ବର୍ଷାଙ୍କ ଭଲ ପାଇବାକୁ ମନେ ପକାଇଲେ ଅନୁଭବ, ସୋସିଆଲ ମିଡିଆରେ କହିଲେ I LOVE YOU ବର୍ଷା, ଆଉ ତାପରେ
ବର୍ଷା I LOVE YOU ମୁଁ ତୁମକୁ ବହୁତ ଭଲ ପାଉଛି ଏହି କଥା ବର୍ଷାଙ୍କ ବିଦାଇ ବେଳର ଫୋଟୋ ପୋଷ୍ଟ କରି କହିଲେ ଅନୁଭବ | ଫୋଟୋ ପୋଷ୍ଟ କରି ସୋସିଆଲ ମିଡିଆରେ ମନକଥା କହିଦେଲେ ଅନୁଭବ ମହାନ୍ତି | ମୁଁ ତୁମକୁ ବହୁତ ଭଲ ପାଉଥିଲି ମୋ ହୃଦୟର ଗଭୀରତାରୁ ସେ ଯାହାବି କାରଣ ହେଉ ଆମ ବାହାଘର ପଛେ ସଫଳ ନହେଉ ମୁଁ ଆଜିବି ତୁମକୁ ବହୁତ ଭଲ ପାଏ |
ପ୍ରତିଦିନ ନୂଆ ସକାଲରେ ଅନୁଭବ ମହାନ୍ତି କିଛି ନା କିଛି ମନର କଥା ଲେଖିଦେଉଛନ୍ତି ସ୍ତ୍ରୀ ବର୍ଷାଙ୍କ ପାଇଁ | ଏମିତି କିଛି ଲେଖିଦେଉଛନ୍ତି ଯାହାପରେ ପୁରା ଓଡିଶାରେ ଚହଳ ପଡିଯାଉଛି ଚର୍ଚ୍ଚା ଉଭୟଙ୍କ ପିଛା ଛାଡୁନାହିଁ | ସୋସିଆଲ ମିଡିଆରେ ବର୍ଷାଙ୍କର ବିଦାଇ ବେଳର ଫୋଟୋକୁ ପୋଷ୍ଟ କରି କହିଛନ୍ତି ଅନୁଭବ ମହାନ୍ତି | ଏହି ଫୋଟୋରେ ବର୍ଷା ଶାଶୁ ଘରକୁ ଯାଉଛନ୍ତି କାର ଭିତରେ ବସି କାନ୍ଦୁଛନ୍ତି ବର୍ଷା |
ଏହି ମୁହୂର୍ତ ପ୍ରତିଟି ଝିଅ ଓ ପ୍ରତିଟି ପୁଅଙ୍କ ପାଇଁ ସବୁଠାରୁ ଖୁସିର ଏବଂ ସ୍ମରଣୀୟ ମୁହୂର୍ତ ହୋଇଥାଏ ଆଉ ସେହି ଫୋଟକୁ ଅନୁଭବ ମହାନ୍ତି ଆଜି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି | ଯାହାପରେ ସାରା ଓଡ଼ିଶାରେ ଏବେ ଚର୍ଚ୍ଚା ହେଉଛି ସମସ୍ତେ କହୁଛନ୍ତି କେଉଁଠି ନା କେଉଁଠି ଅନୁଭବ ମହାନ୍ତି ତାଙ୍କ ବର୍ଷାଙ୍କୁ ଭୁଲିପାରୁନାହାନ୍ତି ଆଉ ସବୁ ସମୟରେ ବର୍ଷାଙ୍କୁ ମାନେ ପକାଉଛନ୍ତି | ଅନୁଭବ ମହାନ୍ତି ସୋସିଆଲ ମିଡିଆରେ ଲେଖିଛନ୍ତିଯେ ବର୍ଷା ମୁଁ ତୁମକୁ ବହୁତ ଭଲ ପାଉଥିଲି ମୋ ହୃଦୟର ଗଭୀରତାରୁ ଯାହାବି କାରଣ ହେଉ ଆମ ବାହାଘର ସଫଳ ନହେଉ |
ଆମେ କଣ ଆଗକୁ ଗୋଟିଏ ଭଲ ସାଙ୍ଗ ହୋଇ ରହି ପାରିବନି ମୁଁ କେବେ ହେଲେ ଚାହିଁନଥିଲି ଆମ ବିଛେଦ ଏତେ ଖରାପ ହେଉ ବୋଲି କିନ୍ତୁ ଯେତେବେଳେ ବିଛେଦ ଜରୁରୀ ତେବେ କଣ ପାଇଁ ଭଲରେ ନହେବ | ଏମିତି କିଛି ସୋସିଆଲ ମିଡିଆରେ ବହୁତ ହୃଦୟ ସ୍ପର୍ଶି ମେସେଜ ଲେଖିଛନ୍ତି ଅନୁଭବ ମହାନ୍ତି | ପ୍ରଥମ ଥାରପାଇଁ ସିଧା ସିଧା ବର୍ଷାଙ୍କୁ ଦେଇଛନ୍ତି ମେସେଜ, ବର୍ଷାଙ୍କ ନାମକୁ ଉକ୍ତ ମେସେଜରେ ସ୍ଥାନ ଦେଇ ଚର୍ଚ୍ଚାକୁ ଆହୁରି ଜୋର କରାଇଛନ୍ତି ଅନୁଭବ |
ଯଦି ଦେଖିବା କଟକ ଫ୍ୟାମିଲ କୋଟ ଅନୁଭବଙ୍କ ଛାଡପତ୍ର ମାମଲାକୁ ଖାରଜ କରିଥିଲେ ଏହା ସହ ବର୍ଷାଙ୍କର ମଧ୍ୟ ଯେଉଁ ପିଟିସନ ଥିଲାକି ସେ ଅନୁଭବଙ୍କ ପାଖରେ ସେ ପୁଣିଥରେ ସ୍ତ୍ରୀ ହୋଇ ରହିବେ ତାକୁ ମଧ୍ୟ ଖାରଜ କରାଯାଇଥିଲା ଯାହାପରେ ପ୍ରତିଦିନ ଅନୁଭବ ମହାନ୍ତି ଲେଖି ଚାଲିଛନ୍ତି ସୋସିଆଲ ମିଡିଆରେ ଅନେକ କଥା କେତେବେଳେ ବର୍ଷାଙ୍କୁ ମିଛେଇ କହୁଛନ୍ତି ତ ପୁଣି କେତେବେଳେ ବର୍ଷାଙ୍କୁ କହୁଛନ୍ତି ଆଇ ଲଭ ୟୁ |



