ଜୀବନଶୈଳୀ

ଯଦି ଏଭଳି ଲକ୍ଷଣ ଦେଖା ଯାଉଛି ତା ହେଲେ ହୋଇଯାନ୍ତୁ ସାବଧାନ ! ଆଉ ଜାଣି ଯାଆନ୍ତୁ ଯେ ଆପଣଙ୍କର କିଡନୀ ଖରାପ ଅଛି

ଆଜି ଆମେ ଆପଣଙ୍କୁ ଶରୀରର କିଛି ଲକ୍ଷଣ ଗୁଡ଼ିକ ବିଷୟରେ କହିବାକୁ ଯାଉଛୁ। ଏହି ଲକ୍ଷଣ ଆପଣଙ୍କ କିଡନୀ ଖରାପ ହେବାର ଲକ୍ଷଣ ଅଟେ। ଆପଣ ଅନୁଭବ କରିବା ମଧ୍ୟ ଆରମ୍ଭ କରିଦେଇଛନ୍ତି। ରକ୍ତ ପରୀକ୍ଷା କରି ଆପଣ ଜାଣି ପାରିବେ ଆପଣଙ୍କର କିଡନୀ ସୁସ୍ଥ ଅଛି ନା ଖରାପ ହେବାକୁ ଲାଗିଲାଣି। ସମସ୍ତଙ୍କୁ ସ୍ଵାସ୍ଥ୍ୟ ପାଇଁ ସର୍ବଦା ସଚେତନ ରହିବା ନିହାତି ଜରୁରୀ ଅଟେ। ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ପ୍ରଥମେ ହେଉଛି ବାରମ୍ବାର ପରିସ୍ରା ଲାଗିବା। ଶରୀରରେ କିଡନୀର ମୁଖ୍ୟ କାର୍ଯ୍ୟ ହେଉଛି ଶରୀରରୁ ଅପରିଷ୍କାର ପାଣିକୁ ଛାଣି ବାହାର କରିବା। ଯଦି ଆପଣଙ୍କୁ ବାରମ୍ବାର ପରିସ୍ରା ଲାଗୁଛି ଏବଂ ପରିସ୍ରା ବହୁତ ଗାଢ଼ ରଙ୍ଗର ଜଣା ପଡ଼ୁଛି, ତାହେଲେ ବୁଝି ନିଅନ୍ତୁ ଯେ ଆପଣଙ୍କ କିଡନୀ ଖରାପ ହେବାରେ ଲାଗିଛି।

ଅଧିକ ଥର ପରିସ୍ରା ଲାଗିବା ଏବଂ ଅଳ୍ପ ସମୟ ଅନ୍ତରରେ ବାରବାର ପରିସ୍ରା ଲାଗିବା, ଏହିସବୁ କିଡନୀ ଖରାପ ହେବାର ସଂକେତ ଅଟେ। ବହୁତ କମ୍ ଲୋକଙ୍କର କିଡନୀ ସମ୍ପୂର୍ଣ୍ଣ ଖରାପ ହେବା ପରେ ପରିସ୍ରାରେ ବ୍ଲଡ଼ ବାହାରି ଥାଏ। ଏଭଳି ହେଉଥିଲେ, ଆପଣଙ୍କୁ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ।

ଦ୍ଵିତୀୟରେ ହେଉଛି ଶରୀରରେ ଅଦରକାରୀ ପଦାର୍ଥ ଜମା ହୋଇଯିବା।ଆମ ଶରୀରରୁ ବଳକା ଦ୍ରବ୍ୟ ବା ପଦାର୍ଥକୁ କିଡନୀ ବ୍ଲଡରୁ ଛାଣି ପାରି ନଥାଏ, ତେଣୁ ତାହା ଆମ ଶରୀରର କିଛି ସ୍ଥାନରେ ଜମା ହୋଇଯାଇଥାଏ। ଏହାଦ୍ଵାରା ହାତ ଗୋଡ ଓ ଆଖି ବ୍ୟଥା ଆଦି ସମସ୍ୟା ଉତ୍ପନ୍ନ ହୋଇଥାଏ। ଏଭଳି ଲକ୍ଷଣ ଦେଖାଗଲେ, ଆପଣଙ୍କୁ ଖୁବ୍ ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନେବା ଉଚିତ।

ଆପଣଙ୍କ କିଡନୀ ସୁସ୍ଥ ଅଛି ନା ନାହିଁ, ସେହି ବିଷୟରେ ଜାଣିବା ପାଇଁ ନିଶ୍ଚିତ ଭାବରେ ରକ୍ତ ପରୀକ୍ଷା କରାଇ ନିଅନ୍ତୁ।କାରଣ ଥରେ କିଡନୀ ଖରାପ ହୋଇଗଲେ, ଏହା ଠିକ ହୋଇ ନଥାଏ।ତେଣୁ ସର୍ବଦା ନିଜ ଖାଦ୍ୟପେୟ ଉପରେ ଧ୍ୟାନ ଦିଅନ୍ତୁ ତେବେ, ବନ୍ଧୁଗଣ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା, ତାହେଲେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ।

Related Articles

Leave a Reply

Your email address will not be published. Required fields are marked *

Back to top button