ଜୀବନଶୈଳୀ

ଆଜିର ବଛା ବଛା ୨୦ଟି ଅନୁଚିନ୍ତା, ଯାହାକି ଜାଣିବା ଦ୍ୱାରା ଆପଣଙ୍କ କାମରେ ଆସିବ , ଆଜି ହିଁ ଜାଣି ନିଅନ୍ତୁ।

ନମସ୍କାର ଜୟ ଜଗନ୍ନାଥ ବନ୍ଧୁଗଣ , ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ସ୍ୱାଗତ । ଆଜିର ଏହି ପୋଷ୍ଟଟିରେ ଆମେ ୨୦ ଟି ସାଧୁବାଣୀ ଅନୁଚିନ୍ତା ବିଷୟରେ କହିବୁ । ଏଥିପାଇଁ ଏହାକୁ ଶେଷ ଯାଏଁ ନିଶ୍ଚିତ ପଢନ୍ତୁ ।

ଘରେ ସୁଖ ଶାନ୍ତି ଓ ସମୃଦ୍ଧତା ବୃଦ୍ଧି କରିବାକୁ ହେଲେ ଘରେ ସକାଳୁ ଭଜନ କିମ୍ବା ଭକ୍ତି ଗୀତ କିଛି ସମୟ ବଜାନ୍ତୁ।

ଘରେ କେବେ ଝାଡୁକୁ ଠିଆ କରିରଖନ୍ତୁ ନାହିଁ ଏବଂ ଝାଡୁରେ କେବେ ଗୋଡ଼ ମାରନ୍ତୁ ନାହିଁ। ଏହା ଦ୍ବାରା ଅଶାନ୍ତି ସୃଷ୍ଟି ହୋଇଥାଏ।

Google

ବାସ୍ତୁ ବିଦ୍ୟା ଅନୁସାରେ ଶୋଇବା ଘରେ କେବେ ଆଇନା ରଖନ୍ତୁ ନାହିଁ। ଯଦି ରଖିବାକୁ ପଡ଼ିଥାଏ ତେବେ କପଡା ଘୋଡେଇ ଆଇନା ରଖନ୍ତୁ।

ଘରର ଶୋଇବା ଘର ଖଟରେ କେବେ ବସିକି ଖାଆନ୍ତୁ ନାହିଁ ଏହା ଦ୍ବାରା ଖରାପ ସ୍ୱପ୍ନ ଆସିଥାଏ। ଏବଂ ଘରକୁ ଦରିଦ୍ରତା ମଧ୍ୟ ଆସିଥାଏ।

ଘରର ମୁଖ୍ୟ ଦ୍ୱାର ସାମ୍ନାରେ କେବେବି ଚପଲ, ଜୋତା, ଏଠି ସେଠୀ ପକାନ୍ତୁ ନାହିଁ କିମ୍ବା ଜୋତାକୁ କେବେ ଓଲଟା ପକାନ୍ତୁ ନାହିଁ। ଏହା ଦ୍ବାରା ଘରେ ଅଶାନ୍ତି ଉତ୍ପନ୍ନ ହୋଇଥାଏ।

Google

ଘରେ ସୁଖ ସମୃଦ୍ଧି ବୃଦ୍ଧି କରିବା ପାଇଁ ଠାକୁର ପୁଜା ସକାଳ ୬ ଟାରୁ ୮ ମଧ୍ୟରେ କରନ୍ତୁ। ଏବଂ କେବଳ ପୁସ୍ୟା ଆସନରେ ବସି ପୂର୍ବ କିମ୍ବା ଉତର ଦିଗକୁ ମୁଖ କରି ପୁଜା କରିବା ଉଚିତ।

ଘରେ ସବୁବେଳେ ଖାଇବା ପାଇଁ ତିଆରି କରୁଥିବା ରୁଟିକୁ ପ୍ରଥମେ ଗାଈକୁ ଖାଇବାକୁ ଦିଅନ୍ତୁ। ଏହା ଘରର ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ।

ଘର ଭିତରେ ପୁଜା କରୁଥିବା ସ୍ଥାନରେ କିମ୍ବା ଠାକୁର ଘରେ ପାଣି ଭର୍ତ୍ତି କରି କଳସଟିଏ ରଖିବା ଉଚିତ ହୋଇଥାଏ।

ଘରେ ସବୁବେଳେ ସୁଖ ଶାନ୍ତିର ବାତାବରଣ ରଖିବା ପାଇଁ ହେଲେ ଘରର ମୁଖ୍ୟ ଦ୍ବାରରେ ଡାହାଣ ପାଖରେ ସ୍ୱସ୍ତୀକ ଚିହ୍ନ ଆଙ୍କିବା ଉଚିତ।

ଯଦି ଘରେ ଔଷଧ ରଖୁଛନ୍ତି ତେବେ ଉତର-ପୂର୍ବ କୋଣରେ ରଖିବା ଉଚିତ। ଏହା ଦ୍ବାରା ଔଷଧର ପ୍ରଭାବ ଭଲ ହୋଇଥାଏ।

ଘରର ଦକ୍ଷିଣ ପୂର୍ବ ଦିଗକୁ ସବୁବେଳେ କମଳା ରଙ୍ଗ କିମ୍ବା ଗୋଲାପୀ ରଙ୍ଗ କରିବା ଉଚିତ। ଏହା ଦ୍ବାରା ବ୍ୟର୍ଥ ଖର୍ଚ୍ଚ କମ ହୋଇଥାଏ।

ଘରେ କେବେ ବୁଢ଼ୀଆଣି ବସା ହେବାକୁ ଦିଅନ୍ତୁ ନାହିଁ କିମ୍ବା ଧୂଳି ହେବାକୁ ଦିଅନ୍ତୁ ନାହିଁ। ଏହା ଦ୍ବାରା ଅଶାନ୍ତି ବୃଦ୍ଧି ହୋଇଥାଏ।

Google

ଘରେ କେବେ ଶୁଖିଯାଇଥିବା ଗଛ ରଖିବା ଉଚିତ ନୁହେଁ ଏବଂ ଲଗା ଯାଇଥିବା ଗଛକୁ ସବୁଦିନ ପାଣି ଦିଅନ୍ତୁ।

ଘରେ କବାଟ ଖୋଲିଆ ବେଳେ କିମ୍ବା ବନ୍ଦ କରିବା ବେଳେ ଯେପରି କର୍କଶ ଶବ୍ଦ ନଶୁଭେ ସେଥି ପ୍ରତି ଧ୍ୟାନଦେବା ଉଚିତ।ଏପରି ହେଲେ ଅଶାନ୍ତି ସୃଷ୍ଟି ହୋଇଥାଏ।

ଘରେ କେବେ ଦକ୍ଷିଣକୁ ଗୋଡ଼ ରଖି ଶୋଇବା ଉଚିତ ନୁହେଁ। ଏହା ଦ୍ବାରା ଅଶାନ୍ତି ଏବଂ ଖରାପ ସ୍ୱପ୍ନ ମଧ୍ୟ ଆସିଥାଏ।

ଶୋଇବାବେଳେ ପଶ୍ଚିମ ଦିଗକୁ ଗୋଡ଼ ରଖି ଶୋଇଲେ ଆଧ୍ୟାତ୍ମିକତା ବୃଦ୍ଧି ପାଇଥାଏ ଏବଂ ମନ ମଧ୍ୟ ଶାନ୍ତି ପାଇଥାଏ।

ଘରେ କେବେବି ଧୂପ, ଦୀପ ଆଳତି ମୁହଁରେ ଲିଭେଇବା ଉଚିତ ନୁହେଁ। ଏହା ଦ୍ବାରା ଅଶୁଭ ହୋଇଥାଏ।

ଘରେ ସୁଖ ଶାନ୍ତି ବଜାୟ ରଖିବାକୁ ହେଲେ ଓ ବାସ୍ତୁଦୋଷ ଦୂର କରିବା ପାଇଁ ତୁଳସୀ ଗଛ ଲଗାଇବା ଉଚିତ। ଏବଂ ଏହାକୁ ପ୍ରତ୍ୟକ ଦିନ ପାଣି ଦେବା ଉଚିତ।

ପ୍ରତ୍ୟକ ଦିନ ସକାଳୁ ସୂର୍ଯ୍ୟଙ୍କୁ ଜଳ ଦିଅନ୍ତୁ ଏବଂ ଆଦିତ୍ୟ ନମଃ ଏହି ମନ୍ତ୍ରକୁ ଜପ କରନ୍ତୁ। ଏହା କରିବା ଦ୍ବାରା ସୁଖ ଶାନ୍ତି ପ୍ରାପ୍ତି ହୋଇଥାଏ।

ଗୃହରେ କେବେବି ଠାକୁର ପୁଜା ଫୁଲକୁ ରଖନ୍ତୁ ନାହିଁ। ଏହାକୁ ନଦୀରେ ପ୍ରବାହିତ କରନ୍ତୁ।ଏହା ଦ୍ବାରା ମଙ୍ଗଳ ହୋଇଥାଏ।

ଘରେ ପାଣିରେ ଲୁଣ ମିଶାଇ ପୋଛା ମାରିବା ଦ୍ବାରା ଏବଂ ପୁଜା ସ୍ଥଳକୁ ସଫା ସୁତରା ରଖିଲେ ଘରେ ଶାନ୍ତି ବଜାୟ ରହିଥାଏ।

ପାଣିରେ ରୋଷେଇ ଘର କଳା ପଡ଼ିଥିଲେ କିମ୍ବା କାନ୍ଥ ଫାଟିଥିଲେ ତୁରନ୍ତ ଠିକ କରିଦେବା ଉଚିତ। ଏହା ଦ୍ବାରା ଅଶାନ୍ତି ବୃଦ୍ଧି ହୋଇଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button