ଓଟିପି ସେୟାରିଂ ଓ ଆତଙ୍କୀ ଲିଙ୍କ ମାମଲା: ଆସାମରୁ ଆଉଜଣେ ଅଭିଯୁକ୍ତ ଗିରଫ – Utkal Mail
ଭୁବନେଶ୍ବର: ଓଟିପି ସେୟାରିଂ ଓ ଆତଙ୍କୀ ଲିଙ୍କ ମାମଲାରେ ଆଉଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି। ଆସାମରୁ ମହମ୍ମଦ ଇକବାଲ ହୁସେନ୍କୁ ଗିରଫ କରିଛି ଏସଟିଏଫ୍। ତାକୁ ସ୍ଥାନୀୟ କୋର୍ଟରେ ହାଜର କରାଯିବା ପରେ ଭୁବନେଶ୍ୱରକୁ ଅଣାଯାଇଥିଲା ମହମ୍ମଦ ଇକବାଲ ହୁସେନ୍କୁ ଆଜି ଭୁବନେଶ୍ୱର କୋର୍ଟରେ ହାଜର କରାଯିବ। ଏହାପରେ ତାକୁ ରିମାଣ୍ଡରେ ଆଣି ଅଧିକ ତଥ୍ୟ ହାସଲ କରିବ ଏସଟିଏଫ୍।
ଇକବାଲ ହୁସେନ୍ ପୂର୍ବରୁ ଗିରଫ ଅଭିଯୁକ୍ତ ଅଭିଜିତ୍ ଦେଶମୁଖର ସହ ଯୋଗାଯୋଗରେ ଥିଲେ। ସେ ଅବଦୁଲ ହମିଦ (ପାକିସ୍ତାନ ଇଣ୍ଟେଲିଜେନ୍ସ ଅଫିସର) ଙ୍କ ସହ ମଧ୍ୟ ଯୋଗାଯୋଗରେ ଥିଲା। ତାର ଅନେକ ହ୍ବାଟ୍ସପ ଆକାଉଣ୍ଟ୍ ଓଟିପି, ଟେଲିଗ୍ରାମ ଆକାଉଣ୍ଟ୍ ଓଟିପି ସେ ଅବଦୁଲ ହମିଦକୁ ବିକ୍ରି କରିଛି। ଏବାବଦରେ ସେ ମାସିକ ୫୦ରୁ ୬୦ ହଜାର ଟଙ୍କା ପାଉଥିଲା ଅଭିଯୁକ୍ତ। ସେ କହିଛି ଯେ ତାର ଗାଁ ଗାନ୍ଧୁଆପଠାରର ଅନେକ ଲୋକ ଏଥିରେ ଜଡ଼ିତ ଅଛନ୍ତି। ମୁଖ୍ୟ ଅଭିଯୁକ୍ତ ପଠାଣି ସାମନ୍ତ ଲେଙ୍କା ଏବଂ ତାର ସହଯୋଗୀମାନଙ୍କୁ ଏସଟିଏଫ୍ ଗିରଫ କରିବା ପରେ, ଅଭିଯୁକ୍ତ ମହମ୍ମଦ ଇକବାଲ ହୁସେନ୍ ତାର ଫୋନ୍ ବନ୍ଦ କରି ଅଣ୍ଡରଗ୍ରାଉଣ୍ଡକୁ ଚାଲିଯାଇଥିଲା।
ଉଲ୍ଲେଖଯୋଗ୍ୟ, ପୂର୍ବରୁ ଓଟିପି ସେୟାରିଂ ଓ ଆତଙ୍କୀ ଲିଙ୍କ ମାମଲାରେ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା।