ଓଡିଶା

ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଚାଲିଗଲା ଦମ୍ପତିଙ୍କ ଜୀବନ

କାମାକ୍ଷାନଗର: ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ ଓ ସ୍ତ୍ରୀଙ୍କ ଜୀବନl ମୃତ ଦମ୍ପତି ହେଲେ ମହାବିରୋଡ ଥାନା ବାମ ପଞ୍ଚାୟତ ରଗଡ଼ାସାହିର ଦୁର୍ଯ୍ୟୋଧନ ମହାନ୍ତ ଓ ଭାରତୀ ମହାନ୍ତ l

ସୂଚନା ଅନୁସାରେ, ଦୁର୍ଯ୍ୟୋଧନ ମହାନ୍ତ ଦୀର୍ଘ ବର୍ଷ ଧରି ଛତିଶଗଡ଼ ରାଜ୍ୟର କୋରବା ଜିଲ୍ଲାରେ ଥିବା କୁସୁମୁଣ୍ଡା କୋଲ ମାଇନ୍ସରେ ହାଇୱା ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେl ସେ ସେଠାରେ ନିଜ ସ୍ତ୍ରୀ ଓ ଏଗାର ବର୍ଷର ପୁଅ ସହ ରହିଆସୁଥିଲେl ଗତକାଲି ସକାଳୁ ପୁଅ ସ୍କୁଲ ଯିବା ପରେ ସ୍ତ୍ରୀ ଭାରତୀ ଲୁଗା ଶୁଖାଉଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଯାଇଥିଲେ l ତାଙ୍କୁ ବଞ୍ଚାଇବାକୁ ଯାଇ ଦୁର୍ଯ୍ୟୋଧନ ମହାନ୍ତ ମଧ୍ୟ ବିଦ୍ୟୁତ୍ ଆଘାତର ଶିକାର ହୋଇଥିଲେ l

ସ୍ଥାନୀୟ ଲୋକ ତୁରନ୍ତ ଉଭୟଙ୍କୁ ମେଡିକାଲରେ ଭର୍ତ୍ତି କରାଇଥିବା ବେଳେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।l ଖବର ପାଇ ପରିବାର ଲୋକ ଛତିଶଗଡ଼ରେ ପହଞ୍ଚି ମୃତଦେହକୁ ନିଜ ଗାଁ ରଗଡ଼ାସାହିକୁ ଆଣିଥିବା ବେଳେ ସ୍ଥାନୀୟ ଗାଁ ଶ୍ମଶାନରେ ଦମ୍ପତିଙ୍କ ଶେଷକୃତ୍ୟ କରାଯାଇଛି। ଏହାକୁ ନେଇ ଗାଁ ଓ ଆଖପାଖ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି l

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button