ଜୀବନଶୈଳୀ

ନୂଆବହୂ ପର୍ସରେ ନିଶ୍ଚିତ ଭାବରେ ରଖିବା ଆବଶ୍ୟକ ଏହି ୫ ଗୋଟି ଜିନିଷ। ସୁଖସମୃଦ୍ଧି ବଢ଼ିଥାଏ

ପ୍ରତ୍ୟେକ ଝିଅର ଜୀବନରେ ବିବାହ ଏକ ସୁଖମୟ ମୁହୂର୍ତ୍ତ ହୋଇଥାଏ। ଭାରତୀୟ ପରିବାରରେ ଝିଅର ବିବାହ ବହୁତ ପୂର୍ବରୁ ଆୟୋଜିତ ହୋଇଥାଏ। ଜୁଏଲାରୀ, ଶାଢ଼ୀ, ଜିନିଷପତ୍ର ଆଦି ପୂର୍ବରୁ ସାଇତି ରଖା ଯାଇଥାଏ। ଏହି ମାମଲାରେ ଝିଅର ପର୍ସକୁ ଅଧିକ ଗୁରୁତ୍ଵ ଦିଆଯାଇଥାଏ। ଯେଉଁଥିରେ ସବୁ ଆବଶ୍ୟକୀୟ ଜିନିଷପତ୍ର ରହିଥାଏ। କାରଣ ପୁରାତନ ଯୁଗରେ ସୁଟକେଶ ରେ ଜିନିଷପତ୍ର, ଟଙ୍କାପଇସା ଆଦି ରଖା ଯାଉଥିଲା। ତେଣୁ ଆସନ୍ତୁ ଜାଣିବା ନୁଆବହୂର ପର୍ସରେ କଣ କଣ ଜିନିଷ ରହିବା ଆବଶ୍ୟକ, ଯାହା ତାଙ୍କ କାମରେ ଆସିବ।

ଫେସ ବାଇପ୍ସ :-

ଶ୍ଵଶୁର ଘରକୁ ଯିବା ସମୟରେ ନୂଆବହୂର ପର୍ସରେ ଫେସ ବାଇପ୍ସ ନିଶ୍ଚିତ ଭାବରେ ରହିବା ଆବଶ୍ୟକ। କାରଣ ବିବାହ ପରେ ବିଦାୟୀ ସମୟରେ କାନ୍ଦି କାନ୍ଦି ଅବସ୍ଥା ଖରାପ ହୋଇ ଯାଇଥାଏ। ଏହାସହିତ ମେକଅପ ମଧ୍ୟ ଧୋଇ ହୋଇ ଯାଇଥାଏ। ତେଣୁ ଫେସ ବାଇପ୍ସ ଦ୍ଵାରା ମେକଅପ ଠିକ୍ କରାଯାଇ ଥାଏ।

ବବି ପିନ :-

ନୁଆବହୂର ପର୍ସରେ ନିଶ୍ଚିତ ଭାବରେ ବବି ପିନ ରହିବ ଉଚିତ। ଏହାଦ୍ବାରା ଶାଢ଼ୀର ପ୍ଲେଟ ଗୁଡ଼ିକ ମେନେଜ କରାଯାଇଥାଏ। ଏହା ଛୋଟ ଦେଖା ଗଲେ ମଧ୍ୟ ବହୁତ କାମରେ ଆସିଥାଏ। ଏହାସହିତ ଏହାକୁ ଚୁଟିରେ ମଧ୍ୟ ଲଗା ଯାଇଥାଏ।

କମ୍ପାକ୍ଟ :-

ନୂଆବହୂର ପର୍ସରେ ନିଶ୍ଚିତ ଭାବରେ କମ୍ପାକ୍ଟ ପାଉଡର ରହିବା ନିହାତି ଆବଶ୍ୟକ ଅଟେ। ଏହାକୁ ପ୍ରୟୋଗ କରି ମେକଅପ ଖରାପ ହେବାରୁ ରୋକା ଯାଇଥାଏ। କାରଣ ଝିଅଟି ପୁନର୍ବାର ମେକଅପ ତ ହୋଇ ନଥାଏ, ତେଣୁ କମ୍ପାକ୍ଟ ଜରିଆରେ ଟଚ୍ ଅପ କରାଯାଇଥାଏ।

ରେଡ ଲିପଷ୍ଟିକ :-

ମେକଅପ ହାଲକା ହୋଇଗଲେ ମଧ୍ୟ ତାକୁ ଲାଲ ଲିପଷ୍ଟିକ ପୂରଣ କରି ଦେଇଥାଏ। ତେଣୁ ନୂଆବହୂର ପର୍ସରେ ନିଶ୍ଚିତ ଭାବରେ ଲାଲ ଲିପଷ୍ଟିକ ରହିବା ଉଚିତ। ଏହା ଝିଅଟିର ସୌନ୍ଦର୍ଯ୍ୟକୁ ଦୁଇ ଗୁଣିତ କରି ଦେଇଥାଏ।

ପର୍ଫ୍ୟୁମ :-

ବିବାହ କରିବାକୁ ଯାଇଥିବା ଝିଅଟିର ପର୍ସରେ ଅତର ନିଶ୍ଚିତ ଭାବରେ ରଖିବା ଉଚିତ। କାରଣ ଆବଶ୍ୟକତା ପଡିଲେ ଅତର ଲଗାଇ ସତେଜ ଓ ସୁଗନ୍ଧିତ ରହିବା ପାଇଁ ପଡିପାରେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button