ଦେଶ ବିଦେଶ
ଆସାମ ବିଜେପି ସାଂସଦଙ୍କ ବାସଭବନରୁ ନାବାଳକଙ୍କ ମୃତଦେହ ଉଦ୍ଧାର – Utkal Mail
ନୂଆଦିଲ୍ଲୀ: ଆସାମ ସିଲଚରର ବିଜେପି ସାଂସଦ ରାଜଦୀପ ରାୟଙ୍କ ବାସଭବନରୁ ଜଣେ ୧୦ ବର୍ଷ ପିଲାର ମୃତଦେହ ଶନିବାର ଉଦ୍ଧାର କରାଯାଇଛି। ସଂପୃକ୍ତ ପିଲାର ବେକରେ କପଡ଼ା ଗୁଡ଼ା ହୋଇଥିଲା। ମୃତ ବାଳକର ମା’ ସାଂସଦଙ୍କ ବାସଭବନରେ ଘରୋଇ ସହାୟିକା ଭାବେ ଅଢ଼େଇ ବର୍ଷ ହେଲା କାର୍ଯ୍ୟ କରୁଥିଲା। ସେମାନଙ୍କ ଘର ଢୋଲାଇ ଅଞ୍ଚଳରେ ବୋଲି କାଚରର ଅତିରିକ୍ତ ଏସ୍ପି ସୁବ୍ରତ ସେନ କହିଛନ୍ତି।
ସାଂସଦ ରାୟ କହିଛନ୍ତି ପିଲାଟି ତାଙ୍କ ଘରେ ଝୁଲି ପଡ଼ିଥିବା ତାଙ୍କୁ ସୂଚନା ଦିଆଯାଇଥିଲା। ତାହାପରେ ପିଲାଟିକୁ ଡାକ୍ତରଖାନା ନିଆଯାଇଥିଲା। କିନ୍ତୁ ସେଠାରେ ଡାକ୍ତରମାନେ ତାକୁ ମୃତ ଘୋଷଣା କରିଥିଲେ। ପୁଲିସ ଅଧିକାରୀମାବେ ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ ସିଲଚର ମେଡିକାଲ କଲେଜକୁ ନେଇଛନ୍ତି। ଏହା ଏକ ଆତ୍ମହତ୍ୟା ଭଳି ଜଣାପଡ଼ୁଛି। ଘଟଣା ଘଟିବା ସମୟରେ ସାଂସଦ ଦଳୀୟ କାର୍ଯ୍ୟାଳୟରେ ଥିଲେ।



