ବିନା କାରଣରେ କେହି ଅପମାନ ଦେଉଥିଲେ କ୍ରୋଧ କର ନାହିଁ, ଜୀବନର ଅମୂଲ୍ୟ ବାଣୀ ନିହାତି ଥରେ ଶୁଣନ୍ତୁ । Buddha Vani

ଯଦି କେହି ଅପମାନ କରେ କ’ଣ କରିବା ଦରକାର ? ଅନେକ ସମୟରେ ଆମେ କେବେ ନା କେବେ କାହାର ଅପମାନର ଶିକାର ହୋଇଥାଏ । ଏପରିକି ଭୁଲ ନଥାଇ ମଧ୍ୟ କିଛି ଲୋକ ଆସି ଅପମାନ ଦେଇକି ଚାଲି ଯାଇଥାନ୍ତି । ତେବେ ଯଦି କେବେ କେହି ଅପମାନ କରେ । ସେଠାରେ କଣ କରିବା ଉଚିତ । ତେବେ ଏହି ପ୍ରସଙ୍ଗରେ ବୁଦ୍ଧଦେବଙ୍କର ଏକ କାହାଣୀ ଆପଣଙ୍କୁ ଜଣାଇବାକୁ ଯାଉଛୁ । ଥରେ ବୁଦ୍ଧଦେବ ଗୋଟେ ଗାଁରେ ଉପଦେଶ ଦେଉଥିଲେ ।
ସେ କହିଲେ କ୍ରୋଧ ହେଉଛି ଅଗ୍ନି ସ୍ୱରୂପ । ଜଣେ ରାଗିବା ବ୍ୟକ୍ତି ନିଜେ ରାଗେ ଓ ଅନ୍ୟମାନଙ୍କୁ କ୍ରୋଧରେ ଜଳାଏ । ଏମିତିକି ସେ ଅନ୍ୟମାନଙ୍କଠାରୁ ବେଶି ଚିନ୍ତାଗ୍ରସ୍ତ ରହେ । ଗୌତମ ବୁଦ୍ଧଙ୍କ ଏହି କଥା ସଭାରେ ବସିଥିବା ଜଣେ ରାଗି ବ୍ୟକ୍ତି ଶୁଣୁଥିଲା । କ୍ରୋଧ ନ ଆସିବାପାଇଁ ବୁଦ୍ଧ ଯେଉଁ କଥା କହିଲେ ତାକୁ ଭଲ ଲାଗିଲାନି । ବୁଦ୍ଧ ଦେବଙ୍କ ସଭାରେ ସେହି କ୍ରୋଧୀ ବ୍ୟକ୍ତି ଠିଆହୋଇ ବୁଦ୍ଧ ଦେବଙ୍କୁ ପ୍ରଶ୍ନ ପଚାରିଲେ, ତୁ ଭଣ୍ଡ ହୋଇ ବଡ଼ ବଡ଼ କଥା କହୁଛୁ, ତୁ ସେହି କଥାର ପାଳନ କରି ଦେଖା । ଲୋକଙ୍କ ବିଷୟରେ ଏମିତି କଥା କହିବାକୁ ଲାଜ ଲାଗୁନି । ସେହି ବ୍ୟକ୍ତିଙ୍କର କଥା ଶୁଣି ବୁଦ୍ଧ ଶାନ୍ତ ରହିଲେ ।
ଶାନ୍ତ ବୁଦ୍ଧଙ୍କୁ ଦେଖି ସେହି ବ୍ୟକ୍ତିକୁ ରାଗ ଆସିଲା, ସେ ତାଙ୍କ ପାଖକୁ ଯାଇ ତାଙ୍କ ମୁହଁରେ ଛେପ ପକାଇଲେ । ବୁଦ୍ଧ ନିଜର ମୁହଁକୁ ପୋଛି ପୋଛି କହିଲେ, ତମେ ଆଉ କ’ଣ କହିବାକୁ ଚାହୁଁଛ । ସେ କହିଲା ମୁଁ କିଛି କହିବାକୁ ଚାହୁଁଛି । ବୁଦ୍ଧ କହିଲେ ତୁମେ ଯାହା କହିବାର ଥିବ କୁହ । ଏହାପରେ ସେହି ବ୍ୟକ୍ତି କିଛି ଭଲ ଓ ଖରାପ୍ କଥା କହି ସେଠାରୁ ଚାଲିଗଲା । ସେଦିନ ସଭା ଶେଷ ହେଲା ଓ ବୁଦ୍ଧ ଅନ୍ୟ ଗାଁକୁ ଚାଲିଗଲେ ।
ସକାଳେ ଯେତେବେଳେ ସେହି ବ୍ୟକ୍ତିର ରାଗ ଶାନ୍ତ ହେଲା ଓ ସେ ପଶ୍ଚଚାପ କଲେ । ସେ ବୁଦ୍ଧଙ୍କୁ ଖୋଜି ଖୋଜି ଆଉ ଗୋଟେ ଗାଁକୁ ପଳେଇଲା । ସେହି ସ୍ଥାନରେ ବୁଦ୍ଧ ପ୍ରବଚନ ଦେଉଥିଲେ । ବୁଦ୍ଧଙ୍କ ଚରଣ ତଳେ ସେ ଭୁଲ ମାଗି କହିଲା, ମୁ ଯାହା କହିଛି ମତେ କ୍ଷମା କରିଦିଅ । ବୁଦ୍ଧ କହିଲେ କିଏ ଆପଣ ?
ଏହି କଥା ଶୁଣି ସେ ଚମକି ପଡିଲା । ସେହି ବ୍ୟକ୍ତି କହିଲା, ତମେ କ’ଣ କହୁଚ୍ଛ, ମୁଁ ତମକୁ କାଲି କେତେ କଥା କହିଲି, ସହାନୁଭୂତି କ’ଣ ପାଇଁ ଦେଉଛନ୍ତି । ସବୁ ଖରାପ୍ କଥା ଓ ଦୁର୍ଘଟଣାକୁ ମନେ ରଖିଲେ ଜୀବନ ସେଇଠି ଅଟକିଯିବ ଏବଂ ଜୀବନରେ କେବଳ ଦୁଃଖ ଓ କଷ୍ଟ ମିଳିବ । ଆମକୁ ପଛ କଥାସବୁ ଭୁଲି ଆଗକୁ ବଢିବା ଦରକାର ।
ସବୁ ଖରାପ ପରିସ୍ଥିତି ଓ ଖରାପ୍ ଘଟଣାକୁ ଭୁଲି ଆଗକୁ ବଢିବା ଦରକାର । ତେବେ ଯଦି ଆପଣଙ୍କୁ କେହି ବିନା କାରଣରେ ଅପମାନ କରୁଛି । ତେବେ ତୁମେ ସେଠାରେ ଅଟକି ନଯାଇ ନିଜ ଜୀବନରେ ଆଗକୁ ବଢିବାକୁ ଚେଷ୍ଟା କର ।
ଆଶା କରୁଛୁ । ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିବ । ତେବେ ଆମ ସହ ଆଗକୁ ଯୋଡି ହୋଇ ରହିବା ପାଇଁ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଭୁଲିବେ ନାହିଁ ।