କ୍ରାଇମ

ଜଗନ୍ନାଥ ମନ୍ଦିରରୁ ଲୁଟ୍, ହୁଣ୍ଡି ବାକ୍ସକୁ ବି ଛାଡିଲେନି ଦୁର୍ବୃତ୍ତ

ବାଲେଶ୍ବର: ଜଗନ୍ନାଥ ମନ୍ଦିରରୁ ଲୁଟ୍ । ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଶ୍ରଦ୍ଧା କ୍ଷେତ୍ର ଜଗନ୍ନାଥ ମନ୍ଦିରରୁ ଲୁଟ୍ ଅଭିଯୋଗ ହୋଇଛି । ବିଳମ୍ବିତ ରାତିରେ ଦୁର୍ବୃତ୍ତ ମାନେ ମନ୍ଦିରର ମୁଖ୍ୟ ଗେଟର ତାଲା ଭାଙ୍ଗି ହୁଣ୍ଡି ବାକ୍ସ ଲୁଟ କରିଛନ୍ତି ।  ମନ୍ଦିରର ବଡ଼ ପୂଜକ ପୁଜାର୍ଚ୍ଚନା ସାରି ମନ୍ଦିରର ମୁଖ୍ୟ ଫାଟକରେ ତାଲା ପକାଇ ଘରକୁ ଯାଇଥିଲେ ।  ଆଜି ସକାଳୁ ମନ୍ଦିରକୁ ପୂଜାର୍ଚ୍ଚନା କରିବା ପାଇଁ ଆସିଲା ବେଳକୁ ମନ୍ଦିରର ଉତ୍ତର କବାଟ ତାଲାକୁ କାଟି ଭିତରକୁ ଦୁର୍ବୃତ୍ତ ମାନେ ଭିତରକୁ ପଶି ହୁଣ୍ଡି ବାକ୍ସକୁ ଭାଙ୍ଗି ଲୁଟ କରିଛନ୍ତି ।

ଏନେଇ ବାଲିଆପାଳ ପୋଲିସକୁ ଖବର ଦେବା ପରେ ଘଟଣା ସ୍ଥଳରେ ବାଲିଆପାଳ ପୋଲିସ ପହଞ୍ଚି ତଦନ୍ତ ଜାରି ରହିଛି । କେତେ ଟଙ୍କା ଲୁଟ କରିଛନ୍ତି ତାର ସ୍ପଷ୍ଟ ସୂଚନା ମିଳିନାହିଁ । ବାଲିଆପାଳ ଅଞ୍ଚଳରେ ଏଭଳି ଚୋରି ବୃଦ୍ଧି ପାଉଥିବାରୁ ପୋଲିସ ପେଟ୍ରୋଲିଂକୁ କଡାକଡି କରିବା ପାଇଁ ଦାବି କରିଛନ୍ତି ଲୋକେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button