ଦେଶ ବିଦେଶ

ସୁନା ଗ୍ରହକଙ୍କୁ ଝଟକା, ୭୦ ହଜାର ପାର ଦର

Gold price hike : ଦେଶରେ ସୁନା ମୂଲ୍ୟ ବଢ଼ି ଚାଲିଛି। ଏହା କ୍ରମାଗତ ଭାବେ ରେକର୍ଡ ଭାଙ୍ଗି ଚାଲିଛି। ୬ ମାସରେ ସୁନା ମୂଲ୍ୟ ୨୫ ପ୍ରତିଶତ ପର୍ଯ୍ୟନ୍ତ ମହଙ୍ଗା ହୋଇଛି।

ବର୍ତ୍ତମାନ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୫୭ ହଜାରରୁ ୭୦ ହଜାର ଟଙ୍କାରେ ପହଞ୍ଚି ଯାଇଛି। ଏହା କେବଳ ଗତ ୩ ମାସରେ ୧୦ ପ୍ରତିଶତରୁ ଅଧିକ ରିଟର୍ଣ୍ଣ ଦେଇଛି। ୨୪ କ୍ୟାରେଟ ସୁନା ମୂଲ୍ୟ (୧୦ ଗ୍ରାମ ପିଛା) ୬୯, ୮୮୨ ଟଙ୍କାରେ ଏବଂ ୨୨ କ୍ୟାରେଟ ମୂଲ୍ୟ ୬୪, ୦୧୨ ଟଙ୍କାରେ ପହଞ୍ଚି ଯାଇଛି।

ଆଗାମୀ ଦିନରେ ଦାମ୍‌ ଆହୁରି ବଢ଼ିବ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଆମେରିକା ସୁଧ ହାର ହ୍ରାସ ନେଇ ଅନିଶ୍ଚିତତା ଲାଗି ରହିଥିବାବେଳେ ଡଲାର ମୂଲ୍ୟ ହ୍ରାସ ପାଇଛି। ତେଣୁ ସୁନା ମୂଲ୍ୟ ବୃଦ୍ଧି ପାଇ ଚାଲିଛି। ଏସଏସ ୱେଲ୍‌ଥ ଷ୍ଟ୍ରିଟ୍‌ର ପ୍ରତିଷ୍ଠାତା ସୁଗନ୍ଧା ସଚଦେବ କହିଛନ୍ତି ଯେ ଚଳିତ ବର୍ଷ ଶେଷ ସୁଦ୍ଧା ସୁନା ୭୨ ହଜାର ଟଙ୍କାରେ ପହଞ୍ଚି ଯିବ। ଅର୍ଥାତ୍‌ ସୁନା ଆହୁରି ୨ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇବ।

ଏଭଳି ସ୍ଥିତିରେ ସୁନାରେ ନିବେଶ ଉପଯୋଗୀ ସାବ୍ୟସ୍ତ ହେବ। ସେହିପରି ଏଚ୍‌ଡିଏଫ୍‌ସି ସିକ୍ୟୁରିଟିଜର କମୋଡିଟି ଏବଂ କରେନ୍ସି ମୁଖ୍ୟ ଅନୁଜ ଗୁପ୍ତା କହିଛନ୍ତି ଯେ ରେକର୍ଡସ୍ତରରେ ପହଞ୍ଚିବା ସତ୍ତ୍ବେ ମୂଲ୍ୟ ହ୍ରାସ ହେବାର କୌଣସି ସମ୍ଭାବନା ନାହିଁ। ନିବେଶ ପାଇଁ ଏହାର ଚାହିଦା ବଢ଼ିବାରେ ଲାଗିଛି।

ସୂଚନା ଅନୁଯାୟୀ ଗତ ୨୦ ବର୍ଷ ହେଲା ସୁନା ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। କମୋଡିଟି ବିଶେଷଜ୍ଞଙ୍କ ଅନୁଯାୟୀ ଯଦି ମୁଦ୍ରାସ୍ପିତୀ ବଢ଼ିବ ତେବେ ସୁନା ମୂଲ୍ୟ ଆହୁରି ବୃଦ୍ଧି ପାଇବ। ଆମେରିକା ନିର୍ବାଚନ ଫଳାଫଳ ମଧ୍ୟ ଏହା ଉପରେ ପ୍ରଭାବ ପକାଇବ।

୨୦୨୫ ପର୍ଯ୍ୟନ୍ତ ସୁନା ମୂଲ୍ୟରେ ବୃଦ୍ଧି ଧାରା ଜାରି ରହିବ ବୋଲି ସଚଦେବ କହିଛନ୍ତି। ସେହିପରି ଗତ ବର୍ଷ ସୁନା ୮ ହଜାରରୁ ଅଧିକ ଟଙ୍କା ମହଙ୍ଗା ହୋଇଥିଲା।

୨୦୨୩ ପ୍ରାରମ୍ଭରେ ଏହାର ମୂଲ୍ୟ ୫୪, ୮୬୭ ଟଙ୍କା ଥିଲାବେଳେ ବର୍ଷ ଶେଷ ହେବାବେଳକୁ ୬୩, ୨୪୬ ଟଙ୍କାରେ ପହଞ୍ଚି ଯାଇଥିଲା। ସେହିପରି ରୁପା ମୂଲ୍ୟ ୬୮, ୦୯୨ ଟଙ୍କାରୁ ବୃଦ୍ଧି ପାଇ ୭୩, ୩୯୫ ଟଙ୍କାରେ ପହଞ୍ଚି ଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button