ସ୍ୱାସ୍ଥ୍ୟ

ସକାଳୁ ଖାଲି ପେଟରେ ଗ୍ରୀନ ଟି ପିଉଛନ୍ତି କି ସାବଧାନ ହୋଇପାରେ ଏହି ସବୁ ଅସୁବିଧା

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ୍ ସମୟରେ ଗ୍ରୀନ ଟି ପିଇବା ଏକ ଟ୍ରେଣ୍ଡ୍ ପାଲଟି ଗଲାଣି। ପତଳା ହେବା ପାଇଁ ଏବଂ ଫିଟ୍ ରହିବା ପାଇଁ ଅଧିକାଂଶ ଲୋକ ଏବେ ଗ୍ରୀନ ଟି ପିଉଛନ୍ତି।
ଏବଂ ଏହାକୁ ପିଇବା କୁ ମଧ୍ୟ ଲୋକମାନେ ଭାରି ପଶନ୍ଦ କରିଥାଆନ୍ତି। ଏଥିରେ ଥିବା ଆଣ୍ଟୀ ଅକ୍ସିଡାଣ୍ଟ ସ୍ବାସ୍ଥ୍ୟ କୁ ଠିକ୍ ରଖିବାରେ ସାହାଯ୍ୟ କରିଥାଏ। ଏବଂ ଆମକୁ ଅନେକ ରୋଗରୁ ରକ୍ଷା ମଧ୍ୟ କରିଥାଏ।
ତେବେ ଗ୍ରୀନ ଟି କୁ ଯଦି ଆପଣ ସଠିକ୍ ଭାବରେ ନପିଇବେ ତେବେ ଏହି ଭୟାନକ ମଧ୍ଯ ହୋଇପାରେ। ଏହା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ମଧ୍ଯ କ୍ଷତିକାରକ ମଧ୍ୟ ହୋଇ ପାରେ।
ଆପଣ ମାନେ ଜାଣିଥିବେ ଅନେକ ଲୋକ ମାନଙ୍କ ଖାଲି ପେଟରେ ଗ୍ରୀନ ଟି ପିଇବା ର ଅଭ୍ୟାସ ଅଛି କିନ୍ତୁ ଏହି ଅଭ୍ୟାସ ମଧ୍ୟ ଆପଣ ମାନଙ୍କୁ ଭାରି ପଡ଼ି ପାରେ। ତେବେ ଚାଲନ୍ତୁ ଜାଣିବା ସକାଳୁ ଗ୍ରୀନ ଟି ପିଇଲେ କଣ ସବୁ ଅସୁବିଧା ଭୋଗ କରିବାକୁ ପଡ଼ିଥାଏ।
ଖାଲି ପେଟରେ ଗ୍ରୀନ ଟି ପିଇବା ଦ୍ବାରା ପେଟ ଜଳେ ଏବଂ ଭୋକ ହୁଏ ନାହିଁ। ଯାହା ଫଳରେ କି ଏସିଡ ସୃଷ୍ଠି ହୁଏ ଏହି କାରଣ ରୁ ପେଟରେ ମଧ୍ୟ ଯନ୍ତ୍ରଣା ହୋଇଥାଏ।
ଖାଲି ପେଟରେ ଗ୍ରୀନ ଟି ପିଇବା ବଦଳରେ ଅଳ୍ପ ଅଳ୍ପ କରି ପିଇବା ଉଚିତ ଅଟେ। ଅତ୍ୟଧିକ ମାତ୍ରାରେ ଗ୍ରୀନ ଟି ପିଇବା ଦ୍ବାରା ଶରୀରରେ ଆଇରନ ର ଅଭାବ ମଧ୍ଯ ଦେଖା ଯାଇଥାଏ। ଏହାର ଅତ୍ୟଧିକ ସେବନ ଦ୍ବାରା ମଧ୍ଯ ଗ-ର୍ଭାବସ୍ଥା ରେ କିମ୍ବା ଶିଶୁର ଜନ୍ମ ପରେ ମଧ୍ୟ ପ୍ରଭାଵ ପକାଇ ଥାଏ।
କଫି ଭଳି ଗ୍ରୀନ ଟି ରେ ମଧ୍ଯ କ୍ୟାଫ୍ରୀନ ରହିଛି। ଯଦିଓ କଫି ତୁଳନାରେ ଏହାର ପରିମାଣ କମ୍ ଅଛି ହେଲେ ଲଗାତାର ଏହାକୁ ପିଇବା ଦ୍ବାରା ଡି ହାଇଡ୍ରେଶନ ଭଳି ସମସ୍ୟା ଦେଖା ଦେଇ ପାରେ।
ଅନେକ ଲୋକ ମାନଙ୍କୁ ଖାଲି ପେଟରେ ଗ୍ରୀନ ଟି ପିଇବା ଦ୍ବାରା ମୁଣ୍ଡ ବିନ୍ଧା ଭଳି ସମସ୍ୟା ଦେଖା ଦେଇଥାଏ। ତେଣୁ ଜଳଖିଆ ଖାଇବାର କିଛି ସମୟ ପରେ ହିଁ ଗ୍ରୀନ ଟି ପିଇବା ଉଚିତ ଅଟେ।
utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button