କ୍ରୀଡା

ଶେଷ ଦୁଇଟି ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷଣା, ଖରାପ ପ୍ରଦର୍ଶନ ସତ୍ତ୍ୱେ ସ୍ଥାନ ବଜାୟ ରଖିଲେ ରାହୁଲ

ନୂଆଦିଲ୍ଲୀ: ବର୍ଡର-ଗାଭାସ୍କର ଟ୍ରଫିର ଶେଷ ଦୁଇଟି ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ଦଳରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ | ଖରାପ ଫର୍ମ ସତ୍ତ୍ୱେ କେଏଲ୍ ରାହୁଲଙ୍କୁ ଶେଷ ଦୁଇଟି ଟେଷ୍ଟ ପାଇଁ ଦଳରେ ସ୍ଥାନ ବଜାୟ ରଖିଛନ୍ତି । ଏହାଛଡ଼ା ଦ୍ବିତୀୟ ଟେଷ୍ଟ ପୂର୍ବରୁ ରଣଜୀ ଟ୍ରଫି ଫାଇନାଲ ଖେଳିବା ପାଇଁ ଦଳରୁ ରିଲିଜ୍ ହୋଇଥିବା ଜୟଦେବ ଉନାଦକଟ୍ ଫେରିଛନ୍ତି ।

ଅଷ୍ଟ୍ରେଲିଆ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ମଧ୍ୟ ଭାରତୀୟ ଦଳ ଘୋଷଣା କରାଯାଇଛି । ପାରିବାରିକ ବାଧ୍ୟବାଧକତା ଯୋଗୁଁ ପ୍ରଥମ ଦିନିକିଆରେ ଅଧିନାୟକ ରୋହିତ ଶର୍ମା ଖେଳିବେ ନାହିଁ । ତାଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟା ପ୍ରଥମ ଦିନିକିଆରେ ଭାରତୀୟ ଦଳର ନେତୃତ୍ଵ ନେବେ ।

ଏହାଛଡ଼ା ଦୀର୍ଘ ଦିନ ପରେ ରବିନ୍ଦ୍ର ଜାଡେଜା ଟିମ୍ ଇଣ୍ଡିଆକୁ ଫେରିଛନ୍ତି। ଜୟଦେବ ଉନାଦକଟ ମଧ୍ୟ ୧୦ ବର୍ଷ ପରେ ଦିନିକିଆ ଦଳକୁ ଫେରିଛନ୍ତି।

ଶେଷ ଦୁଇଟି ଟେଷ୍ଟ ପାଇଁ ଭାରତୀୟ ଦଳ:
ରୋହିତ ଶର୍ମା (ଅଧିନାୟକ), କେ.ଏଲ୍ ରାହୁଲ, ଶୁଭମାନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି, କେ.ଏସ୍ ଭାରତ (ୱିକେଟ୍ କିପର), ଇଶାନ କିଶନ (ୱିକେଟ୍ କିପର), ଆର ଅଶ୍ୱିନ, ଅକ୍ଷାର ପଟେଲ, କୁଲଦୀପ ଯାଦବ, ରବିନ୍ଦ୍ର ଜାଡେଜା, ମହମ୍ମଦ ଶାମି, ମହମ୍ମଦ ସିରାଜ, ଶ୍ରେୟସ୍ ଆୟର, ସୂର୍ଯ୍ୟକୁମାର ଯାଦବ, ଉମେଶ ଯାଦବ ଏବଂ ଜୟଦେବ ଉନାଦକଟ୍।

ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳ:
ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ବିରାଟ କୋହଲି, ଶ୍ରେୟାସ ଆୟର, ସୂର୍ଯ୍ୟକୁମାର ଯାଦବ, କେ.ଏଲ୍ ରାହୁଲ, ଇଶାନ କିଶନ (ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ), ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ୱାଶିଂଟନ୍ ସୁନ୍ଦର, ୟୁଜବେନ୍ଦ୍ର ଚହଲ, ମହମ୍ମଦ ଶାମି, ମହମ୍ମଦ ସିରାଜ, ଉମ୍ରାନ ମଲିକ, ଶାର୍ଦ୍ଦୁଲ ଠାକୁର, ଅକ୍ଷାର ପଟେଲ, ଜୟଦେବ ଉନାଦକଟ୍।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button