ମହାଶିବରାତ୍ରୀରେ କେଉଁ ରାଶିର ଲୋକ କଣ ସବୁ କରିବା ଦ୍ଵାରା ପ୍ରଭୁ ପ୍ରସନ୍ନ ହୋଇଥାନ୍ତି
ବନ୍ଧୁଗଣ ଭଗବାନ ଭୋଳାନାଥ ବହୁତ ହିଁ ଭୋଳା ଅଟନ୍ତି । କାରଣ ସେ ତାଙ୍କ ଭକ୍ତ ମାନଙ୍କ ଉପରେ ଅତି ଶୀଘ୍ର ହିଁ ପ୍ରସନ୍ନ ହୋଇଯାଇଥାନ୍ତି । ଶାସ୍ତ୍ର ଅନୁସାରେ ଭଗବାନ ମହାଦେବଙ୍କ ପ୍ରକୃତ ମାନଙ୍କ ଉପରେ କୌଣସି ବି ସଙ୍କଟ ଆସିନଥାଏ । କାରଣ ସେହି ସବୁ ସଙ୍କଟରୁ ପ୍ରଭୁନିଜେ ତାଙ୍କ ଭକ୍ତ ମାନଙ୍କୁ ବଞ୍ଚାଇ ଦେଇଥାନ୍ତି । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ଯେକ ରାଶିର ଅଲଗା ଅଲଗା ସ୍ଵାମୀ ବା ପ୍ରଭୁ ରହିଛନ୍ତି । କୌଣସି ଭକ୍ତ ଯଦି ନିଜ ରାଶି ଅନୁସାରେ ମହାଶିବ ରାତ୍ରୀରେ ଏହି ସବବୁ ଉପାୟ କରିଥାନ୍ତି । ତେବେ ସେମାନଙ୍କ ମନୋସ୍କାମନା ନିଶ୍ଚୟ ପୂର୍ଣ୍ଣ ହୋଇଥାଏ ।
ମେଷ ରାଶି;- ଏହି ରାଶିର ବ୍ୟକ୍ତି ମାନେ ଶିବରାତ୍ରୀ ଦିନ ପାଣିରେ ଗୁଡ କିମ୍ବା ମହୁ ମିଶାଇ ଭୋଳାନାଥଙ୍କର ଅଭିଷେକ କରନ୍ତୁ । ତାପରେ ନାଲ ଚନ୍ଦନରେ ଶିବଙ୍କ ଉପରେ ଲେପନ କରାନ୍ତୁ ।
ବୃଷ ରାଶି;- ଏହି ରାଶିର ବ୍ୟକ୍ତିବିଶେଷ ମାନେ ଦହିରେ ପ୍ରଭୁ ଶିବଙ୍କର ଅଭିଷେକ କରାଇବା ଦ୍ଵାରା ଅତ୍ୟନ୍ତ ହିଁ ଶୁଭଫଳ ମିଳିପାରିଥାଏ । ଏଥିସହ ସେମାନେ ଧଳା ଚନ୍ଦନ, ଚାଉଳ ଓ ଅରଖ ଫୁଲ ମଧ୍ୟ ଭଗବାନଙ୍କ ଉପରେ ଶିବରାତ୍ରୀରେ ଚଢାଇ ପାରିବେ ।
ମିଥୁନ ରାଶି;- ଏହି ରାଶିର ବ୍ୟକ୍ତି ମାନେ ଜାଗର ଦିନ ପ୍ରଭୁ ମହାଦେବଙ୍କର ଆଖୁ ରସରେ ଅଭିଷେକ କରାନ୍ତୁ । ଏମାନେ କୁଶ, ଦୂବ ଓ ଭାଙ୍ଗ ଆଦି ପ୍ରଭୁ ଶିବଙ୍କ ଉପରେ ଚଢାଇ ପାରିବେ ।
କର୍କଟ ରାଶି;- ଏହି କର୍କଟ ରାଶିର ଲୋକମାନେ କ୍ଷୀର ସହ ଶୁଦ୍ଧ ଘିଅରେ ପ୍ରଭୁଙ୍କର ଜାଗର ଦିନ ଅଭିଷେକ କରାନ୍ତୁ । ଏଥିସହ ଶିବଙ୍କ ଉପରେ ଧଳା ଚନ୍ଦନରେ ତିଳକ ଲଗାନ୍ତୁ ।
ସିଂହ ରାଶି;- ଏହି ରାଶି ର ବ୍ୟକ୍ତି ପାଣିରେ ଗୁଡ ଓ ମହୁ ମିଶାଇ ପ୍ରଭୁଙ୍କର ଅଭିଷେକ କରାନ୍ତୁ । ଚାଉଳ ଓ ଗୁଡରେ ଖିରୀ ପ୍ରସ୍ତୁତ କରି ପ୍ରଭୁଙ୍କୁ ଅର୍ପଣ କରି ପୂଜା କରନ୍ତୁ ।
କନ୍ୟା ରାଶି;- ଏହି କନ୍ୟା ରାଶିର ଲୋକମାନେ ଶିବଲିଙ୍ଗ ଉପରେ ଆଖୁ ରସରେ ଅଭିଷେକ କରିବା ଉଚିତ । ଏମାନେ ବେଲ, ଦୁବ ଓ ଭାଙ୍ଗ ଆଦି ଚଢାଇ ପାରିବେ ।
ତୁଳା ରାଶି;- ଏହି ରାଶିର ଲୋକ ସୁଗନ୍ଧିତ ତେଲ, ଅତର, ଶୁଦ୍ଧ ଘିଅ ଓ ଅତରରେ ପ୍ରଭୁଙ୍କର ଶିବ ଲିଙ୍ଗକୁ ଅଭିଷେକ କରାନ୍ତୁ । ଏମାନେ ଦହି, ମିଶ୍ରୀ ଓ କ୍ଷୀରର ପ୍ରସାଦ ଚଢାଇ ପାରିବେ ।
ବିଛା ରାଶି;- ଏହି ରାଶିର ଲୋକ ପାଣିରେ ଗୁଡ ଓ ମହୁ ମିଶାଇ ଶିବଲିଙ୍ଗର ଅଭିଷେକ କରାନ୍ତୁ । ଏମାନେ ନାଲି ଫୁଲ ଯେପରି ମନ୍ଦାର, ଗୋଲାପ ଭଳି ଫୁଲ ଚଢାଇ ପାରିବେ ।
ଧନୁ ରାଶି;- ଏହି ରାଶିର ଲୋକମାନେ କ୍ଷୀରରେ ହଳଦୀ ଓ ମହୁ ମିଶାଇ ଶିବଲିଙ୍ଗର ଅଭିଷେକ କରାନ୍ତୁ । ହଳଦିଆ ଚନ୍ଦନରେ ତିଳକ ଲଗାଇ ହଳଦିଆ ଗେଣ୍ଡୂ ଫୁଲ ଅର୍ପଣ କରନ୍ତୁ ।
ମକର ରାଶି ଓ କୁମ୍ଭ ରାଶି;- ଏହି ରାଶିର ଲୋକ ରାଶି ତେଲ କିମ୍ବା ନଡିଆ ପାଣିରେ ଶିବଲିଙ୍ଗର ଅଭିଷେକ କରିବାକୁ ପଡିବ । ଏମାନେ ବେଲପତ୍ର ଓ ଭାଙ୍ଗ ଆଦି ଚଢାଇ ପାରିବେ।
ମୀନ ରାଶି;- ଏମାନେ କ୍ଷୀରରେ କେଶର ଗୁଡ କି ମହୁ ମିଶାଇ ଶିବଲିଙ୍ଗର ଅଭିଷେକ କରାଇବା ଉଚିତ । ଗହମ, ଚାଉଳ ଓ ସୋରିଷ ଆଦି ଭଗବାନ ଶିବଙ୍କୁ ଅର୍ପଣ କରନ୍ତୁ ।