ବ୍ୟବସାୟ

ଲଞ୍ଚ ହେଲା ନୋକିଆର ନୂଆଫୋନ; ଗ୍ରାହକଙ୍କୁ ମିଳିବ ଏସବୁ ଫାଇଦା – Utkal Mail


ନୂଆଦିଲ୍ଲୀ: ଭାରତୀୟ ବଜାରରେ ନୋକିଆର ଏକ ନୂଆଫୋନ ଲଞ୍ଚ ହୋଇଛି । ଏହି ଫୋନ ୟୁପିଆଇ ଫିଚର ସହିତ ବଜାରରେ ପ୍ରବେଶ କରିଛି। ଯାହାର ମୂଲ୍ୟ ୯୯୯ଟଙ୍କା ରଖାଯାଇଛି।

ଅର୍ଥାତ ଏଣିକି ଗ୍ରାହକ ନୋକିଆର ନୂଆ ‌ଫୋନ ସାହାଯ୍ୟରେ ୟୁପିଆଇ ‌ପେମେଣ୍ଟ କରି ପାରିବେ। ତେ‌ବେ ଏହା କୌଣସି ପ୍ରଥମ ଫିଚର ଫୋନ ନୁହେଁ। ଯେଉଁଥିରେ ଏହି ଫିଚର ଯୋଡ଼ି ହୋଇରହିଛି। କମ୍ପାନି ପୂର୍ବରୁ କିଛି ଫୋନରେ ଏହି ଫିଚରକୁ ଉପଲବ୍ଧ କରାଇଛି।

ଏଚଏମଡି ଗ୍ଲୋବାଲ ନୋକିଆ ୧୦୫ କ୍ଲାସିକ ୨ଜି ଫିଚର ଫୋନ ଲଞ୍ଚ କରିଛି। ଏହି ଫୋନରେ ଗ୍ରାହକଙ୍କୁ ଇନ-ବିଲ୍ଟ ୟୁପିଆଇ ଆପ୍ଲିକେସନ ମିଳିଥାଏ। ଏଥିସହିତ ଏହି ନୁଆ ଫୋନରେ ଆପଣ ଅନ୍ୟ ଫିଚର୍ସ ବି ପାଇପାରିବେ। ନୋକିଆ ୧୦୫ କ୍ଲାସିକକୁ ବଜାରରେ ଗ୍ରାହକ ଚାରକୋଲ ଓ ବ୍ଲୁ ଦୁଇଟି ରଙ୍ଗରେ ପାଇପାରି‌ବେ।

କମ୍ପାନି ଏହାକୁ ଚାରିଟି ଭେରିଏଣ୍ଟସରେ ଲଞ୍ଚ କରିଛି। ଯେଉଁଥିରେ ଆପଣଙ୍କୁ ସିଙ୍ଗଲ ସିମ ଓ ଡୁଆଲ ସିମର ବିକଳ୍ପ ମିଳିବ। ଏଥିସହିତ ଚାର୍ଜରର ବି ବିକଳ୍ପ ଦେଇଛି। ଗ୍ର‌ାହକ ଚାର୍ଜର ସହିତ କିମ୍ବା ବିନା ଚାର୍ଜର ସହିତ ଏହି ‌ଫୋନକୁ କିଣି ପାରିବେ। ଏଥିରେ କୌଣସି ପ୍ରକାର ଅସୁବିଧା ହେବନାହିଁ।

ଏହି ଡିଭାଇସକୁ ଆପଣ ନୋକିଆର ଅଧିକାରିକ ୱେବସାଇଟ ସହିତ ଅନ୍ୟ ରି‌ଟେଲର୍ସରୁ କିଣିପାରିବେ। କମ୍ପାନି ଏହି ଫୋନ ସହିତ ଏକବର୍ଷର ରିପ୍ଲେସମେଣ୍ଟର ଗ୍ୟାରେଣ୍ଟି ବି ଦେଉଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button