ଜୀବନଶୈଳୀ

ସୂର୍ଯ୍ୟ ଦେବଙ୍କୁ ଅର୍ପଣ କରନ୍ତୁ ଏହି ଜିନିଷ

ରବିବାର ଦିନ ସୂର୍ଯ୍ୟଦେବଙ୍କୁ ସମର୍ପିତ କରାଯାଇଥାଏ। ଏହି ଦିନ ଭଗବାନ ଭାସ୍କର ବା ସୂର୍ଯ୍ୟଦେବଙ୍କୁ ପୂଜା କରିବା ଦ୍ୱାରା ସୁଖ-ସମୃଦ୍ଧି ବୃଦ୍ଧି ପାଇଥାଏ। ହିନ୍ଦୁ ଧର୍ମରେ ପ୍ରତିଦିନ ସୂର୍ଯ୍ୟଦେବକୁ ଜଳ ପ୍ରଦାନ କରିବା ଲାଭଦାୟକ ହୋଇଥାଏ। ହେଲେ ଯଦି ଆପଣ ପ୍ରତିଦିନ ସୂର୍ଯ୍ୟ ଦେବଙ୍କ ପୂଜା କରୁନାହାନ୍ତି ତେବେ ରବିବାର ଦିନ ଅର୍ଘ୍ୟ ଦେଇ ପୂର୍ଣ୍ଣ୍ୟ ଫଳ ପ୍ରାପ୍ତି କରିପାରିବେ। ତେବେ ଆସନ୍ତୁ ଜାଣିବା କଣ ଅର୍ପଣ କଲେ ସୂର୍ଯ୍ୟଦେବଙ୍କ କୃପା ମିଳିପାରିବ।

-ଯଦି ଆପଣଙ୍କ ଦାମ୍ପତ୍ତ୍ୟ ଜୀବନରେ ଖୁସି ନାହିଁ ଏବଂ ଏହାକୁ ଫେରିପାଇବାକୁ ଚାହୁଁଛନ୍ତି ତେବେ ଆଜିର ଦିନରେ ରାତିରେ ଶୋଇବା ବେଳେ ଦୁଇଟି କର୍ପୂର ଏବଂ ଟିକିଏ ସିନ୍ଦୁର ନେଇ ଆପଣଙ୍କ ଶଯ୍ୟା ପାଖରେ ରଖନ୍ତୁ। ପରଦିନ ସକାଳେ କର୍ପୂରକୁ ବାହାରେ ଜଳାଇଦିଅନ୍ତୁ ଏବଂ ସିନ୍ଦୁରକୁ ପାଣିରେ ମିଶାଇ ସୂର୍ଯ୍ୟଦେବଙ୍କୁ ଅର୍ପଣ କରନ୍ତୁ। ଏହାପରେ ସବୁ ସମାଧାନ ହୋଇଯିବ।

-ଯେଉଁ ଲୋକେ ନିଜ ପିତାଙ୍କଠାରୁ ଆର୍ଥିକ ସହାୟତା ଲୋଡା କରୁଛନ୍ତି, ସେମାନେ ଆଜି ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରନ୍ତୁ ଏବଂ ୧୧ଥର ସୂର୍ଯ୍ୟଙ୍କ ମନ୍ତ୍ର ଜପ କରନ୍ତୁ। ଏହାପରେ ପିତାଙ୍କ ପାଦ ଛୁଅଁନ୍ତୁ।

ଯେଉଁ ଲୋକେ ଚାକିରିରେ ନିଜ ମନ ପସନ୍ଦର ସ୍ଥାନ ଟ୍ରାନ୍ସଫର କରିବାକୁ ଚାହୁଁଛନ୍ତି, ସେମାନେ ଆଜିର ଦିନରେ ସୂର୍ଯ୍ୟଦେବଙ୍କୁ ବାଜରା ମିଶ୍ରିତ ପାଣି ଅର୍ପଣ କରନ୍ତୁ। ଏଥିସହ ମନ୍ତ୍ର ଜପ କରନ୍ତୁ।

-ଯଦି ଆପଣ କ୍ୟାରିୟରରେ ଭଲ ପଦବୀରେ ରହିବାକୁ ଚାହୁଁଛନ୍ତି ତେବେ ଆଜି ନିଜ ପିତାଙ୍କୁ ଏକ ମୁଠା ଚାଉଳ ପ୍ରଦାନ କରନ୍ତୁ ଏବଂ ଏଥିସହ ସୂର୍ଯ୍ୟଦେବଙ୍କ ମନ୍ତ୍ରକୁ ୨୧ ଥର ଜପ କରନ୍ତୁ।

-ଯଦି ଆପଣ ଉତ୍ତମ ସ୍ୱାସ୍ଥ୍ୟ ଏବଂ ଆୟୁ ପାଇବାକୁ ଚାହୁଁଛନ୍ତି ତେବେ ଆଜି ସୂର୍ଯ୍ୟଦେବଙ୍କ ୧୦୮ ଥର ମନ୍ତ୍ର ଜପ କରନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button