ଆମେ ସେହି ମୁହୂର୍ତ୍ତକୁ ଫଟୋ ଉଠାଇ ସୋସିଆଲ୍ ମିଡିଆରେ ଦେଉନା, ଆମ ପରିବାର ସେପରି ନୁହଁ: ହେମା – Utkal Mail
ମୁମ୍ବାଇ: ସତୁରି ଦଶକର ଲୋକପ୍ରିୟ ଅଭିନେତା ଧର୍ମେନ୍ଦ୍ର ଓ ଅଭିନେତ୍ରୀ ହେମାମାଳିନୀଙ୍କ ପ୍ରେମ କାହାଣୀ ବିଷୟରେ ସାରା ଦୁନିଆକୁ ଜଣା। କିପରି ଧର୍ମେନ୍ଦ୍ର ପ୍ରଥମେ ପ୍ରକାଶ କୌର୍ଙ୍କୁ ବିବାହ କରିଥିବା ସତ୍ତ୍ବେ ପରବର୍ତ୍ତୀ ସମୟରେ ହେମାଙ୍କୁ ଜୀବନସାଥୀ ରୂପେ ବାଛିଥିଲେ ତାହା ବି ବୋଧହୁଏ ଆପଣ ଜାଣିଥିବେ। ବଲିଉଡ୍ର ଜଣାଶୁଣା ଅଭିନେତା ସନ୍ନି ଦେଓଲ ଓ ବବି ଦେଓଲଙ୍କ ଧର୍ମେନ୍ଦ୍ରଙ୍କ ପ୍ରଥମ ପତ୍ନୀଙ୍କ ପୁଅ ହୋଇଥିବା ବେଳେ ହେମାମାଳିନୀଙ୍କର ଈଶା ଓ ଆହାନା ଦେଓଲ ନାମରେ ଦୁଇ ଝିଅ ଅଛନ୍ତି।
ଅନେକ ସମୟରେ ଗଣମାଧ୍ୟମରେ ଚର୍ଚ୍ଚା ହୁଏ ଯେ ଧର୍ମେନ୍ଦ୍ରଙ୍କର ଦୁଇ ପତ୍ନୀଙ୍କର ପିଲାମାନଙ୍କ ମଧ୍ୟରେ ଭଲ ପଡ଼େ ନାହିଁ। ଈଶା ଓ ଆହାନା କେବେ ପ୍ରକାଶ କୌରଙ୍କ ନିକଟକୁ ଯାଆନ୍ତି କି ସନ୍ନି ଓ ବବି ହେମାଙ୍କୁ ପସନ୍ଦ କରନ୍ତିନି। ମାତ୍ର ଏହା ସତ ନୁହେଁ।
ନିକଟରେ ନିଜେ ହେମାମାଳିନୀ ଏ ସଂପର୍କରେ ଦ୍ବନ୍ଦ୍ବ ଦୂର କରିଛନ୍ତି। ସେ କହିଛନ୍ତ କି ‘ସନ୍ନି ଓ ବବି ଉଭୟ ଆମ ଘରକୁ ଆସନ୍ତି। ଆମ ମଧ୍ୟରେ ଉତ୍ତମ ସଂପର୍କ ଅଛି। ହେଲେ ଆମେ ସେ ସବୁ ମୁହୂର୍ତ୍ତକୁ ଫଟୋ ଉଠାଇ ସୋସିଆଲ୍ ମିଡିଆରେ ପୋଷ୍ଟ୍ କରୁନା। ଆମ ପରିବାର ଏପରି ନୁହେଁ।’
ସନ୍ନି ଦେଓଲଙ୍କ ଫିଲ୍ମ ‘ଗଦର-୨’ ରିଲିଜ୍ ହେବା ପରେ ଈଶା ଓ ବବି ତାଙ୍କୁ ସମର୍ଥନ ଦେଇ ଆସୁଛନ୍ତି। ନିକଟରେ ହେମା ବି ସନ୍ନିଙ୍କ ସିନେମାକୁ ଖୁବ୍ ପ୍ରଶଂସା କରିଛନ୍ତି। ଧର୍ମେନ୍ଦ୍ରଙ୍କ ପୂରା ପରିବାର ମଧ୍ୟରେ ଉତ୍ତମ ସଂପର୍କ ଥିବା ଦେଖି ପ୍ରଶଂସକ ଖୁବ୍ ଖୁସି ହୋଇଛନ୍ତି।



