ନୀତି

ବିଶ୍ବ ଡାକ ଦିବସ – Utkal Mail


ଆଜି ହେଉଛି ‘ବିଶ୍ବ ଡାକ ଦିବସ’। ଦିନ ଥିଲା ଯେତେବେଳେ ସ୍ମାର୍ଟଫୋନ୍‌ କି ଇଣ୍ଟରନେଟ୍‌ ନଥିଲା। ଆମେ କୌଣସି ବାର୍ତ୍ତାକୁ ଚିଠି ମାଧ୍ୟମରେ ଡାକରେ ପଠାଉଥିଲେ। ଡାକବାଲାମାନେ ଚିଠି ସବୁ ଡାକଘରୁ ସଂଗ୍ରହ କରି ଠିକଣା ଜାଗାରେ ପହଞ୍ଚାଉଥିଲେ। ସେ ସମୟକୁ ଆମେ ଫେରି ପାରିବାନି, କିନ୍ତୁ ଡାକ ସେବାର ଇତିହାସକୁ ମନେ ପକାଇ ଏହାର ନାନା ଗୁରୁତ୍ବପୂର୍ଣ୍ଣ ଭୂମିକାକୁ ଉତ୍‌ଥାପନ କରିବା ପାଇଁ ଡାକ ଦିବସ ପାଳନ କରିପାରିବା। ଉଲ୍ଲେଖଯୋଗ୍ୟ, ୧୮୭୪ ମସିହାରେ ସ୍ବିଜରଲାଣ୍ଡରେ ପ୍ରଥମେ ଆନ୍ତର୍ଜାତିକ ଡାକସେବା ଦିବସ ଆରମ୍ଭ ହୋଇଥିଲା। ଏହା ମାଧ୍ୟମରେ ଯୋଗାଯୋଗ କ୍ଷେତ୍ରରେ ବିଶ୍ବସ୍ତରୀୟ ବିପ୍ଳବ ଆରମ୍ଭ ହୋଇଥିଲା ଏବଂ ଅନ୍ୟମାନଙ୍କ ପାଖକୁ ଚିଠି ଲେଖିବାର ପରମ୍ପରା ଆରମ୍ଭ ହେବା ସହ ବିଶ୍ବର ବିଭିନ୍ନ ଦେଶ ଏହି ଉତ୍ସବରେ ସାମିଲ ହୋଇଥିଲେ। ତେବେ ଆନ୍ତର୍ଜାତିକ ଡାକସଂଘ ସଂସଦ ଦ୍ବାରା ୧୯୬୯ ମସିହାରେ ଜାପାନର ଟୋକିଓ ଠାରେ ଏପରି ଦିବସ ପାଳନ ପାଇଁ ଘୋଷଣା କରାଯାଇଥିଲା। ସେବେ ଠାରୁ ପ୍ରତି ବର୍ଷ ଅକ୍‌ଟୋବର ୯ ତାରିଖରେ ବିଶ୍ବ ଡାକ ଦିବସ ପାଳିତ ହୋଇ ଆସୁଛି। ଏହି ଦିବସ ପାଳନ ପଛର ମୁଖ୍ୟ ତାତ୍ପର୍ଯ୍ୟ ହେଉଛି, ଡାକ ବିଭାଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା। ବିଶେଷ କରି ସାମାଜିକ ଓ ଅର୍ଥନୈତିକ ବିକାଶରେ ଡାକ ବିଭାଗର ଅବଦାନକୁ ସମସ୍ତେ ମନେ ପକାଇବା ପାଇଁ ଏହି ଦିବସ ଉଦ୍ଦିଷ୍ଟ। ଚଳିତ ବର୍ଷ ଏହି ଦିବସ ପାଳନର ପ୍ରସଙ୍ଗ ରହିଛି ‘ବିଶ୍ବାସ ପାଇଁ ଏକାଠି: ଏକ ସୁରକ୍ଷିତ ଓ ସଂଯୁକ୍ତ ଭବିଷ୍ୟତ ପାଇଁ ସହଯୋଗ କରିବା’।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button