ଜୀବନଶୈଳୀ

ହାତ ପାପୁଲିରେ ଏଭଳି X ଚିହ୍ନ ଥିଲେ ଏବଂ ନଖ ଉପରେ ଚନ୍ଦ୍ର ଚିହ୍ନ ଦେଖା ଦେଉଥିଲେ,ମିଳିଥାଏ ଏହି ସଂକେତ

ଭାରତୀୟ ସଂସ୍କୃତିରେ ଭବିଷ୍ୟତ ଦେଖିବା ପାଇଁ ଅନେକ ବିଧି ରହିଛି। ସାମୁଦ୍ରିକ ଶାସ୍ତ୍ର ଭବିଷ୍ୟତ ଦେଖିବାର ପ୍ରାଚୀନ ବିଜ୍ଞାନ ଅଟେ। ବିଷ୍ଣୁ ପୂରଣ ଅନୁସାରେ ଦେବୀ ଲକ୍ଷ୍ମୀ ଏହି ଶାସ୍ତ୍ର ବିଷୟରେ ଭଗବାନ ବିଷ୍ଣୁଙ୍କୁ ଶୁଣାଇ ଥିଲେ। ସମୁଦ୍ର ଦେବତା ଏହି ଶାସ୍ତ୍ର ବିଷୟରେ ଶୁଣି ଏହାକୁ ପ୍ରସାରିତ କରିଥିଲେ, ତେଣୁ ଏହି ଶାସ୍ତ୍ରକୁ।

ହାତ ପାପୁଲିର ରେଖା,ପର୍ବତ, ଚିହ୍ନ ଆଦିର ଗଭୀର ବିଦ୍ୟା ଗ୍ରହଣ କରିବା ପରେ ଏହି ବିଦ୍ୟାର ବିକାଶ ହୋଇଥିଲା। ସାମୁଦ୍ରିକ ଶାସ୍ତ୍ର ଅନୁସାରେ ତିଳ ଓ ଚିହ୍ନ ଗୁଡ଼ିକୁ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ମାନା ଯାଇଛି। ତେବେ ଆସନ୍ତୁ ଏହି ବିଷୟରେ ବିସ୍ତାର ରୂପରେ ଜାଣିବା।

ହାତ ପାପୁଲିରେ ରହିଥିବା ରେଖା ଯେପରି ଭାଗ୍ୟ ରେଖା, ମସ୍ତିଷ୍କ ରେଖା, ହୃଦୟ ରେଖା, ମଙ୍ଗଳ ରେଖା ଏବଂ ଚିହ୍ନ ଗୁଡ଼ିକ ଯେପରି ଶଙ୍ଖ, ଚକ୍ର, ସ୍ଵସ୍ତିକ, ତ୍ରିଶୂଳ, ଧ୍ଵଜ, ପର୍ବତ ଏବଂ ହାତର ଆକାର, ରଙ୍ଗ ଆଦିକୁ ନେଇ ଅଧ୍ୟୟନ ଦ୍ଵାରା ମନ୍ୟତର ଭବିଷ୍ୟତ, ଅତୀତ, ବର୍ତ୍ତମାନ କାଳ ଏବଂ ମନୁଷ୍ୟର ସ୍ଵଭାବ, ବ୍ୟକ୍ତିତ୍ଵ ବିଷୟରେ ଜଣା ପଡ଼ିଥାଏ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, ହାତରେ ଥିବା ରେଖା ଓ ଛୋଟ ଛୋଟ ଚିଂହ୍ନ ଗୁଡ଼ିକ କେଉଁ ଶୁଭ ଫଳ ପ୍ରଦାନ କରିଥାଏ ଏବଂ ନଖରେ ଚନ୍ଦ୍ର ହେବାର କାରଣ କଣ, ଆସନ୍ତୁ ଜାଣିବା।

ପ୍ରଥମେ ହାତ ପାପୁଲିରେ ରହିଥିବା ଚିହ୍ନ ବିଷୟରେ ଜାଣିବା। ଯେଉଁ ଲୋକଙ୍କ ହାତର ପାପୁଲିରେ ଶଙ୍ଖ ଚିହ୍ନ ରହିଥାଏ, ସେମାନଙ୍କ ଭାଗ୍ୟ ବଦଳି ଯାଇଥାଏ ଏବଂ ଧନ ପ୍ରାପ୍ତି ହୋଇଥାଏ। ସେହିପରି ହାତରେ ମାଛ
ଚିହ୍ନ ରହିବା ଐଶ୍ୱର୍ଯ୍ୟ ଓ ସୌଭାଗ୍ୟର ପ୍ରତୀକ ହୋଇଥାଏ। ଯେଉଁ ଲୋକଙ୍କ ହାତରେ ମନ୍ଦିର ଭଳି ଚିହ୍ନ ରହିଥାଏ, ସେମାନେ ସମାଜରେ ସର୍ବଦା ମାନସମ୍ମାନ ଓ କୀର୍ତ୍ତି ପାଇଥାନ୍ତି। ଚରିତ୍ରବାନ ଓ ଧାର୍ମିକ ପ୍ରବୃତ୍ତି ରହିଥିବା ଲୋକଙ୍କର ହାତରେ ଧ୍ଵଜର ଚିହ୍ନ ରହିଥାଏ।

ଏବେ ଆସନ୍ତୁ ପର୍ବତ ଗୁଡ଼ିକ ବିଷୟରେ ଜାଣିବା। ଆମ କୁଣ୍ଡଳୀରେ ଯେଉଁ ଗ୍ରହ ଶୁଭ ଓ ସୁଦୃଢ ରହିଥାଏ ତାହାର ଚିହ୍ନ ଆମ ଗତ ପାପୁଲିରେ ରହିଥାଏ। ଯେଉଁମାନଙ୍କର ହାତ ପାପୁଲିରେ ଅନାମିକା ଆଙ୍ଗୁଳି ବଡ଼ ହୋଇଥିବ, ତାର ରବି ପର୍ବତ ରହିଥିବ। ଏଭଳି ବ୍ୟକ୍ତି ଅତ୍ୟନ୍ତ ପ୍ରସିଦ୍ଧ ଓ ଗୁଣବାନ ହୋଇଥାନ୍ତି। ଯେଉଁ ଲୋକଙ୍କର ହାତ ପାପୁଲିରେ ଶନି ପର୍ବତ ଅଧିକ ରହିଥିବ, ସେ ନ୍ୟାୟ ପ୍ରିୟ ଓ ଜ୍ଞାନୀ ହୋଇଥାନ୍ତି। ତାଙ୍କୁ ବ୍ୟବସାୟ କ୍ଷେତ୍ରରେ ଅଧିକ ସଫଳତା ମିଳିଥାଏ।

ଯଦି ହାତର ଶୁକ୍ର ପର୍ବତ ଅଧିକ ରହିଥାଏ, ତାହେଲେ ସେହି ବ୍ୟକ୍ତି ସଙ୍ଗୀତ ଓ କଳା ପ୍ରତି ଆକୃଷ୍ଟ ଥିବା ସହିତ ସଫଳତା ହାସଲ କରିବେ। ବୁଧ ପର୍ବତ ରହିଥିବା ଲୋକେ ସବୁ କ୍ଷେତ୍ରରେ ସଫଳତା ହାସଲ କରିଥାନ୍ତି। ଗୁରୁ ପର୍ବତ ରହିଥିବା ଲୋକଙ୍କର ଜୀବନ ସର୍ବଦା ସୁଖମୟ ହୋଇଥାଏ। ଏମାନେ ଯେଉଁ କାର୍ଯ୍ୟରେ ହାତ ଦେଇଥାନ୍ତି, ସବୁଥିରେ ସଫଳତା ହାସଲ କରିଥାନ୍ତି।

ଏବେ ଆସନ୍ତୁ ନଖରା ଚନ୍ଦ୍ର ଆକୃତି ବିଷୟରେ ଜାଣିବା। ଏହି ଆକୃତିର ଅଲଗା ଅଲଗା ମହତ୍ତ୍ଵ ରହିଥାଏ। ଏହି ଚନ୍ଦ୍ର ଆକୃତି ସବୁ ନଖରେ ନଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହାକୁ ଅତ୍ୟନ୍ତ ଶୁଭ ମାନା ଯାଇଥାଏ। ଯେଉଁମାନଙ୍କ ନଖରେ ଏଭଳି ଚନ୍ଦ୍ର ଆକୃତି ରହିଥାଏ, ସେମାନେ ସବୁ କ୍ଷେତ୍ରରେ ସଫଳତା ହାସଲ କରିଥାନ୍ତି। ବ୍ୟବସାୟରେ ପ୍ରଗତି ହୋଇଥାଏ। ଅଚାନକ ଧନ ପ୍ରାପ୍ତି ହେବାର ସମ୍ଭାବନା ରହିଛି। ଏହାସହିତ କୁଣ୍ଡଳୀରେ ଗ୍ରହ ସୁଦୃଢ ରହିବାର ସଂକେତ ମିଳିଥାଏ।

Related Articles

Leave a Reply

Your email address will not be published. Required fields are marked *

Back to top button