ଦେଶ ବିଦେଶ

ଜମ୍ମୁ ଓ କଶ୍ମୀରର ପୁଲ୍‌ୱାମାରେ ନିଜକୁ ଗୁଳି ମାରି ଜୀବନ ହାରିଲେ ‘ସିଆର୍‌ପିଏଫ୍‌’ ଯବାନ – Utkal Mail


ଶ୍ରୀନଗର: ଶୁକ୍ରବାର ବିଳମ୍ବିତ ରାତ୍ରରେ ଜମ୍ମୁ ଓ କଶ୍ମୀରର ପୁଲ୍‌ୱାମା ଜିଲ୍ଲାରେ ଏକ ଚେକ୍‌ ପଏଣ୍ଟ୍‌ରେ ପହରା ଦେଉଥିବା ଜଣେ ‘ସିଆର୍‌ପିଏଫ୍‌’ ଯବାନ ନିଜକୁ ଗୁଳି ମାରି ଜୀବନ ହରାଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି।

ଅଜୟ କୁମାର ନାମକ ଉକ୍ତ ‘ସିଆର୍‌ପିଏଫ୍‌’ ଯବାନ ଦକ୍ଷିଣ କଶ୍ମୀର ଜିଲ୍ଲା ଅନ୍ତର୍ଗତ ଅବନ୍ତୀପୁରର ସୈଲ୍‌ ଅଞ୍ଚଳରେ ନିଯୁକ୍ତ ହୋଇଥିଲେ। ଯବାନଜଣକ ବିଷାଦଗ୍ରସ୍ତ ଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

Image Courtesy of The Greater Kashmir

ଗଣମାଧ୍ୟମ ‘ଟାଇମ୍‌ସ୍‌ ନାଓଁ’କୁ ସେନାର ଜଣେ ଅଧିକାରୀ କହିଛନ୍ତି, ରାତି ପ୍ରାୟ ୧.୫୫ରେ ସୈଲ୍‌ ଚେର୍‌ସୂ ନିକଟରେ ଗୁଳି ଫୁଟିବା ଶବ୍ଦ ଶୁଭିଲା। ଘଟଣା କ’ଣ ବୁଝାବୁଝି କରିବା ପରେ ଦେଖାଗଲା, ‘ଏଫ୍‌୧୧୨ବିଏନ୍‌ ସିଆର୍‌ପିଏଫ୍‌’ର ଯବାନ୍‌ ‘ସିଟି’/ସିପାହି ଅଜୟକୁମାର ରକ୍ତ ଜୁଡୁବୁଡୁ ହୋଇ ମରିପଡ଼ିଛନ୍ତି। ଡାକ୍ତରୀ ଔପଚାରିକତା ଶେଷ ହେବା ପରେ ୧୭୪ ‘ଇନ୍‌କ୍ବେଷ୍ଟ’ ବା ତଦନ୍ତ ଆରମ୍ଭ ହୋଇଛି। ଆତ୍ମହତ୍ୟା ତାଙ୍କ ମୃତ୍ୟୁର କାରଣ ବୋଲି ସ୍ପଷ୍ଟ ହୋଇଯାଇଛି।

ଅନ୍ୟ ସୂତ୍ରରୁ ସଂଗୃହୀତ ସୂଚନା ଅନୁସାରେ, ‘ସିଆରପିଏଫ୍‌’ ଯବାନ ଅଜୟ କୁମାର ନିଜ ସର୍ଭିସ୍‌ ରାଇଫଲ୍‌ରେ ଗୁଳି ମାରିହୋଇ ମରିଛନ୍ତି। ବ୍ୟବଚ୍ଛେଦ ନିମନ୍ତେ ତାଙ୍କ ଶବ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ବ‌େଳେ ପୁଲିସ ଘଟଣା ବିଷୟରେ ଅବଗତ ହୋଇ ତଦନ୍ତ ଆରମ୍ଭ କରିଛି।

ଉଲ୍ଲେଖଯୋଗ୍ୟ, ମେ ମାସରେ ମଧ୍ୟ ପୁଲ୍‌ୱାମା ଜିଲ୍ଲାରେ ଜଣେ ‘ସିଆର୍‌ପିଏଫ୍‌’ ଯବାନ ଆତ୍ମହତ୍ୟା କରିଥିଲେ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button