ନୀତି

ସଚିନଙ୍କ ପ୍ରେମରେ ମସ୍‌ଗୁଲ୍‌ ସୀମା: ଭାଇରାଲ୍‌ ହୋଇଥିବା ନୂଆ ଭିଡିଓକୁ ମିଳୁଛି ବହୁ ଗ୍ରହଣୀୟତା – Utkal Mail


ନୋଏଡ଼ା: ସୀମା ହାଇଦରଙ୍କୁ ଏବେ ପର୍ଯ୍ୟନ୍ତ ପାକିସ୍ତାନରୁ ଭାରତ ଆସିବାକୁ ଅନେକ ଦିନ ହୋଇଗଲାଣି। ସେ ପ୍ରେମିକ ସଚିନ ମିଣାଙ୍କ ପାଇଁ ନିଜ ଦେଶ ଛାଡ଼ି ଭାରତକୁ ପଳାଇ ଆସିଥିବା ବେଳେ ‌ଆମ ଦେଶର ପ୍ରତ୍ୟେକ ଖୁସିରେ ଏବେ ସେ ସାମିଲ ହୋଇ ଆନନ୍ଦିତ ହେଉଛନ୍ତି। କିଛି ଦିନ ଅନ୍ତରରେ କୌଣସି ନା କୌଣସି କଥାକୁ ନେଇ ସୀମା ଚର୍ଚ୍ଚାରେ ରହିଥାନ୍ତି। ସୀମା ହାଇଦରଙ୍କ ପ୍ରେମ କାହାଣୀ ଯେତିକି ଆକର୍ଷଣୀୟ ସେତିକି ଆକର୍ଷଣୀୟ ତାଙ୍କ ଜୀବନଶୈଳୀ । ସୀମା ତାଙ୍କ ପ୍ରେମ ପାଇଁ ପାକିସ୍ତାନରୁ ଭାରତ ଆସିଥିଲେ। ସେ ନେପାଳ ସୀମା ଦେଇ ଭାରତରେ ପ୍ରବେଶ କରିଥିଲେ ଏବଂ ବର୍ତ୍ତମାନ ତାଙ୍କ ସ୍ୱାମୀ ସଚିନ ମୀନାଙ୍କ ସହ ଗ୍ରେଟର ନୋଏଡାରେ ରହୁଛନ୍ତି।

ଆଜି କାଲି ସୀମା ହାଇଦର୍‌ ଓ ତାଙ୍କ ସ୍ବାମୀ ସଚିନ ମୀନା ସୋସିଆଲ୍‌ ମିଡିଆରେ ରିଲ୍ସ କରିବାରେ ବେଶ୍‌ ବ୍ୟସ୍ତ। ରିଲ୍ସ କରି ଯେଉଁ ଅର୍ଥ ଉପାର୍ଜନ କରୁଛନ୍ତି ସେଥିରେ ଗୁଜୁରାଣ ମେଣ୍ଟାଉଛନ୍ତି ଏହି ପ୍ରେମ ପକ୍ଷୀ। ନିକଟରେ ସେମାନଙ୍କର ଏକ ଭିଡିଓ ଖୁବ୍ ଜୋର୍‌ରେ ଭାଇରାଲ୍‌ ହୋଇଛି। ଯେଉଁଥିରେ ଉଭୟ ପତି-ପତ୍ନୀ ମନ ଖୋଲି ନାଚୁଛନ୍ତି। ‘ତୁମ୍‌ହାରେ ସିବା କୁଛ୍‌ ନା ଚାହତ କରେଗେଁ, ଜବ୍‌ ତକ୍‌ ଜିଏଙ୍ଗେ ମହବତ୍‌ କରେଙ୍ଗେ’ ଗୀତରେ ନୃତ୍ୟ ପ୍ରଦର୍ଶନ କରି ସଭିଙ୍କ ମନ ଜିିଣିଛନ୍ତି ସୀମା-ସଚିନ।

ଭିଡିଓରେ ସୀମା ଏକ ନାଲି ରଂଗର ପୋଷାକ ପିନ୍ଧି ବେଶ୍‌ ଆକର୍ଷଣୀୟ ଦେଖା ଯାଉଛନ୍ତି। ଏହି ଭିଡିଓକୁ ଲୋକେ ଖୁବ୍ ପ୍ରଶଂସା କରୁଛନ୍ତି। ସମସ୍ତେ ନିଜ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ପୂର୍ବରୁ ସୀମା ତାଙ୍କ ୟୁଟ୍ୟୁବ୍‌ ଚ୍ୟାନେଲ୍‌ରୁ ପ୍ରଥମ କରି ୪୫ ହଜାର ଟଙ୍କା ରୋଜଗାର କରିଥିବା କଥା ଆପଣ ଜାଣିଛନ୍ତି। ତାହାର କିଛି ଦିନ ପରେ କପି ରାଇଟ୍ସ ଇସୁ କାରଣରୁ ତାଙ୍କ ପ୍ରଥମ ଚ୍ୟାନେଲ୍‌ ବ୍ଲକ୍‌ ହୋଇଯିବା ପରେ ସେ ଦିତୀୟ ଚ୍ୟାନେଲ୍‌ ଖୋଲିଥିଲେ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button