ପ୍ରଧାନ ଶିକ୍ଷକଙ୍କ ରସିକିଆ କାମ, ଛାତ୍ରୀଙ୍କୁ ଆଇ ଲଭ୍ ୟୁ ମେସେଜ ସହ ଘରକୁ ଡାକି କରୁଛନ୍ତି ଖରାପ ବ୍ୟବହାର, ଜାଣନ୍ତୁ ପୁରା ଘଟଣା

ପୁଣି ଗୁରୁ ଶିଷ୍ୟ ସମ୍ପର୍କରେ ଲାଗିଲା କଳା ଛିଟା ! ପ୍ରଧାନ ଶିକ୍ଷକଙ୍କୁ ନେଇ ଛାତ୍ରୀ ଆଣିଲେ ସଙ୍ଗୀନ ଅଭିଯୋଗ ! ଅଭିଯୋଗ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଆଉ ଭାବିବେ ଏ କିଭଳି ଶିକ୍ଷକ ? ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଗୁରୁ ଭଗବାନ ସଦୃଶ ହୋଇଥିବା ବେଳେ ପ୍ରଧାନ ଶିକ୍ଷକଙ୍କର ଏ କି ରୂପ ?
ତେବେ ଏଭଳି ଏକ ଲଜ୍ଜା ଜନକ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା କଟକବିଶମ ସିଟି ସ୍କୁଲରେ । ସିଟି ସ୍କୁଲ୍ ର ଛାତ୍ର ଛାତ୍ରୀ ମାନେ ସେହି ପ୍ରଧାନ ଶିକ୍ଷକଙ୍କ ନାଁରେ ଆଣିଛନ୍ତି ଅଭିଯୋଗ ।
ପ୍ରଧାନ ଶିକ୍ଷକ ଜଣଙ୍କ ନାମ ହେଉଛି ଶରତ ଚନ୍ଦ୍ର ସେଠ । ଛାତ୍ରୀ ମାନଙ୍କ ଅଭିଯୋଗ ଅନୁସାରେ , ପ୍ରଧାନ ଶିକ୍ଷକ ଜଣକ ସେମାନଙ୍କୁ ଆଇ ଲଭ୍ ୟୁ ମେସେଜ କରୁଛନ୍ତି । ରାତି ୯ଟାରେ କଲ୍ କରି ଘରକୁ ଡାକୁଛନ୍ତି । ଖରାପ ବ୍ୟବହାର କରୁଛନ୍ତି ।
ଛାତ୍ର ଛାତ୍ରୀ ମାନଙ୍କ କହିବା ଅନୁଯାୟୀ, ତାଙ୍କର ଲେଡିଜ୍ ହଷ୍ଟେଲରେ ମଧ୍ୟ ସିସିଟିଭି ଲଗାଇ ଦେଇଛନ୍ତି । ଯାହା ଦ୍ଵାରା ସେମାନେ ଅସୁରକ୍ଷିତ ମାନେ କରୁଛନ୍ତି । କିନ୍ତୁ ପ୍ରଧାନ ଶିକ୍ଷକଙ୍କର ଏହି କାର୍ଯ୍ୟ ଅସହ୍ୟ ହେବାରୁ ଛାତ୍ରୀମାନେ ବର୍ତ୍ତମାନ ରାୟଗଡ଼ା ଜିଲ୍ଲାର ଜିଲ୍ଲାପାଳଙ୍କ ନିକଟରେ ପହଂଚିଛନ୍ତି ।
ଜିଲ୍ଲାପାଳଙ୍କ କହିବା ଅନୁଯାୟୀ , ଛାତ୍ର ଛାତ୍ରୀ ମାନେ ଆମର ପ୍ରଥମ ପ୍ରାୟୋରିଟି । ତେଣୁ ଏଥି ପାଇଁ ଯାହା ବି ଆକ୍ସନ ନେବାକୁ ହେବ ସେ ନେବେ । ଏବଂ ଏହାର ତୁରନ୍ତ ସମାଧାନ ହେବ ବୋଲି ଜିଲ୍ଲାପାଳ କହିଛନ୍ତି ।
କିନ୍ତୁ ଏପଟେ ପ୍ରଧାନ ଶିକ୍ଷକ ଜଣକ କହୁଛନ୍ତି କି ଏଥିରେ କୁଆଡେ ତାଙ୍କର କୌଣସି ଭୂଲ ନାହିଁ । ସେ ଏଭଳି କୌଣସି କାମ କରି ନାହାନ୍ତି । ତାଙ୍କୁ ଫସାଇବା ପାଇଁ ଏ ସବୁ କରା ଯାଇଛି ।