ଦେଶ ବିଦେଶ

Vastu Tips- କ’ଣ ଆପଣଙ୍କ ଘରେ ସବୁବେଳେ ଅଭାବ ଲାଗି ରହିଛି ? ତେବେ ଆଜି ରାତିରେ ହିଁ କରନ୍ତୁ ଏହି ଚମତ୍କାରୀ ଉପାୟ, ଚାରିଆଡୁ ଆସିବ ଟଙ୍କା

ମନୁଷ୍ୟକୁ ଜୀବନ ଧାରଣ କରିବା ପାଇଁ ହେଲେ ମୁଖ୍ୟତଃ ଧନ ଆବଶ୍ୟକ ହୋଇଥାଏ । ମନୁଷ୍ୟକୁ ଏହି ଧନ ବଳରେ ସଂସାରରେ ବଂଚିବା ପାଇଁ ଆଧାର ମିଳିଥାଏ । ଯଦି ମନୁଷ୍ୟ ପାଖରେ ଧନ ନଥାଏ ତେବେ ତାକୁ ସମାଜରେ ମାନ ପ୍ରତିଷ୍ଠା ମିଳିନଥାଏ । ବ୍ୟକ୍ତି ଯଦି ସବୁବେଳେ ଅଭାବ ଅନାଟନରେ ରହିଥାଏ ତେବେ ସେ ସଂସାରର ସୁଖ ପାଇନଥାଏ । ସେଥିପାଇଁ ମନୁଷ୍ୟକୁ ଧନର ଆବଶ୍ୟକ ହୋଇଥାଏ ।

ସାଧାରଣ ଭାବରେ ଗୁରୁବାର ଦିନରେ ବୃହସ୍ପତି ବା ଗୁରୁଦେବଙ୍କ ପୂଜା କରିବା ଦ୍ୱାରା ଆର୍ଥିକ ଅନାଟନ ଓ ବିଭିର୍ଣ୍ଣ ପ୍ରକାରର ସମସ୍ୟାରୁ ମୁକ୍ତି ମିଳିଥାଏ । ଜୀବନର ମୂଳ ବହୁତ ଓ  ଭୌତିକ ଆବଶ୍ୟକତାକୁ ପୁରାଣ କରିବା ପାଇଁ ଧନ ନିହାତି ଆବଶ୍ୟକ ହୋଇଥାଏ ।

ଯଦି ଆପଣ ଆର୍ଥିକ ଅବସ୍ଥା ଶୋଚନୀୟ ହୋଇପଡିଛି ଏବଂ କୌଣସି ସମସ୍ୟାରେ ଘେରି ରହିଛନ୍ତି ତେବେ ଆପଣ ସାମାନ୍ୟ ଠାରୁ ସାମାନ୍ୟ କାର୍ଯ୍ୟରେ ମଧ୍ୟ ସଫଳତା ପାଆନ୍ତି ନାହିଁ  ଯଦି ବହୁତ ଧନ କରଜରେ ବୁଡି ରହିଛନ୍ତି ତେବେ କରନ୍ତୁ ଏହି ଉପାୟ ଯାହାଫଳରେ କି ଆପଣ ଆପଣଙ୍କର ସବୁ ଆର୍ଥିକ ସମସ୍ୟାର ସମାଧାନ କରି ପାରିବେ । ଶାସ୍ତ୍ର ଅନୁସାରେ ଆପଣ ଗୁରୁବାର ଦିନ ଗାଧୋଇବା ବେଳେ ଗାଧୋଇବା ପାଣିରେ କିଛି ହଳଦୀ ପକାଇ ଦିଅନ୍ତୁ ଆପଣ ସେହି ହଳଦୀ ପାଣିରେ ଗାଧାନ୍ତୁ ।

ଆପଣ ଯଦି ପାରୁଛନ୍ତି ତେବେ କଦଳୀ ଗଛ ମୂଳରେ ପସନୀ ଅର୍ପଣ କରି ପୂଜା କରନ୍ତୁ । ଯାହା ଫଳରେ ଆପଣଙ୍କୁ ଆର୍ଥିକ ଅନାଟନ ସବୁ ସମସ୍ୟା ଦୂର ହୋଇଯିବ ଏବଂ ଆପଣ ନେଇଥିବା ବହୁତ ଦିନର କରଜ କୁ ପରିଶୋଧ କରିବାରେ ସଫଳ ହେବେ ।

ଗୁରୁବାର ଦିନ ହଳଦିଆ ବସ୍ତ୍ର ପିନ୍ଧନ୍ତୁ ଓ ହଳଦିଆ ବ୍ରତ ଧାରଣ କରନ୍ତୁ । ଏହାଦ୍ୱାରା କେବଳ ଆପଣଙ୍କୁ  ଆର୍ଥିକ ସଫଳତା ମିଳିବ ନାହିଁ ବରଂ ଆପଣଙ୍କର ସବୁ ଇଛା ପୂର୍ଣ ହୋଇଥାଏ ଗୁରୁବାର ଦିନ ଆପଣ ତୁଳସୀ ଗଛ ମୂଳରେ କଞ୍ଚା କ୍ଷୀର ଅର୍ପଣ କଲେ ଆର୍ଥିକ ଅବସ୍ଥା ଦୂର ହୋଇଥାଏ ।

ଗୁରୁ ଗ୍ରହକୁ ମଜବୁତ କରିବା ପାଇଁ ଗୁରୁବାର ଦିନ ମହାଦେବ ଭଗବାନ ଶିବଙ୍କୁ ହଳଦିଆ ରଙ୍ଗର କନିଆରୀ ଫୁଲ ଅର୍ପଣ କରନ୍ତୁ । ଯଦି ସମ୍ଭବ ହୁଏ ତେବେ ଆପଣ ପ୍ରତିଦିନ ଶିବଙ୍କୁ ହଳଦିଆ କନିଆର ଫୁଲ ଅର୍ପଣ କରନ୍ତୁ ଆପଣଙ୍କ ଦିନଟି ଶୁଭ ହେବ ଓ ସବୁ ସମସ୍ୟାରୁ ରକ୍ଷା ପାଇପାରିବେ । ଏହାଦ୍ୱାରା ଆପଣ ଜୀବନରେ ସଫଳତାର ପାହାଚ ଚଢି ଚଢି ଯିବେ ଏବଂ ସମାଜରେ ମାନ ସମ୍ମାନ ପ୍ରତିଷ୍ଠା ବୃଦ୍ଧି ହେବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button