କ୍ରାଇମ

ଅଇଁଠା ପ୍ଲେଟ ଦେହରେ ବାଜିଯିବାରୁ ୱେଟରକୁ ପିଟି ପିଟି ମାରିଦେଲେ – Utkal Mail


ଗାଜିଆବାଦ: ଉତ୍ତରପ୍ରଦେଶର ଗାଜିଆବାଦରେ ଏକ ଅଭାବନୀୟ ଘଟଣା ଘଟିଛି। ବିବାହ ଭୋଜିରେ ଅତିଥିମାନଙ୍କ ଦେହରେ ୱେଟର ଅଇଁଠା ପତ୍ର ବଜାଇ ଦେବାରୁ ତାଙ୍କୁ ପିଟି ପିଟି ମାରି ଦେଇଛନ୍ତି। ଅଙ୍କୁର ବିହାର ସ୍ଥିତ ସିଜିଏସ୍‌ ବାଟିକାରେ ଗତମାସ ୧୭ ତାରିଖରେ ପଙ୍କଜ ନାମକ ବ୍ୟକ୍ତି ୱେଟର ଭାବେ କାର୍ଯ୍ୟ କରୁଥିବା ସମୟରେ ଏଭଳି ଅଘଟଣ ଘଟିଛି।

ଋଷବ ଓ ତାଙ୍କ ଦୁଇ ସାଙ୍ଗଙ୍କ ଦେହରେ ପଙ୍କଜ ନେଉଥିବା ଅଇଁଠା ପ୍ଲେଟ ବାଜି ଯାଇଥିଲା। ଏହାପରେ ସେମାନେ ପାଟିତୁଣ୍ଡ ଓ ମାରପିଟ୍ ଆରମ୍ଭ କରିଦେଇଥିଲେ। ଫଳରେ ପଙ୍କଜ ତଳେ ପଡ଼ିଯିବା ସହିତ ଗୁରୁତର ଭାବେ ଆହତ ହୋଇଥିଲେ। ଧରାପଡ଼ିଯିବା ଭୟରେ ଋଷବ ଓ ତା’ର ସାଙ୍ଗମାନେ ନିକଟସ୍ଥ ଜଙ୍ଗଲରେ ପଙ୍କଜର ଶରୀରକୁ ଲୁଚାଇ ଦେଇଥିଲେ। ଏହାର ଦିନକ ପରେ ପୁଲିସ ପଙ୍କଜର ଶରୀରକୁ ଉଦ୍ଧାର କରିଥିଲା। ୩ ଅଭିଯୁକ୍ତଙ୍କୁ ପୁଲିସ ନିଜ ହେପାଜତକୁ ନେଇଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button