ଦେଶ ବିଦେଶ

ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ, ଆଇନ୍ ମାନନ୍ତିନି କେହି ଏହି ଗାଁ ଲୋକେ।

ମଣିଷ ବାସ କରେ ସହରରେ ବା ଗାଁରେ। ସହରରେ ବାସ କରିବାମାନେ ଖାଲି ବିଲଡିଂ ଜଙ୍ଗଲ ମଧ୍ୟରେ ସେଠି ନା ସୂର୍ଯ୍ୟଦୋୟ ଦେଖାଯିବ ନା ସୂର୍ଯ୍ୟାସ୍ତ। ମାତ୍ର ଗାଁ କଥା କହିଲେ ମନେ ପଡ଼େ ଗାଁର ସେଇ ରାସ୍ତା, ଘାଟ ଆଉ ଗାଁର ପୋଖରୀ।

ଗାଁ ବିଲ ଆଉ ବାଡି ପୁଣି ଗାଁର କେତେ ସମ୍ପର୍କୀୟ।ଗାଁ ପରିବେଶ କେତେ ଯେ ମଧୁର ତାହା କହି ହବନି। ନାନା ପର୍ବ ପର୍ବାଣୀର ମେଳା ଲାଗି ରହିଥlଏ। ଆମ ଭାରତରେ ଅନେକ ଗାଁ ରହିଛି।ସେଥି ମଧ୍ୟରୁ କେତେକ ଗାଁ ଅଜବ ଆଉ ଗଜବ ଅଟେ।

ଏପରି ଗାଁ ଦେଖିବାକୁ ମିଳେ ତାହା ଭାରତରେ ତାହା ବହୁତ କମ୍। ଏପରି ଗାଁକୁ ସମସ୍ତେ ଡରିଥାଆନ୍ତି । ତିଲ ତପଦ ଗାଁରେ ସମସ୍ତେ ଅନ୍ଧ । ଏଠାରେ ପିଲା ଠାରୁ ବୁଦ୍ଧ ସମସ୍ତେ ଅନ୍ଧ ଏପରିକି ଏଠାର ପଶୁ ପକ୍ଷୀ ମଧ୍ୟ ଅନ୍ଧ। ଆସେନ୍ସୋଲରେ ରହିଛି ଭୂତ ଗାଁ।

 

ଏଠାରେ କେହି ରହୁନାହାନ୍ତି।ଏହା ୱେଷ୍ଟବେଙ୍ଗଲର ଗାଁ।ହିମାଚଳ ପ୍ରଦେଶରେ ଏକ ଗାଁ ଅଛି ମାଲାବା।ଏହି ଗାଁ ଏକ ବିଚିତ୍ର ଗାଁ। ସେମାନେ ନିଜକୁ ଆଲେକ୍ସ ଜେଣ୍ଡରଙ୍କ ବଂଶଜ ବୋଲି କହନ୍ତି। ଯେବେ ସିକନ୍ଦର ଭାରତ ଆସିଥିଲେ ତାଙ୍କ ସୈନ୍ୟମାନେ ଏଇଠି ରହିଥିଲେ।

ତେଣୁ ଏମାନେ ନିଜକୁ ସେଇ ସୈନ୍ୟଙ୍କ ବଂଶଜ କହନ୍ତି। ଏହି ଗାଁର ଏକ ଅଜବ କଥା ସେମାନେ ଭାରତ ସରକାରଙ୍କ ନୀତି ନିୟମ କିଛି ମାନନ୍ତି ନାହିଁ। ତାଙ୍କର ନିଜର ନୀତି ନିୟମ ରହିଛି। ସେମାନଙ୍କର ନିଜର ସଦନ ରହିଛି।

ଲୋକେ ତାଙ୍କ ସମସ୍ୟା ସେହି ସଦନକୁ ଆଣନ୍ତି ବା ଭଗବାନଙ୍କ ଉପରେ ଛାଡ଼ି ଦିଅନ୍ତି। ତାଙ୍କ ସମାଧାନ ପୁଣି ଛେଳି ଦ୍ଵାରା ସମାଧାନ ହୁଏ।ଦୁଇ ପକ୍ଷକୁ ଦୁଇଟି ଛେଳି ଆଣିବାକୁ କୁହାଯାଏ। ସେଇ ଛେଳି ମୁଖରେ ବିଷ ଦିଆଯାଏ।ଯାହା ଛେଳି ଆଗ ମଲା ସେ ଦୋଷୀ।

ଆଉ ଗାଁ ଲୋକ ଯାହା ଦଣ୍ଡ ଦିଅନ୍ତି ତାହା ମାନିବାକୁ ପଡ଼ିବ। ବାହାର ଲୋକଙ୍କୁ ମନା। ଏଠିକାର ଲୋକେ ଭିନ୍ନ ଭାଷା ମଧ୍ୟ କହନ୍ତି।ଆଉ ଏକ ଗାଁ ତାହା ଦୁର୍ଗାପୁରୀ। ଯେଉଁଠାରେ ଲୋକେ ୧୫୦ ବର୍ଷ ହେଲା ହୋଲି ପାଳି ନାହାନ୍ତି। ହୋଲିରେ ରଙ୍ଗ ଖେଳିଲେ ତାର ମରଣ ହେଵ

ସେଥିପାଇଁ କେହି ହୋଲି ଦିନ ଘରୁ ବାହାରକୁ ବାହାରି ନଥାନ୍ତି। ଏହି ଗାଁଟି ଝାଡ଼ଖଣ୍ଡର ଅଟେ। ସେ ଗାଁରେ ଯିଏ ବି ହୋଲି ଖେଳିଛି ତାର ମୂତ୍ୟୁ ହୋଇଛି। ହୋଲି ଦ୍ଵାରା ତାଙ୍କ ଗାଁରେ ମହାମାରୀ ଆସିଯିବ ବୋଲି ତାଙ୍କର ବିଶ୍ବାସ ରହିଛି।

Related Articles

Leave a Reply

Your email address will not be published. Required fields are marked *

Back to top button