁହେଁ। ଏହି କଣ୍ଟା ଜାତୀୟ ଗଛ ଘରେ ରହିବା ଦ୍ଵାରା ଆପଣଙ୍କୁ ଜୀବନରେ ଅନେକ କଠିନ ପରିସ୍ଥିତିର ସାମ୍ନା କରିବାକୁ ପଡିପାରେ। ଏହାସହିତ ପରିବାରରେ ସର୍ବଦା କଳହର ମାହୋଲ ରହିବ। ଗୋଲାପ ଫୁଲ ଆପଣ ଘରେ ଲଗାଇ ପାରିବେ। କିନ୍ତୁ ଅନ୍ୟ କଣ୍ଟା ଜାତୀୟ ଗଛ ଘରେ ରଖିବା ଦ୍ୱାରା ଅଶୁଭ ପରିଣାମ ପ୍ରାପ୍ତି ହୋଇଥାଏ।

ତେନ୍ତୁଳି ଗଛ :-

କିଛି ଲୋକଙ୍କୁ ଖଟା ତେନ୍ତୁଳି ଖାଇବାକୁ ଭଲ ଲାଗିଥାଏ। କିନ୍ତୁ ଏହାକୁ ଘରେ ବା ବଗିଚାରେ କେବେବି ଲଗାଇବା ଉଚିତ ନୁହେଁ। ଏହାକୁ ଘରେ ଲଗାଇବା ଦ୍ୱାରା ଘରେ ନକାରାତ୍ମକ ଶକ୍ତିର ପ୍ରବେଶ ହୋଇଥାଏ। କୁହାଯାଏ କି ଭୂତ, ପିଶାଚ ତେନ୍ତୁଳି ଗଛରେ ବାସ କରିବାକୁ ପସନ୍ଦ କରିଥାନ୍ତି। ଏହି ଗଛ ଘରର ଆଖପାଖରେ ରହିବା ଘର ପାଇଁ ଅଶୁଭ ସାବ୍ୟସ୍ତ ହୋଇଥାଏ। ଏହାଦ୍ବାରା ପରିବାର ଲୋକଙ୍କର ଉନ୍ନତିରେ ବାଧା ଉତ୍ପନ୍ନ ହୋଇଥାଏ। ଏହାସହିତ ଆର୍ଥିକ ଅଭାବ ଦେଖା ଦେଇଥାଏ।

ଖଜୁରୀ ଗଛ :-

ସାଧାରଣତଃ ଅଧିକାଂଶ ଲୋକେ ନିଜ ବଗିଚାକୁ ସୁନ୍ଦର ଓ ରମଣୀୟ କରିବା ପାଇଁ ଖଜୁରୀ ଗଛ ଲଗାଇ ଥାଆନ୍ତି।କିନ୍ତୁ ବାସ୍ତୁ ଶାସ୍ତ୍ର ଅନୁସାରେ ଏହି ଖଜୁରୀ ଗଛକୁ ଅତ୍ୟନ୍ତ ଅଶୁଭ ମାନା ଯାଇଥାଏ। ଏହି ଗଛ ଘରେ ବା ବଗିଚାରେ ଏହିବା ଦ୍ୱାରା ଆର୍ଥିକ କ୍ଷତି ହେବାର ସଂକେତ ମିଳିଥାଏ। ଏହାସହିତ ଘରର ଋଣ ଭାର ବଢ଼ି ଯାଇଥାଏ। ପରିବାର ଲୋକଙ୍କ ପାଖରେ ଅଧିକ ସମୟ ଅର୍ଥ ତିଷ୍ଠି ପାରି ନଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button