ଓଡିଶା

ସାର୍ବଜନୀନ ହେବ ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀ ତଦନ୍ତ ରିପୋର୍ଟ

ଭୁବନେଶ୍ଵର, ୨୬/୦୮ : ସାର୍ବଜନୀନ ହେବ ସ୍ଵାମୀ ଲକ୍ଷ୍ମଣାନନ୍ଦ ହତ୍ୟା ମାମଲାର ତଦନ୍ତ ରିପୋର୍ଟ। ଏନେଇ ସରକାର ଖୁବଶୀଘ୍ର ନିଷ୍ପତ୍ତି ନେବେ କହିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଏ ନେଇ ଆଲୋଚନା କରିଛନ୍ତି। ଆଗାମୀ ଦିନରେ ସରକାର କଣ କରିବେ ସେନେଇ ଶୀଘ୍ର ନିଷ୍ପତ୍ତି ହେବ। ଯେଉଁ କଥା ଆମେ ବିଗତ ଦିନରେ କହିଥିଲୁ ଏବେ ଶୀଘ୍ର ଆଲୋଚନା କରାଯାଇ କମିଶନ ରିପୋର୍ଟ ଓ ଅନ୍ୟାନ୍ୟ ଦିଗ ସମ୍ପର୍କରେ ନିଷ୍ପତ୍ତି ନିଆଯିବ।

ଏନେଇ ବିଜେଡି ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, କେବଳ ଲକ୍ଷ୍ମଣାନନ୍ଦ ନୁହଁନ୍ତି, ଯାହା ତଦନ୍ତ କରିବା କଥା କରନ୍ତୁ। ଯାହା ବି ରିପୋର୍ଟ ଅଛି, ବାହାରକୁ ଆଣନ୍ତୁ। କେଉଁଠି କେଳେଙ୍କାରୀ ହୋଇଛି ବାହାର କରନ୍ତୁ । କଥା ନକହି କାମ କରନ୍ତୁ । ଆମେ ସ୍ୱଚ୍ଛ ଓ ନିର୍ମଳ ଭାବମୂର୍ତ୍ତି ନେଇ କାମ କରିଥିଲୁ । ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଉପରେ ଆମର ଭରସା ଅଛି, ଯାହା ଆମେ କରିଛୁ ଠିକ୍ କାମ କରିଛୁ । ଏବେ ତାଙ୍କର ସରକାର ଅଛି, ଯାହା ଚାହିଁବେ କରିପାରିବେ । କେବଳ କହିକି ଲୋକଙ୍କୁ ଭୁଆଁ ବୁଲେଇଲେ ହେବନାହିଁ । ଯାହା କହୁଛନ୍ତି ତାହା କାମରେ କରୁନାହାଁନ୍ତି । କେଉଁ ମନ୍ତ୍ରୀଙ୍କର କି ଦାଇତ୍ୱ କିଏ କେଉଁ ବାବଦରେ ମୁଣ୍ଡ ଖେଳେଇବ ସେ ବାବଦରେ ଠିକ୍ କରନ୍ତୁ । ଯାହା ବି ସେମାନେ କହୁଛନ୍ତି କରିକି ଦେଖାନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button