ମନୋରଞ୍ଜନ

ମଞ୍ଚ ଉପରେ ନାଚିନାଚି ହେମାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ରେଖା – Utkal Mail


ନୂଆଦିଲ୍ଲୀ: ବଲିଉଡ୍‌ର ଡ୍ରିମ୍‌ଗାର୍ଲ ହେମାମାଳିନୀ ଅକ୍ଟୋବର ୧୬ ତାରିଖରେ ନିଜର ୭୫ତମ ଜନ୍ମଦିନ ପାଳନ କରିଛନ୍ତି । ହେମାମାଳିନୀଙ୍କ ଜନ୍ମଦିନ ପାଳନ କରିବା ପାଇଁ ରେଖା, ଈଶା ଦେଓଲ, ଜୟା ବଚ୍ଚନ, ସଲମାନ ଖାନ, ବିଦ୍ୟା ବାଲାନ, ଅନୁପମ ଖେର ଏବଂ ଜ୍ୟାକି ଶ୍ରଫଙ୍କ ସମେତ ଅନେକ ବଲିଉଡ ସେଲିବ୍ରିଟି ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହାର ଏକ ଭିଡିଓ ସାମାଜିକ ଗାଣମାଧ୍ୟମରେ ବୁଲୁଛି।

ଏହି ଭିଡିଓରେ ରେଖା ନିଜର ସ୍ବତନ୍ତ୍ର ଶୈଳୀରେ ‌ହେମାଙ୍କୁ ଜନ୍ମଦିନର ଶୁଭେଚ୍ଛ‌ା ଜଣାଉଥିବ‌ା ଦେଖିବାକୁ ମିଳିଛି। ହେମା ଓ ରେଖା ଗୋଟିଏ ମଞ୍ଚରେ ଛିଡ଼ା ହୋଇ ‘କ୍ୟା ଖୁବ ଲଗତି ହୋ ବଡ଼ି ସୁନ୍ଦର ଦିଖତି ହୋ’ ଗୀତରେ ନାଚୁଥିବା ଦେଖିବାକୁ ମିଳୁଛି। ଏଥି‌ରେ ରେଖା ଏକ ଧଳା ରଙ୍ଗର ଶାଢ଼ି ପିନ୍ଧିଥିବା ବେଳେ ହେମା ଫିକା ଗୋଲାପୀ ରଙ୍ଗର ସାଢ଼ି ପିନ୍ଧିଥିଲେ।

ଏହି ଭିଡିଓରେ ଧର୍ମେନ୍ଦ୍ର ଏକ କଳାରଙ୍ଗର ସୁଟ ପିନ୍ଧି ମଞ୍ଚ ତଳେ ବସିଥିବା ବେଳେ ଝିଅ ଅହାନା ଏବଂ ଈଶା ଦେଓଲଙ୍କ ବ୍ୟତୀତ ତାଙ୍କ ଜ୍ବାଇଁ ଏବଂ ନାତି ମଧ୍ୟ ଏହି ଶୁଭଅବସରରେ ଉପସ୍ଥିତ ଥିବା ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି।

 

 




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button