ବିଚାର

ମହିଳାଙ୍କ ପାଉଁଜି ପିନ୍ଧିବା ପଛରେ ଅଛି ବିଶେଷ କଥା, ଯାହା ଆପଣ ଜାଣି ବି ନଥିବେ

ଗୋଡରେ ପିନ୍ଧା ଯାଉଥିବା ପାଉଁଜି ୧୬ ଶୃଙ୍ଗାର ମଧ୍ୟରେ ଏହା ଗୋଟେ ବୋଲି ମାନ୍ୟତା ଅଟେ, ପାଉଁଜି ଗୋଡକୁ ସୁନ୍ଦର ଓ ଆକର୍ଷଣ କେନ୍ଦ୍ର ବନେଇଥାଏ ଏହା ସହ ପାଉଁଜି ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭକାରୀ ହୋଇଥାଏ, ବାସ୍ତୁଶାସ୍ତ୍ର ଅନୁଯାଇ ମଧ୍ୟ ପାଉଁଜି ପିନ୍ଧିବା ବହୁତ ଶୁଭ ବୋଲି କୁହା ଯାଏ । କୁହା ଯାଏ ପାଉଁଜି ଶବ୍ଦ ଦ୍ଵାରା ଘରୁ ନକାରାତ୍ମକ ଊର୍ଜା ସମାପ୍ତ ହୋଇଥାଏ ବା ଦୂର ହୋଇଥାଏ ।

ପୁରୁଣା ସମୟରେ ପାଉଁଜି ଲୋକଙ୍କ ପାଇଁ ବହୁତ ମାନ୍ୟତା ରଖୁଥିଲେ ସେହି ସମୟରେ ମହିଳାମାନେ ପୁରୁଷମାନଙ୍କ ଆଗକୁ ଯିବେ ନାହିନ କିନ୍ତୁ ତାଙ୍କ ପାଉଁଜି ଦ୍ଵାରା ଲୋକ ଜାଣି ଯାନ୍ତି ଯେ ମହିଳା କୁଆଡେ ଯାଉଛନ୍ତି ।

ପାଉଁଜି ଗୋଡ ସୁନ୍ଦର କରିବା ସହ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭକାରୀ ହୋଇଥାଏ ତେବେ ଆସନ୍ତୁ ଜାଣିବା ଏହାର ଲାଭକାରୀ ଗୁଣ ବିଷୟରେ ତେବେ ଯେତେବେଳେ ମହିଳା କୌଣସି ଆଭୁଶଣ ଧାରଣ କରନ୍ତି ତେବେ ଅଳଙ୍କାର ତାଙ୍କ ଶରୀରରେ ଘଷି ହୋଇଥାଏ ଏବଂ ଏହା ଦ୍ଵାରା ତାଙ୍କ ହାଡ ମଜବୁତ ହୋଇଥାଏ, କିନ୍ତୁ ପାଉଁଜି ଚାନ୍ଦି ର ପିନ୍ଧାନ୍ତୁ ଏହା ଆପଣଙ୍କ ପାଇଁ ବହୁତ ଶୁଭ ଅଟେ ।

ଏହା ଛଡା ବାସ୍ତୁ ଶାସ୍ତ୍ର ଅନୁଯାଇ ସୁନା ଅଳଙ୍କାର ପାଦରେ ପିନ୍ଧିବା ଉଚିତ ନୁହ, ସୁନା ପ୍ରାୟତଃ ହାତରେ ପିନ୍ଧିବା ଉଚିତ ଅଟେ । ଚାନ୍ଦି ଥଣ୍ଡା ଧାତୁ ହୋଇଥାଏ, ଆୟୁର୍ବେଦ ଅନୁଯାଇ ମଣିଷ ଶରୀର ଉପରେ ଥଣ୍ଡା ଏବଂ ତଳେ ଗରମ ହୋଇଥାଏ ସେଥିପାଇଁ ଶରୀର ଉପର ଭାଗରେ ସୁନା ଏବଂ ତଳେ ଥଣ୍ଡା ଧାତୁ ଚାନ୍ଦି ପିନ୍ଧିବା ଉଚିତ ଅଟେ । ତେବେ ଶରୀର ଉପର ଭାଗରୁ ଗରମ ଏବଂ ତଳୁ ଥଣ୍ଡା ଊର୍ଜା ଦ୍ଵାରା ପୁରା ଶରୀର ତାପମାତ୍ରା ସନ୍ତୁଳିତ ରଖନ୍ତୁ ।

ହିନ୍ଦୁ ଧର୍ମ ମାନ୍ୟତା ଅନୁଯାଇ ପାଉଁଜି ପିନ୍ଧିବା ବହୁତ ଶୁଭ ବୋଲି ମାନ୍ୟତା ଅଟେ ତେବେ ବାସ୍ତୁଶାସ୍ତ୍ର ଅନୁଯାଇ ପାଉଁଜି ଶବ୍ଦ ଦ୍ଵାରା ଘର ନକାରାତ୍ମକ ଊର୍ଜା ଦୂର ହୋଇଥାଏ । ମହିଳାଙ୍କ ପାଦରେ ପାଉଁଜି ପିନ୍ଧିବା ପରମ୍ପରା ବର୍ଷ ବର୍ଷ ଧରି ଚାଲି ଆସିଛି, କୁହା ଯାଏ ଯେ ପୁରୁଣା ସମସ୍ୟରେ ଯେତେବେଳେ ମହିଳାମାନେ ପୁରୁଷ ଲୋକଙ୍କ ସାମ୍ନାକୁ ଯାଉ ନଥିଲେ ସେତେବେଳେ ମହିଳାମାନେ ଯଦି ପୁରୁଷମାନଙ୍କ ପାଖରେ ଆସୁଥିବେ ତେବେ ପୁରୁଷ ଜାଣି ପାରନ୍ତି ଓ ସତର୍କ ହୋଇ ଯାନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button