ଓଡିଶା

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୪ ଦିନିଆ ଗସ୍ତରେ ଆସୁଛନ୍ତି ଓଡ଼ିଶା

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୪ ଦିନିଆ ଗସ୍ତରେ ଆସୁଛନ୍ତି ଓଡ଼ିଶା  । ଆଜିଠାରୁ ୪ ଦିନିଆ ଗସ୍ତରେ ରହିବେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ । ଅପରାହ୍ମରେ ରାଇରଙ୍ଗପୁରରେ ପହଞ୍ଚିବେ ମହାମହିମ। ମୟୂରଭଞ୍ଜ ସମେତ କେନ୍ଦୁଝର, କଟକ, ଭୁବନେଶ୍ବର, ସମ୍ବଲପୁର ଓ ବ୍ରହ୍ମପୁରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ପ୍ରେସିଡେଣ୍ଟ। ରାଇରଙ୍ଗପୁରରେ ରାଷ୍ଟ୍ରପତି ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତାକାଲି ସକାଳେ ଖିଚିଂ ଯାଇ ମାଆ କିଚକେଶ୍ବରୀଙ୍କ ଦର୍ଶନ କରିବେ ରାଷ୍ଟ୍ରପତି। ପରେ କେନ୍ଦୁଝର ଧରଣୀଧର ବିଶ୍ବବିଦ୍ୟାଳୟ କେନ୍ଦୁଝରର ଜନଜାତିଙ୍କ ଉପରେ ଆୟୋଜିତ ଆଲୋଚନା ଚକ୍ରର ଉଦଘାଟନ କରିବେ। ଏହାପରେ ଭୁବନେଶ୍ବର ଆସି ଉତ୍କଳ ବିଶ୍ବବିଦ୍ୟାଳୟର ୫୩ତମ ସମାବର୍ତ୍ତନ ଉପରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ରାଜଭବନରେ ରାତ୍ରୀଯାପନ କରିବା ପରେ ମାର୍ଚ୍ଚ ଏକ ତାରିଖରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ୨୫ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ମହାମହିମ। ଏହି ୪ ଦିନ ମଧ୍ୟରେ ଖୋର୍ଦ୍ଧା, କଟକ, ମୟୁରଭଞ୍ଜ, ଗଞ୍ଜାମ ଏବଂ ସମ୍ବଲପୁରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ନେଇ ସୂଚୀ ରହିଛି । ଆଜି ଦିଲ୍ଲୀରୁ ପହଞ୍ଚି ମା’ କିଚକେଶ୍ୱରୀ ମନ୍ଦିର ଦର୍ଶନ କରିବେ ଶ୍ରୀମତୀ ମୁର୍ମୁ । ଏହାପରେ ଆସନ୍ତାକାଲି କେନ୍ଦୁଝର ଏବଂ ଭୁବନେଶ୍ୱରର କାର୍ଯ୍ୟକ୍ରମରେ ସେ ଯୋଗ ଦେବା ନେଇ ସୂଚୀ ରହିଛି ।  ମହାମହିମଙ୍କ ଗସ୍ତ ପାଇଁ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button