କ୍ରାଇମ

ଡିସିପିଙ୍କୁ ଭେଟିଲେ ବିଜେବି କଲେଜ ଛାତ୍ର ପ୍ରତିନିଧି – Utkal Mail


ଭୁବନେଶ୍ବର: ବିଜେବି କଲେଜର ଏକ ଛାତ୍ର ପ୍ରତିନିଧି ଦଳ ଭୁବନେଶ୍ବର ଡିସିପିଙ୍କ କାର୍ଯ୍ୟାଳୟକୁ ଯାଇ ଡିସିପି ପ୍ରତୀକ ସିଂଙ୍କୁ ଭେଟିଥିଲେ। କଲେଜ୍‌ରେ ଅଣଛାତ୍ରମାନଙ୍କ ପ୍ରବେଶ ଦ୍ୱାରା ବାରମ୍ବାର ବିଶୃଙ୍ଖଳା ସୃଷ୍ଟି ହେଉଛି ବୋଲି ଡିସିପିଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। କଲେଜରେ ଛାତ୍ରଛାତ୍ରୀମାନଙ୍କ ଭିତରେ ମତାନ୍ତରକୁ କିଭଳି ପୁଲିସ, କଲେଜ କର୍ତ୍ତୃପକ୍ଷ ଓ ଅଭିଭାବକଙ୍କ ମଧ୍ୟରେ ସମାଧାନ କରାଯାଇପାରିବ ସେନେଇ ଆଲୋଚନା‌ କରିଥିଲେ। କ୍ୟାମ୍ପସରେ କିଭଳି ଶାନ୍ତି ବଜାୟ ରହିବ ଓ ଏକ ଶୈକ୍ଷିକ ବାତାବରଣ ସୃଷ୍ଟି ହୋଇପାରିବ ସେଥିପ୍ରତି ଦୃଷ୍ଟି ଦେବାକୁ ଛାତ୍ରପ୍ରତିନିଧିମାନେ ଲିଖିତ ଭାବେ ଡିସିପିଙ୍କୁ ଜଣାଇଥିଲେ। ଡିସିପି ନିଜେ ଆସି କଲେଜରେ ଅଧ୍ୟକ୍ଷଙ୍କୁ ଭେଟି କିଭଳି ଶାନ୍ତିପୂର୍ଣ୍ଣ ପରିବେଶ ବଜାୟ ରହିବ ନିଜେ ସମୀକ୍ଷା କରିବେ ବୋଲି ପ୍ରତଶ୍ରୁତି ଦେଇଥିଲେ। ଆଲେଚନାରେ ଛାତ୍ର ଯୋଗେଶ ଜେନା, ମଲ୍ଲିକ ସମିମ୍ ଅଖତାର, ରାଜନ୍ ପଣ୍ଡା, ଚନ୍ଦନ ସେଠୀ, ଚନ୍ଦ୍ରଶେଖର ପାଢ଼ୀ, ସୌମ୍ୟ ସେନାପତି ଯଶୱନ୍ତ, ଆଦିତ୍ୟ, ରଞ୍ଜନ, ସତ୍ୟ ପ୍ରମୁଖ ଉପସ୍ଥିତ ଥିଲେ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button